Home ଓଡ଼ିଶା ରାସ୍ତା ମଝିରେ ପାଣି ଯିବାକୁ କେନ୍ଦକରି ଗୁଳିମାଡ଼,୨ମୃତ

ରାସ୍ତା ମଝିରେ ପାଣି ଯିବାକୁ କେନ୍ଦକରି ଗୁଳିମାଡ଼,୨ମୃତ

76

ନୟାଗଡ଼,୧୪ା୭: (ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)ରାସ୍ତା ମଝିରେ ପାଣି ଯିବାକୁ କେନ୍ଦ୍ରକରି ଶରଣକୁଳ ଥାନା ପାଣିଭଣ୍ଡାର ଗ୍ରାମ ଓ ବଧିସାହି ଗ୍ରାମ ମଧ୍ୟରେ ଗଣ୍ଡଗୋଳ ଓ ଗୁଳିମାଡ଼ ଘଟି ୨ଜଣ ଯୁବକଙ୍କର ମୃତ ହୋଇଥିଲାବେଳେ ଅନ୍ୟ ୨ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଘଟଣାରୁ ପ୍ରକାଶ  ରାସ୍ତା ମଝିରେ ପାଣି ଯିବାକୁ କେନ୍ଦକରି ପାଣିଭଣ୍ଡାର ଗ୍ରାମ ଓ ବଧିସାହି ଗ୍ରାମ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ପରେ ଏହା ଉଗ୍ରରୂପ ନେଇ ଗୁଳିମାଡ଼ ପର୍ଯ୍ୟନ୍ତ କଥା ଯାଇଥିଲା । ଗୋଟିଏ ପକ୍ଷର ଲୋକଙ୍କ ଗୁଳିମାଡ଼ରେ ପାଣିଭଣ୍ଡାର ଗ୍ରାମର ୪ଜଣ ଲୋକଙ୍କ ଦେହରେ ଗୁଳି ବାଜିଥିଲା । ତେବେ ବୋମାମାଡ଼ରେ ପାଣିଭଣ୍ଡାର ଗ୍ରାମର ସିଲୁ ପ୍ରଧାନ ଓ ରାମଚନ୍ଦ୍ର ପ୍ରଧାନଙ୍କ ଦେହରେ ଗୁଳି ବାଜିଥିଲାବେଳେ ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଦୁଇଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲାବେଳେ ଏହାକୁ ନେଇ ଗ୍ରାମରେ ଉତ୍ତେଜନା ଲାଗି ରହିଥିଲା । ଯାହାକି ପୁଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ ଗ୍ରାମରେ ପୁଲିସ ମୃତୟନ ହୋଇଥିବା ଜଣାପ୍ଡ଼ିଛି । ଏହାକୁ ନେଇ ଓଡ଼ଗାଁ-ନୟାଗଡ଼ ରାସ୍ତାର ଶରଣକୁଳଠାରେ ନିଆଁଜାଳି ରାସ୍ତାରୋକ ହୋଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.