Home ଓଡ଼ିଶା ସ୍ମୃତିଙ୍କ ଅଭିବ୍ୟକ୍ତି ଆଜାଦି:ସମାଲୋଚକଙ୍କୁ ସେମାନଙ୍କ ଅସ୍ତ୍ରରେ ଜବାବ

ସ୍ମୃତିଙ୍କ ଅଭିବ୍ୟକ୍ତି ଆଜାଦି:ସମାଲୋଚକଙ୍କୁ ସେମାନଙ୍କ ଅସ୍ତ୍ରରେ ଜବାବ

1573

ଭୁବନେଶ୍ୱର;୦୭,ନଭେମ୍ବର:ଇଣ୍ଟରନେଟ ଦୁନିଆରେ ଅନେକ ସମୟରେ ବଡ଼ ବଡ଼ ହସ୍ତୀ ଟ୍ରୋଲ ହେବାର ଦେଖାଯାଆନ୍ତି।ଏବଂ ଏଥିରେ ସେଲିବ୍ରେଟି,ପିଲ୍ମ ଷ୍ଟାର ଏବଂ ରାଜନେତାଙ୍କ ନାମ ଆଗରେ ଥାଏ।ଏମାନଙ୍କୁ ନେଇ ସମାଲୋଚନା,କାର୍ଟୁନ ଆଦି ବିଭିର୍ଣ୍ଣ ଉପାୟରେ ଟ୍ରୋଲ କରାଯାଇଥାଏ।ତେବେ,ସାବରୀମାଳା ମନ୍ଦିରକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ବିରୋଧୀଙ୍କ ପକ୍ଷରୁ ଖୁବ୍ ସମାଲୋଚିତ ହେବା ସହ ସୋସିଆଲ ମିଡିଆରେ ମଧ୍ୟ ଖୁବ୍ ଟ୍ରୋଲର ଶିକାର ହେବା ପରେ ଏହାର ଉତ୍ତର ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ।ସ୍ମୃତି ଅଭିବ୍ୟକ୍ତି ଆଜାଦିର କାର୍ଡ ଖେଳିଛନ୍ତି।ସମାଲୋଚକଙ୍କୁ ସେମାନଙ୍କ ଅସ୍ତ୍ରରେ ଜବାବ ଦେଇଛନ୍ତି।ସେ ନିଜ ଇଂଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି।ଯେଉଁଥିରେ ତାଙ୍କ ହାତ ଏବଂ ଗୋଡ଼କୁ ଏକ ଦଉଡ଼ିରେ ଏବଂ ମୁହଁକୁ ଏକ କପଡ଼ାରେ ବାନ୍ଧି ବସାଇ ଦିଆଯାଇଛି।ଅର୍ଥାତ୍ ତାଙ୍କୁ ଚୁପ କରି ଦିଆଯାଇଛି।ତାଙ୍କ ଅଭିବ୍ୟକ୍ତି ଆଜାଦି/ବାକ୍ ସ୍ୱାଧୀନତା ଉପରେ ଆକ୍ରମଣ ହୋଇଛି।ମୋଦୀ ସରକାର ସମୟରେ ଅଭିବ୍ୟକ୍ତି ଆଜାଦି/ବାକ୍ ସ୍ୱାଧୀନତାକୁ ନେଇ ବିରୋଧୀ ଦଳ,କିଛି ବାମପନ୍ଥୀ ବୁଦ୍ଧିଜୀବୀ,ଲେଖକ, କଳାକାର ମାନେ କିଛି ଦିନ ହେଲା ପ୍ରଶ୍ନ ଉଠାଇ ଆସୁଥିବା ବେଳେ ସ୍ମୃତି ସେମାନଙ୍କୁ ସେମାନଙ୍କ ଶୈଳୀରେ ଉତ୍ତର ଦେଇଛନ୍ତି।/ଦେବଦତ୍ତ

https://www.instagram.com/p/BpWAr6vH6pX/?utm_source=ig_web_button_share_sheet

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.