Home ଓଡ଼ିଶା ଦିବ୍ୟଙ୍ଗଙ୍କୁ ସହଯୋଗର ହାତ ବଢ଼ାଇଲେ ସମାଜସେବୀ ଜୟଶ୍ରୀ

ଦିବ୍ୟଙ୍ଗଙ୍କୁ ସହଯୋଗର ହାତ ବଢ଼ାଇଲେ ସମାଜସେବୀ ଜୟଶ୍ରୀ

485

ଭୁବନେଶ୍ୱର:ପୁରୀ ଜିଲ୍ଲା ସତ୍ୟବାଦୀର ବଳାରାମପୁରଗଡ଼ ଗ୍ରାମ ପଞ୍ଚାୟତର ଦିବ୍ୟଙ୍ଗ ବିନୋଦିନୀ ଜେନାଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ସମାଜସେବୀ ଜୟଶ୍ରୀ ମହାପାତ୍ର।ପୁରୀ ଜୁଭେନାଲ ଜଷ୍ଟିସ କୋର୍ଟର ସଦସ୍ୟା ଥିବା ଜୟଶ୍ରୀ ନିଜକୁ ସର୍ବଦା ସମାଜସେବା ସହ ଜଡ଼ିତ ରଖିବାକୁ ପସନ୍ଦ କରିଥାଆନ୍ତି।ବାସ୍ତବରେ ସମାଜସେବା ମନୋବୃତ୍ତି ଜୟଶ୍ରୀଙ୍କର ରକ୍ତରେ ପ୍ରବାହିତ ହେଉଛି।କାରଣ ଜୟଶ୍ରୀ ହେଉଛନ୍ତି ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ଦାୟାଦ।

ସତ୍ୟବାଦୀର ବଳାରାମପୁରଗଡ଼ ଗ୍ରାମ ପଞ୍ଚାୟତର ଦିବ୍ୟାଙ୍ଗ ବିନୋଦିନୀ ଜେନାଙ୍କୁ ରାସନ କାର୍ଡ ପାଇଁ ବ୍ଲକ ଅଫିସକୁ ବାରମ୍ବାର ଦୌଡ଼ି ନିରାଶ ହେବାକୁ ପଡ଼ିଥିଲା।ଜୟଶ୍ରୀ ଏ ବାବଦରେ ଅବଗତ ହୋଇ ଏ ସମ୍ବଦ୍ଧରେ ମୂଖ୍ୟମନ୍ତ୍ରୀ ଏବଂ ପୁରୀ ଜିଲ୍ଲାପାଳଙ୍କୁ ଟୁଇଟ ଯୋଗେ ଜଣାଇଲେ।ଏହା ପରେ ବିନୋଦିନିଙ୍କର ରାସନ କାର୍ଡ ହୋଇଗଲା।ଏହାସହ ଜୟଶ୍ରୀ ମହାପାତ୍ର ନିଜ ଅର୍ଥରେ ଏକ ହୁଇଲ ଚେୟାର ନେଇ ବିନୋଦିନୀଙ୍କୁ ବସାଇ ବୁଲାଇ ତାଙ୍କ ମୁହଁରେ ହସ ଭରି ଦେଇଛନ୍ତି।ଏହାକୁ ନେଇ ଅଞ୍ଚଳରେ ଜୟଶ୍ରୀ ପ୍ରଶଂସାର ପାତ୍ର ହୋଇଛନ୍ତି।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.