Home ଜିଲ୍ଲା ପରିକ୍ରମା ନୟାଗଡ଼ରେ ସୌମ୍ୟଙ୍କୁ ଭବ୍ୟ ସମ୍ବର୍ଦ୍ଦନା

ନୟାଗଡ଼ରେ ସୌମ୍ୟଙ୍କୁ ଭବ୍ୟ ସମ୍ବର୍ଦ୍ଦନା

100

ନୟାଗଡ଼,୧୬ା୪: (ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)ନୟାଗଡ଼ ପଠାଣି ସାମନ୍ତ ଅଡ଼ିଟୋରିୟମଠାରେ ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ନୟାଗଡ଼ ୍ବିଜେଡି ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ନୟାଗଡ଼ର ୍ବିଭିନ୍ନ  ସଂଗଠନ ପକ୍ଷରୁ ରାଜ୍ୟସଭା ସାଂସଦ ଶ୍ରୀ ପଟ୍ଟନାୟକଙ୍କୁ ଏହି ସମ୍ବର୍ଦ୍ଧନା ଦିଆଯାଇଛି । ନୟାଗଡ଼ ଜିଲ୍ଳାର ଶେଷସୀମା ବିଜିପୁର ଗେଟ୍ ଠାରୁ ଏକ ବିରାଟ ର୍ୟାଲିରେ ସୌମ୍ୟଙ୍କୁ ନୟାଗଡ଼ ସଭାସ୍ଥଳ ପର୍ଯ୍ୟନ୍ତ ପାଛୋଟି ଅଣାଯାଇଥିଲା । ଏଥିରେ ବିଭିନ୍ନ ବର୍ଗର ଲୋକ ଯୋଗଦେଇଥିବାବେଳେ ବିଶେଷକରି ବିଜେଡିର ହଜାର ହଜାର ସଂଖ୍ୟାରେ କର୍ମୀ ଓ ଶୁଭେଚ୍ଛୁ ସୌମ୍ୟଙ୍କ ଜିନ୍ଦାବାଦ କରି ର୍ୟାଲିରେ ଭାଗ ନେଇଥିଲେ । ପରେ ପଠାଣି ସାମନ୍ତ ଅଡିଟୋରିୟମଠାରେ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ ହୋଇଥିଲା । ବିଧାୟକ ଡ.ଅରୁଣ କୁମାର ସାହୁଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ସଭାରେ ବ୍ଳକ ଚେୟାରମ୍ୟାନ ଗୋଲାପ ଦଳବେହେରା,ନଗରପାଳ ଗୁରୁପ୍ରସାଦ ଜେନା ପ୍ରମୁଖ ବହୁନେତା ଯୋଗଦେଇଥିଲେ । ବିଭିନ୍ନ ସଂଗଠନ ପକ୍ଷରୁ କର୍ମକର୍ତ୍ତାମାନେ ଗୋଟିଏ ପରେ ଗୋଟିଏ ଫୁଲମାଳ,ଫୁଳତୋଡ଼ା ଦେଇ ସୌମ୍ୟଙ୍କୁ ଭବ୍ୟ ସମ୍ବର୍ଦ୍ଧିତ କରିଥିଲେ । ଏହି ସମ୍ବର୍ଦ୍ଧନା ଉତ୍ସବରେ ବହୁ ସଂଖ୍ୟାରେ ଜନଗହଳି ପରିଲକ୍ଷିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.