Home ଓଡ଼ିଶା ଉପ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଝୁଲୁଛି ତାଲା ମିଳୁନି ସ୍ୱାସ୍ଥ୍ୟ ସେବା

ଉପ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଝୁଲୁଛି ତାଲା ମିଳୁନି ସ୍ୱାସ୍ଥ୍ୟ ସେବା

37

ନୟାଗଡ/୧୫/୦୪(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ରାଜ୍ୟ ସରକାର ସମସ୍ତ ଙ୍କ ନିକଟରେ ସବୁ ପଞ୍ଚାୟତ ରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଆରମ୍ଭ କରିଥିଲେ ଉପ ସ୍ୱାସ୍ଥ୍ୟ କେନ୍ଦ୍ର । ତେଣୁ ବ୍ରଜରାଜପୁର , ବାମଡା, ଲତାର, ଇଚ୍ଛାପୁର, କୁଞ୍ଜବନ , ଗୋଳାପୋଖରୀ, ହିଞ୍ଜଳଗାଡିଆ, ଶ୍ୟାମଘନପୁର, ବାଙ୍କପୁର, ଚମ୍ପତିପୁର ଓ ଚନ୍ଦ୍ରମାଦେଇପୁର ର ୫ହଜାର ରୁ ଉର୍ଦ୍ଧ ଜନସଂଖ୍ୟା ବିଶିଷ୍ଠ ବ୍ରଜରାଜପୁର ଗ୍ରାମପଞ୍ଚାୟତ ମୁଖ୍ୟାଳୟ ରେ ଏକ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲା ଯାଇଥିଲା । ଯାହାର ଉଦେଶ୍ୟ ଥିଲା ପଞ୍ଚାୟତ ର ଗର୍ଭବତୀ ମହିଳା , ଶିଶୁ ମାନଙ୍କ ଟୀକା କରଣ କରିବା ସହ ଜନସାଧାରଣ ଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଯୋଗାଇବା । ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଟି ଆରମ୍ଭ ହେବା ସମୟରେ ପଞ୍ଚାୟତ ବାସୀ ଙ୍କର ଅନେକ ଆଶା ଓ ଆକାକ୍ଷା ବଢିଯାଇଥିଲା । ଯାହାଦ୍ୱାରା କି ସ୍ୱାସ୍ଥ୍ୟ ସେବା ପ୍ରତି ଆସ୍ଥା ପ୍ରକଟ କରିଥିଲେ । ଏହି ଉପ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଜଣେ ମହିଳା ଏ.ଏନ୍‌.ଏମ୍‌. ଓ ଜଣେ ପୁରୁଷ ସ୍ୱାସ୍ଥ୍ୟ କର୍ମଚାରୀ ନିଯୁକ୍ତି ପାଇଛନ୍ତି । ଉପ ସ୍ୱାସ୍ଥ୍ୟ କେନ୍ଦ୍ର ରେ ମହିଳା ଏ.ଏନ୍‌.ଏମ୍‌. ରହିବା ପାଇଁ ସରକାରୀ କ୍ୱାଟର ରହିଅଛି । କରୋନାର ଦ୍ୱିତୀୟ ଲହର ମାଡି ଆସୁଥିବା ବେଳେ ଏହି ଉପ ସ୍ୱାସ୍ଥ୍ୟ କେନ୍ଦ୍ର ରେ ତାଲା ଝୁଲିବା ଦ୍ୱାରା ସ୍ୱାସ୍ଥ୍ୟ ସେବା ପ୍ରତି ଲୋକ ମାନଙ୍କର ଅନାସ୍ଥା ଭାବ ପ୍ରକଟ ହେଉଛି । କୈାଣସି ମହିଳା ଶିଶୁ ଙ୍କୁ ନେଇ ଉପ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବା ସମୟରେ ତାଲା ଝୁଲୁଥିବା ଦେଖି ହତାସ ହୋଇ ଫେରିବାକୁ ପଡୁଛି ।

ଏହି ଉପ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ଏକ ଆର‌୍ୟୁବେଦିକ ଚିକିତ୍ସାଳୟ ରହିଛି । ତାହା ବି କେତେବେଳେ ଖୋଲା ତ ଆଉ କେତେବେଳେ ଝୁୁଲୁଛି ତାଲା । ହେଲେ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଟିରେ କାର୍ଯ୍ୟରତ ଏ.ଏନ୍‌.ଏମ୍‌. ଓ ସ୍ୱାସ୍ଥ୍ୟ କର୍ମଚାରୀ କେବେ ବି ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଟି ଖୋଲିବାର ଦେଖିବାକୁ ନ ମିଳିବାରୁ ପଞ୍ଚାୟତ ବାସୀ ଙ୍କ ମନରେ ଘୋର ଉଦବେଗ ପ୍ରକାଶ ପାଇଛି । ଏ ସର୍ମ୍ପକେ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଦାଇତ୍ୱରେ ଥିବା ରାଜସୁନାଖଳା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡାକ୍ତର ବୈଦ୍ୟନାଥ ନନ୍ଦ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି  ମୁଁ ଏବେ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକର ଦାଇତ୍ୱ ନେଉଅଛି । ଦେଖିବାକୁ ପଡିବ ସେଠାରେ କିଏ କାର୍ଯ୍ୟ କରୁଅଛି । ଏବଂ କାହିଁକି ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଟି ସବୁଦିନ ଖୋଲା ଯାଉନାହିଁ । ଏ ସର୍ମ୍ପକେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶକ୍ତି ମିଶ୍ର ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ଏ ସର୍ମ୍ପକେ ଆମ ପାଖକୁ ଅଭିଯୋଗ ଆସିନାହିଁ । ଗ୍ରାମବାସୀ ଙ୍କ ତରଫରୁ ଲିଖିତ ଅଭିଯୋଗ ଆସିଲେ ପଦକ୍ଷେପ ନିଆଯିବ । କରୋନା ଦ୍ୱିତୀୟ ଲହର ମାଡି ଆସୁଥିବା ବେଳେ ସ୍ୱାସ୍ଥ୍ୟ କର୍ମଚାରୀ ଓ ଏ.ଏନ୍‌.ଏମ୍‌. ସବୁଦିନ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲି କରୋନା ସଚେତନତା ସହ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଜନସାଧାରଣ ଉଚ୍ଚ କର୍ତୁପକ୍ଷ ଙ୍କୁ ଅନୁରୋଧ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.