ତୁରୁମୁଙ୍ଗା ଅଞ୍ଚଳରେ ଉଡିଲା ତ୍ରିରଙ୍ଗା

ତୁରୁମୁଙ୍ଗା, ତା ୧୬ ଅଗଷ୍ଟ (ଓଡିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ଅଞ୍ଚଳର ବିଭିନ୍ନ ସରକାରୀ ବେସରକାରୀ ସ୍କୁଲ, ଅଫିସ, କଲେଜ, ଓ ଶିଳ୍ପ ତାଲିମ କେନ୍ଦ୍ରରେ ୭୨ ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ସ୍ଥାନୀୟ ବଜାର କମିଟି ତରଫରୁ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା। ସେଥିରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଗୋପୀନାଥ ସାହୁ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ। ସେହିପରି ତୁରୁମୁଙ୍ଗା ଦଧିବାମନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କୈବଲ୍ୟ ସାହୁ, ପ୍ରାଥମିକ ବିଦ୍ୟାଳୟର ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଦୁର୍ଯ୍ୟଧନ ସାହୁ, ତୁରୁମୁଙ୍ଗା ପଞ୍ଚାୟତରେ…

"ତୁରୁମୁଙ୍ଗା ଅଞ୍ଚଳରେ ଉଡିଲା ତ୍ରିରଙ୍ଗା"

ଗୋଳବାଇ ଶାସନରେ ବିଭିର୍ଣ୍ଣ ସ୍ଥାନରେ ସ୍ୱାଧୀନତା ଦିବସ ପାଳିତ

ଖୋର୍ଦ୍ଧା;ଅଗଷ୍ଟ,୧୫:ଖୋର୍ଦ୍ଧା ଜିଲ୍ଲା ଗୋଳବାଇ ଶାସନ ଅଞ୍ଚଳରେ ବିଭିର୍ଣ୍ଣ ସ୍ଥାନରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି।ପାଣିପାଗ ଦୃଷ୍ଟିକୋଣରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଭିର୍ଣ୍ଣ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ପରିକ୍ରମା,ପଥ ସଞ୍ଚଳନ କରି ପାରିନଥିଲେ।ଗୋଳବାଇ ସ୍ଥିତ ଭଗବତୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ପ୍ରତିମା ମହାରଣାଙ୍କ ତତ୍ୱାବଧାନରେ ଅବସର ପ୍ରାପ୍ତ ବୈଜ୍ଞାନିକ ଗୌର ଚରଣ ତୋଷ ଅତିଥି ଭାବରେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ। ସେହିପରି ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ବିପିନ କୁମାର ସେଠୀ ଏବଂ ୱାର୍ଡ ମେମ୍ବର ମାନଙ୍କ ଉପସ୍ଥିତିରେ ପତାକା ଉତ୍ତୋଳନ ହୋଇଥିଲା।ପତାକା ଉତ୍ତୋଲନ ସମୟରେ ସମିତି ସଭ୍ୟା ଏବଂ ନାଏବ ସରପଞ୍ଚ ଅନୁପସ୍ଥିତ ଥିଲେ।ସ୍ଥାନୀୟ ହୋମିଓପ୍ୟାଥିକ ଡାକ୍ତରଖାନା ପରିସରରେ…

"ଗୋଳବାଇ ଶାସନରେ ବିଭିର୍ଣ୍ଣ ସ୍ଥାନରେ ସ୍ୱାଧୀନତା ଦିବସ ପାଳିତ"

ଆମ ସ୍ୱାଧୀନତା : କିଛି କଥା, କିଛି ବ୍ୟଥା

ଡକ୍ଟର ସର୍ବେଶ୍ୱର ସେଣ ଗଙ୍ଗା, ଯମୁନା, ସରସ୍ୱତୀରେ ବହିଗଲାଣି କାହିଁ କେତେ ପାଣି, କିଏ ବା ହିସାବ ରଖୁଛି ମହାକାଳର ଏହି ଗତି ପ୍ରକୃତିକୁ? ତା’ରି ପ୍ରଭାବରେ ନିୟନ୍ତ୍ରିତ ପୃଥିବୀରେ ଘଟୁଥିବା ପ୍ରତିଟି ଘଟଣା, ଠିକ୍ ସେମିତି ଆମ ସ୍ୱାଧୀନତା, ୧୯୪୭ ମସିହାର ଅବୋଧ ଶିଶୁ ଏବେ ୬୮ ବର୍ଷରେ ପାଦ ଥାପିଲାଣି। ଏହି ପୁଣ୍ୟ ତିଥିଟି ପାଇଁ କେତେ କ’ଣ ସଂଗ୍ରାମ, ତ୍ୟାଗ, ତିତୀକ୍ଷା, ଆତ୍ମବଳି ଏକଦା ଥିଲା ଏହା ଇତିହାସ, ଏବେ କିନ୍ତୁ ବିସ୍ମୃତି ଆଡେ଼ ମୁହାଁଇଲାଣି। ମୁକ୍ତି ସଂଗ୍ରାମକାଳୀନ ଜନଚିତ୍ତରେ ପ୍ରବାହିତ ଦେଶପ୍ରୀତି ପ୍ରବଣତାରେ ମଧ୍ୟ ଭଟ୍ଟା ପଡ଼ିଲାଣି। ତଥାପି ସ୍ୱାଧୀନତା ଦିବସ, ସାଧାରଣତନ୍ତ୍ର ଦିବସରେ ଏ ଜାତି ଚେଇଁ ଉଠେ।…

"ଆମ ସ୍ୱାଧୀନତା : କିଛି କଥା, କିଛି ବ୍ୟଥା"

ପ୍ରତିଭାବାନ୍ ମହାପୁରୁଷ ପ୍ରାଣନାଥ ପଟ୍ଟନାୟକ

– ଶ୍ରୀନିବାସ ଆଚାର୍ଯ୍ୟ ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଓଡ଼ିଶା ମାଟିରେ ଯେଉଁ କେତେଜଣ ମହାପୁରୁଷ ସେମାନଙ୍କର ଭୋଗ ବିଳାସ, ସୁଖସ୍ୱାଚ୍ଛନ୍ଦ୍ୟ, ଆନନ୍ଦ-ଉଲ୍ଲାସ ତଥା ଆଡ଼ମ୍ବରପୂର୍ଣ୍ଣ ଚାକଚକ୍ୟକୁ ପଛରେ ପକାଇ ସ୍ୱଦେଶ ଓ ଜାତିର ପ୍ରେମରେ ଉଦ୍ବୁଦ୍ଧ ହୋଇ ଦଳିତ, ପତିତ, ଅବହେଳିତ, ନିଷ୍ପେସିତ ଓ ନିରୀହ ଲକ୍ଷ ଲକ୍ଷ ଜନତାଙ୍କ ସେବାରେ ବହୁମୂଲ୍ୟ ସମୟ, ଶକ୍ତି ଓ ସାମର୍ଥ୍ୟ ସେ୍ୱଚ୍ଛାକୃତ ଭାବେ ଉତ୍ସର୍ଗ କରିଥିଲେ, ସେମାନଙ୍କ ମଧ୍ୟରେ ସ୍ୱର୍ଗତ ପ୍ରାଣନାଥ ପଟ୍ଟନାୟକ ଥିଲେ ଅନ୍ୟତମ। ସେ ଥିଲେ ଅଶେଷ ପ୍ରତିଭାର ଅଧିକାରୀ। ଏକାଧାରରେ ସେ ଥିଲେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ବୀର ସଂଗ୍ରାମୀ, ଜାତୀୟ କଂଗ୍ରେସ ଦଳର ତୁଙ୍ଗ ସଦସ୍ୟ, ଓଡ଼ିଶା କଂଗ୍ରେସ ସୋସାଲିଷ୍ଟ ଦଳର…

"ପ୍ରତିଭାବାନ୍ ମହାପୁରୁଷ ପ୍ରାଣନାଥ ପଟ୍ଟନାୟକ"