Home ଓଡ଼ିଶା ପାଟକୁରା ବିଧାୟକ ବେଦ ପ୍ରକାଶ ଅଗ୍ରୱାଲଙ୍କ ପରଲୋକ

ପାଟକୁରା ବିଧାୟକ ବେଦ ପ୍ରକାଶ ଅଗ୍ରୱାଲଙ୍କ ପରଲୋକ

1286

ଭୁବନେଶ୍ୱର ୨୦-୪ (ଓଡ଼ିଆ ପୁଅ) ପାଟକୁରା ବିଧାୟକ ବେଦ ପ୍ରକାଶ ଅଗ୍ରୱାଲଙ୍କର ଅସୁସ୍ଥତା କାରଣରୁ ୮୨ ବର୍ଷ ବୟସରେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ବେଦ ପ୍ରକାଶ ଅଗ୍ରଓ୍ବାଲ ୧୬ ଜାନୁଆରୀ ୧୯୩୭ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ଚଳିତ ନିର୍ବାଚନରେ ବିଜେଡିର ଇସ୍ତାହାର କମିଟିର ଅଧ୍ୟକ୍ଷ ହେବା ସହିତ ପାଟକୁରାରୁ ବିଜେଡି ପ୍ରାର୍ଥୀ ଥିଲେ। ବେଦପ୍ରକାଶ ମଧ୍ୟ ପୂର୍ବରୁ ରାଜ୍ୟ ଅର୍ଥ ଓ ଯୋଗାଣ ମନ୍ତ୍ରୀ ଥିଲେ। ୧୯୭୪ରେ ଉତ୍କଳ କଂଗ୍ରେସର ବିଧାୟକ ଥିଲେ। ୧୯୭୭ ଜନତା ପାର୍ଟି ଓ ୧୯୯୦ରେ ଜନତା ଦଳର ବିଧାୟକ ଥିଲେ। ୨୦୦୦ରେ ବିଜେପି ବିଧାୟକ ଥିଲେ ବେଦପ୍ରକାଶ ଅଗ୍ରୱାଲ। ସେ ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀରୁ ୨୦୦୯ ଓ ୨୦୧୪ ମସିହାରେ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ କେନ୍ଦ୍ରାପଡ଼ାରୁ ମଧ୍ୟ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କର ମୃତ୍ୟୁକୁ ନେଇ ପାଟକୁରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ତାଙ୍କର ପରଲୋକରେ ସ୍ଥଗିତ ରହିବ ପାଟକୁରା ବିଧାନସଭା ନିର୍ବାଚନ। ତାଙ୍କ ବିପକ୍ଷରେ ଚଳିତ ନିର୍ବାଚନରେ ବିଜେପିର ହେବିୱେଟ ବିଜୟ ମହାପାତ୍ର ଲଢ଼ୁଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.