Home ଓଡ଼ିଶା କୋଉଟା ଜରୁରୀ?ପଦ୍ମଶ୍ରୀ ଉପାଧି ନାଁ ମୁଖ୍ୟମନ୍ତ୍ରୀ ପଦବୀ!

କୋଉଟା ଜରୁରୀ?ପଦ୍ମଶ୍ରୀ ଉପାଧି ନାଁ ମୁଖ୍ୟମନ୍ତ୍ରୀ ପଦବୀ!

1632

ବିଜୁ ବାବୁଙ୍କ ନାମ ଯଦି ଏବେ ଭାରତ ରତ୍ନ ପାଇଁ ଘୋଷଣା ହୋଇଥାଆନ୍ତା,ତେବେ ଆଗକୁ ନିର୍ବାଚନ ଅଛି,ଏହା ବି ଭୁଲ ଧାରଣା ସୃଷ୍ଟି କରିବ କହି ବିଜୁ ପରିବାର ପକ୍ଷରୁ ଉପାଧିକୁ କ’ଣ ପ୍ରତ୍ୟାଖ୍ୟାନ କରାଯାଇ ଥାଆନ୍ତା?
ଭୁବନେଶ୍ୱର:୨୦୧୯ ସାଧାରଣତନ୍ତ୍ର ଦିବସ ଅବସରରେରେ ପଦ୍ମଶ୍ରୀ ପୁରସ୍କାର ପାଇଁ ଅନ୍ୟ ନାମ ମାନଙ୍କ ମଧ୍ୟରେ ପ୍ରଖ୍ୟାତ ଲେଖିକା ଗୀତା ମେହେଟାଙ୍କ ନାମ ମଧ୍ୟ ଘୋଷଣା କରାଯାଇଥିଲା।ସାହିତ୍ୟ ଏବଂ ଭାଷା କ୍ଷେତ୍ରରେ ଉତ୍କର୍ଷତା ପାଇଁ ଗୀତାଙ୍କୁ ଏହି ଉପାଧି ଦିଆଯିବାର ଥିଲା।କିନ୍ତୁ ଗୀତା ଏହି ପୁରସ୍କାର ଗ୍ରହଣ କରିବାକୁ ମନା କରିଦେଇଛନ୍ତି।ଆଗକୁ ନିର୍ବାଚନ ଥିବାରୁ ସାଧାରଣରେ ସନ୍ଦେହ ସୃଷ୍ଟି ନହେଉ କହି,ପୁରସ୍କାର ଗ୍ରହଣ କରିବାକୁ ମନା କରିଦେଇଛନ୍ତି ଗୀତା ମେହେଟ୍ଟା।

ତେବେ କଥା ହେଲା ସନ୍ଦେହ କେଉଁଠି?ସନ୍ଦେହ ହେଲା ଗୀତା ମେହେଟ୍ଟା ହେଉଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ।ଆଗକୁ ନିର୍ବାଚନ ଅଛି।ବିଜେପି,ବିଜେଡି ଭିତରେ ଭିତିରି ବୁଝାବଣା,ଅଘୋଷିତ ମେଣ୍ଟ ରହିଥିବା ନେଇ ଅନେକ ଥର କଥା ଉଠିଛି।କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବେ ଓଡ଼ିଶା ଗସ୍ତ ସମୟରେ ବିଜେଡି,ବିଜେପିର ଜୁନିୟର ଟିମ କଥା କହି ସେହି ଭିତିରି ବୁଝାବଣା,ମେଣ୍ଟ କଥା ଉଠାଇଛନ୍ତି।ଏଣେ ନବୀନଙ୍କ ଭଉଣୀ ଗୀତା ମେହେଟ୍ଟା ରାଜନୀତିକୁ ଆସିବା କଥା ନେଇ ମଝିରେ ମଝିରେ ଆଲୋଚନା ହୋଇଛି।ଆଗକୁ ପୁତୁରାଙ୍କୁ ରାଜନୀତିକୁ ଆଣିବା କଥା ନେଇ ମଧ୍ୟ ଆଲୋଚନା ହେଉଛି।ଏଥିରେ ବିଜୁ ବାବୁଙ୍କ ଦାୟାଦ ମାନଙ୍କ ପାଇଁ “ପଦ୍ମଶ୍ରୀ” ଉପାଧିଟା ଜରୁରୀ ନୁହେଁ,।”ମୁଖ୍ୟମନ୍ତ୍ରୀ” ପଦବୀଟା ଜରୁରୀ।ତେଣୁ କାହିଁକି ଅବା ଲୋକଙ୍କ ଭିତରେ ଏ ଧାରଣା ସୃଷ୍ଟି କରାଇବାକୁ ଚାହିଁବେ?ମୋଦୀ ସିନା ଗୀତା ମେହେଟ୍ଟାଙ୍କ ନାମ ପଦ୍ମଶ୍ରୀ ପାଇଁ ଚୟନ କରି ହୁଏତ ରାଜନୀତି କରିବାକୁ ଚାହିଁଛନ୍ତି।କିନ୍ତୁ ପୁରସ୍କାର ଗ୍ରହଣ ନକରିବାକୁ କହି ଗୀତା ମେହେଟ୍ଟା ବି ବୋଧେ ରାଜନୀତି କରିଛନ୍ତି।ଏପରି କରି ଏହା ପ୍ରତିପାଦନ କରିବାକୁ ଚେଷ୍ଟା କରାଯାଇଛି,ଯେମିତି ବିଜେପି ବିଜେଡି ସହ ମେଣ୍ଟ ପାଇଁ ଲାଳାୟିତ ଅଛି।କିନ୍ତୁ ଉଭୟ କଂଗ୍ରେସ ଏବଂ ବିଜେପି ଠାରୁ ସମଦୂରତା ରଖିବା କଥା କହି ଆସୁଥିବା ନବୀନ ପଟ୍ଟନାୟକ ତାଙ୍କ ଅଭିମୁଖ୍ୟରେ ସ୍ଥିର ଅଛନ୍ତି।ତେବେ ଏଠି ପ୍ରଶ୍ନ ଉଠେ,ଯଦି ବିଜୁ ବାବୁଙ୍କ ନାମ ଏବେ ଭାରତ ରତ୍ନ ପାଇଁ ଘୋଷଣା ହୋଇଥାଆନ୍ତା,ତେବେ ଆଗକୁ ନିର୍ବାଚନ ଅଛି,ଏହା ବି ଭୁଲ ଧାରଣା ସୃଷ୍ଟି କରିବ କହି ବିଜୁ ପରିବାର ପକ୍ଷରୁ ଉପାଧିକୁ କ’ଣ ପ୍ରତ୍ୟାଖ୍ୟାନ କରାଯାଇ ଥାଆନ୍ତା?/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.