Home ଓଡ଼ିଶା ୨୬ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ – ବାଲେଶ୍ୱରରେ କରିବେ ନିର୍ବାଚନ ପ୍ରଚାର

୨୬ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ – ବାଲେଶ୍ୱରରେ କରିବେ ନିର୍ବାଚନ ପ୍ରଚାର

667

ଭୁବନେଶ୍ୱର ୨୨-୪ (ଓଡ଼ିଆ ପୁଅ) : ଓଡ଼ିଶାରେ ଚାଲିଛି ହାଇ ଭୋଲଟେଜ୍ ନିର୍ବାଚନ ପ୍ରଚାର। ଆସନ୍ତା ୨୬ରେ ଓଡ଼ିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ବାଲେଶ୍ୱରର ଏକ ସଭାରେ ଯୋଗଦେବେ ବୋଲି ଜଣାପଡ଼ିଛି। ବାଲେଶ୍ୱରରେ ନବଜ୍ୟୋତି ପଟ୍ଟନାୟକ ହେଉଛନ୍ତି କଂଗ୍ରେସର ସାଂସଦ ପ୍ରାର୍ଥୀ।

ସୂଚନାଯୋଗ୍ୟଯେ, ଓଡ଼ିଶାରେ ଚଳିତ ସାଧାରଣ ନିର୍ବାଚନରେ ଚାଲିଛି କେନ୍ଦ୍ରୀୟ ନେତାଙ୍କର ହାଇ ଭୋଲଟେଜ୍ ନିର୍ବାଚନ ପ୍ରଚାର। ଏଥିଲେ ସବୁଠାରୁ ଆଗରେ ଅଛି ଭାରତୀୟ ଜନତା ପାର୍ଟି। କଂଗ୍ରେସ ଟିକେ ଏଥିରେ ପଛରେ ଥିବେ ଦେଖାଯାଉଛି। ବିଜେଡ଼ିର ନିର୍ବାଚନ ପ୍ରଚାରର ମଙ୍ଗ ଦଳୀୟ ସିପ୍ରିମୋ ନବୀନ ପଟ୍ଟନାୟକ ଧରିଥିବା ବେଳେ ବିଜେପିର ବହୁ କେନ୍ଦ୍ରୀୟ ନେତା ଓଡ଼ିଶାରେ ନର୍ବାଚନ ପ୍ରଚାର କରୁଥିବାର ପରିଲକ୍ଷିତ ହେଉଛି। ସୂଚନାମତେ, ଆସନ୍ତା କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରାପଡାଠାରେ ପହଂଚି ବିଜୟ ସଂକଳ୍ପ ସମାବେଶରେ ଉଦବୋଧନ ଦେବେ ବୋଲି ଜଣା ପଡ଼ିଥିବା ବେଳେ ଏପ୍ରିଲ ୨୭ ତାରିଖ ଦିନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହା ଓଡିଶା ଗସ୍ତରେ ଆସି ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ। ଶ୍ରୀ ଶାହା ମୟୁରଭଂଜର ମୋରଡା ଏବଂ ଯାଜପୁର ଜିଲ୍ଲାର ସୁକିନ୍ଦାଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ। ସେହିପରି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରି ଏପ୍ରିଲ ୨୬ ତାରିଖରେ ଯାଜପୁର ଏବଂ ମୟୁରଭଂଜଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ ବୋଲି ଦଳ ପକ୍ଷରୁ ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.