Home ଜିଲ୍ଲା ପରିକ୍ରମା ପୁସ୍ତକ ମେଳାର ଷଷ୍ଠ ସନ୍ଧ୍ୟାରେ ଚିନ୍ତା ଓ ଚେତନା ଉପରେ ଭାବ ଗର୍ଭକ ସାହିତ୍ୟ ଚର୍ଚ୍ଚା

ପୁସ୍ତକ ମେଳାର ଷଷ୍ଠ ସନ୍ଧ୍ୟାରେ ଚିନ୍ତା ଓ ଚେତନା ଉପରେ ଭାବ ଗର୍ଭକ ସାହିତ୍ୟ ଚର୍ଚ୍ଚା

156

ନୟାଗଡ଼,୬ା୪(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଖେଳ ପଡ଼ିଆରେ ନୟାଗଡ଼ ଜିଲ୍ଳା ପ୍ରତିଷ୍ଠାର ରୌପ୍ୟ ଜୟନ୍ତୀ ଅବସରରେ ଚାଲିଥିବା  ଜିଲ୍ଳା ମହୋତ୍ସବ ପରି ଆଉ ଏକ ନିଆରା ମହୋତ୍ସବ ପୁସ୍ତକ ମେଳାର  ଷ୍ଷ୍ଠ ସନ୍ଧ୍ୟାରେ ସାହିତ୍ୟ ଚର୍ଚ୍ଚା ବେଶ୍ ଭାବଗର୍ଭକ ଥିଲା ।ବନଖଣ୍ଡ ଅଧିକାରୀ ଗୋଦାବରୀଶ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥିଭାବେ ପ୍ରାଣୀ ଚିକିତ୍ସା ଓ ପ୍ରାଣୀ ପାଳନ ବିଭାଗର ନିଦେ୍ର୍ଦଶକ ମହେନ୍ଦ୍ର କୁମାର ମଲ୍ଲିକନାବାର୍ଡ଼ ଭୁବନେଶ୍ୱରର ମୁଖ୍ୟ ମହାପ୍ରବନ୍ଧକ ଡ.କୃଷ୍ଟଚନ୍ଦ୍ର ପାଣିଗ୍ରାହୀ ଓ ମୁଖ୍ୟବକ୍ତାଭାବେ ବିଶିଷ୍ଟ କଥାକାର ଓ ସାହିତ୍ୟକ ଦାଶ ବେନହୁର ଯୋଗଦେଇ ସାହିତ୍ୟର କ୍ରମ ବିକାଶ ଓ ଆଜିକାର ସମୟରେ ସାହିତ୍ୟର ପାଠକୀୟ ରୂଚି ଓ ଆଦୃତି ଉପରେ ବିକ୍ଷିପ୍ତ ଭାବରେ ଆଲୋଚନା କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଳାପାଳ ଅରିନ୍ଦମ ଡାକୁଆ,ଅତିରିକ୍ତ ଜିଲ୍ଲାପାଳ ପ୍ରଶାନ୍ତ କୁମାର ରଥ,ପିଡି ଡିଆରଡିଏ ଅଭୟ କୁମାର ନାୟକ, ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଡ.ପ୍ରମୋଦ କୁମାର ନାୟକ ଯୋଗଦେଇଥିବାବେଳେ ମଂଚ ସଂଯୋଜନା କରିଥିଲାବେଳେ ନାଟ୍ୟକାର ଓ କଥାକାର ବିଶ୍ୱନାଥ ମହାପାତ୍ର । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ  ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.