ପାରିବାରିକ କଳହକୁ ନେଇ ସାନଭାଇଙ୍କ ଆକ୍ରମଣରେ ବଡ଼ଭାଇଙ୍କ ମୃତ୍ୟୁ

ବ୍ରହ୍ମପୁର ୧୯-୭ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ) ଗଞ୍ଜାମ ଜିଲ୍ଳା ପାଟପୁର ଥାନା ଅଞ୍ଚଳରେ ଗୁରୁବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ ନେଇ ସାନଭାଇଙ୍କ ଆକ୍ରମଣରେ ବଡ଼ଭାଇଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ , ଗଞ୍ଜାମ ଜିଲା ପାଟପୁର ଥାନା ଅଧିନ ମଳିକ ସାହିର ନାଥ ମଳିକ ପୁଅ ଚିତ୍ରସେନ ଘର ପଛପଟେ ଗଛ ଲଗାଇବାକୁ ଯାଇଥିଲେ। ସେଠାରେ ତାଙ୍କ ଦାଦା ଉଦୟ ମଳିକ ବାଡ଼ିରେ ଲାଗିଥିବା କାଙ୍କଡ଼ ଗଛଗୁଡ଼ିକୁ ଉପାଡ଼ି ଫୋପାଡୁ ଥିବା ଦେଖିଥିଲେ। ଚିତ୍ରସେନ ଏହାର ପ୍ରତିବାଦ କରିବାରୁ ଉଦୟ ତାଙ୍କୁ ଗାଳିଗୁଲଜ କରିବା ସହ ଠେଙ୍ଗାରେ ଆକ୍ରମଣ କରିଥିଲେ। ନାଥ ସେଠାରେ ପହଞ୍ଚି ବୁଝାସୁଝା…

"ପାରିବାରିକ କଳହକୁ ନେଇ ସାନଭାଇଙ୍କ ଆକ୍ରମଣରେ ବଡ଼ଭାଇଙ୍କ ମୃତ୍ୟୁ"

ସୁଶାନ୍ତ ବିଷୋୟୀଙ୍କ କାର୍ ଉପରକୁ ହୋଇଥିବା ବୋମା ମାଡ଼ ଘଟଣାରେ ଆଉ ଦୁଇ ଗିରଫ

ବ୍ରହ୍ମପୁର (ଓଡ଼ିଆ ପୁଅ/ଲଡ଼ୁକିଶୋର ଦାଶ): ସୁଶାନ୍ତ ବିଷୋୟୀଙ୍କ କାର୍ ଉପରକୁ ହୋଇଥିବା ବୋମା ମାଡ଼ ଘଟଣାରେ ଆଉ ଦୁଇ ଗିରଫ ହୋଇଛନ୍ତି। ସୂଚନାଯୋଗ୍ୟଯେ, ଗତ ୮ ତାରିଖ ଦିନ ସୁଶାନ୍ତ କାର୍ ଯୋଗେ ଅନ୍ୟ ୪ ସହଯୋଗୀଙ୍କ ସହ ଘରୁ ବାହାରି ଗୋଷାଣିନୂଆଗାଁ ଥାନା ଯାଉଥିବା ବେଳେ ଲାଞ୍ଜିପଲ୍ଲୀ ଢିପ ସାହି ରାସ୍ତା ଉପରେ ତାଙ୍କ କାର୍ ଉପରକୁ ଦୁଇଟି ବୋମା ମାଡ଼ ହୋଇଥିଲା। ସୁଶାନ୍ତଙ୍କ ସମେତ ତାଙ୍କର ଅନ୍ୟ ଦୁଇ ସହଯୋଗୀ ଆହତ ହୋଇଥିଲେ। ଘଟଣା ଦିନ ସାହିରେ ଆତଙ୍କ ଖେଳାଉଥିବା ଅଭିଯୋଗରେ ପୁଲିସ ସୁଶାନ୍ତଙ୍କର ୬ ସମର୍ଥକଙ୍କୁ ଉଠାଇ ନେଇଥିବା ବେଳେ ପରବର୍ତ୍ତି ସମୟରେ ବୋମା ମାଡ଼ ଘଟଣାରେ ସଂପୃକ୍ତ ୯ଜଣଙ୍କୁ ଗିରଫ…

"ସୁଶାନ୍ତ ବିଷୋୟୀଙ୍କ କାର୍ ଉପରକୁ ହୋଇଥିବା ବୋମା ମାଡ଼ ଘଟଣାରେ ଆଉ ଦୁଇ ଗିରଫ"

ବିଲ ଦେଖିବାକୁ ଯାଇ ନାଳରେ ଭାସିଗଲେ: ମୃତ୍ୟୁ

ପୁରୁଷୋତ୍ତମପୁର,୧୬/୭ (ଓଡ଼ିଆ ପୁଅ/ସୁଦାମ ମହାରଣା) ସ୍ଥାନୀୟ ଥାନା ଅନ୍ତର୍ଗତ ସମା ଗ୍ରାମରେ ଆଜି ସକାଳେ ନାଳର ପ୍ରଖର ଜଳ ସ୍ରୋତରେ ଭାସି ଯାଇ ଭରତ ପ୍ରଧାନ (୬୫) ନାମକ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଯାଇଛି। ଭରତ ନିଜ ବିଲର ଜଳସ୍ତର ଦେଖିବାକୁ ଯିବା ପାଇଁ ପେଲାଣା ନାଳ ପାରହେଉଥିବା ବେଳେ ହଠାତ ଜଳ ସ୍ରୋତରେ ଭାସି ଯାଇଥିଲେ। ସ୍ଥାନୀୟ ଲୋକମାନେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରିଥିଲେ। କିନ୍ତୁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏହି ଘଟଣା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଥିବା ବେଳେ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

"ବିଲ ଦେଖିବାକୁ ଯାଇ ନାଳରେ ଭାସିଗଲେ: ମୃତ୍ୟୁ"

କୁକୁରମାନଙ୍କର ସଂଘବଦ୍ଧ ଆକ୍ରମଣରେ ହରିଣ ଆହତ

ଖଲ୍ଲିକୋଟ ୧୭-୭ (ଓଡ଼ିଆ ପୁଅ/ଲଡ଼ୁକିଶୋର ଦାଶ): ବାଣିଆ ନିକଟରେ ବିଲରେ ବୁଲୁଥିବା ଏକ ହରିଣକୁ କୁକୁରମାନେ ସଂଘବଦ୍ଧ ଆକ୍ରମଣ କରିବାରୁ ସେ ଆହତ ହୋଇଛି। ତାକୁ ଗ୍ରାମବାସୀମାନେ ଉଦ୍ଧାର କରି ଆବଶ୍ୟକ ଚିକିତ୍ସା କରାଇଛନ୍ତି।

"କୁକୁରମାନଙ୍କର ସଂଘବଦ୍ଧ ଆକ୍ରମଣରେ ହରିଣ ଆହତ"

ଏଟିଏମ୍ କାର୍ଡ ଚୋରୀ ମାମଲାରେ ଯୁବକ ଗିରଫ

ହିଞ୍ଜିଳିକାଟୁ ୧୭-୭ (ଓଡ଼ିଆ ପୁଅ/ପବିତ୍ର ପାତ୍ର) ହିଞ୍ଜିଳିକାଟୁ ସ୍ଥାନୀୟ ହିଞ୍ଜିଳି ଥାନା ଅନ୍ତର୍ଗତ କୋଳଦାସପୁର ଗ୍ରାମର ସ୍ଵରାଜ୍ୟ ଦଳାଇଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କର ଏଟିଏମ୍ କାର୍ଡ ଚୋରୀ ହୋଇଯାଇଥିଲା ପରବର୍ତ୍ତୀ ସମୟରେ ତାଙ୍କର ଜମା ଖାତା ରୁ ୧୮, ୬୦୦ ଟଙ୍କା ବହୁଥର ଉଠାଣ ହେବା ଜାଣି ସେ ହିଞ୍ଜିଳି ଥାନା ଲିଖିତ ଅଭିଯୋଗ କରିଥଲେ। ଅଭିଯୋଗ ପାଇଁ ତଦନ୍ତ ପରେ ଉକ୍ତ ଗ୍ରାମ ର ଅଗାଧୁ ରାଉତ (୨୯)କୁ ଗିରଫକରି କୋର୍ଟ ଚାଲାଣ କରାଯାଇଛି। ହିଞ୍ଜିଳି ଥାନା କେସ ନଂ ୧୫୮/୧୮ ରୁଜୁ ହେବା ସହ ଚୋରୀ ହୋଇଥିବା ମୋଟ ୧୮, ୬୦୦ ଟଙ୍କା ଜବତ କରାଯାଇଥିବା ହିଞ୍ଜିଳି ଥାନା ସୂତ୍ର ରୁ ପ୍ରକାଶ।

"ଏଟିଏମ୍ କାର୍ଡ ଚୋରୀ ମାମଲାରେ ଯୁବକ ଗିରଫ"

୨ ଦିନଧରି ଲାଗାଣ ବର୍ଷା ଯୋଗୁଁ ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳ ଜଳାର୍ଣ୍ଣବ

ଆସିକା ୧୬-୭ (ଓଡ଼ିଆ ପୁଅ/ଲଡ଼ୁକିଶୋର ଦାଶ) : ୨ ଦିନଧରି ଲାଗାଣ ବର୍ଷା ଯୋଗୁଁ ଦକ୍ଷିଣ ଓଡ଼ିଶାର ଅନେକ କ୍ଷତି ଘଟିଛି। ବନ୍ୟାଜଳ ଯୋଗୁଁ ଆସିକା ଓ କବିସୂର୍ଯ୍ୟନଗର ଅଞ୍ଚଳରେ ଅନେକ ଚାଷଜମି ଜଳାର୍ଣ୍ଣବ ହୋଇପଡ଼ିଛି। ଗାଁ-ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଖାଲି ଚାଷଜମି ନୁହେଁ କବିସୂର୍ଯ୍ୟନଗର ବୁଡାମ୍ବା ବାଘୁଆ ପୋଲ ବି ବୁଡ଼ି ଯାଇଛି ବନ୍ୟାଜଳରେ। ଆସିକା ପଞ୍ଚାୟତ ମଧ୍ୟ ପ୍ରଭାବିତ ହୋଇଛି। ପଞ୍ଚାୟତର ଗୌଡଗୋଠ ନିକଟରେ ଘାଇ ସୃଷ୍ଟି ହୋଇଛି। ଉଭୟ ପାର୍ଶ୍ୱରେ ଥିବା ହଜାର ହଜାର ହେକ୍ଟର ଚାଷଜମିରେ ପାଣି ମାଡ଼ି ଯାଇଛି। ନିକଟରେ ଧାନ ତଳି ରୁଆ ଯାଇଥିବାରୁ ଏଗୁଡିକ ନଷ୍ଟ ହେବା ନେଇ ଚାଷୀ ଏବେ ଚିନ୍ତାରେ। ଖାଲି…

"୨ ଦିନଧରି ଲାଗାଣ ବର୍ଷା ଯୋଗୁଁ ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳ ଜଳାର୍ଣ୍ଣବ"

ବଦଳୁଛି ଚେହେରା ଓ ରଙ୍ଗ; ବଢ଼ୁଛି ଲୋମ : ୬ ବର୍ଷରେ ଏପରି ଦେଖାଯାଉଛନ୍ତି କାହ୍ନୁ : ସହାୟତା ଲୋଡୁଛି ପରିବାର

ଆସ୍କା ୧୫-୭ (ଓଡ଼ିଆ ପୁଅ/ଲଡ଼ୁକିଶୋର ଦାଶ) ନାମଟି କାହ୍ନୁ ନାଇକ। ଗ୍ରାମ-କଳିଙ୍ଗ ପ୍ରସାଦ। ବାଘୁଆ ବ୍ଲକ୍-ଜଗନ୍ନାଥ ପ୍ରସାଦ। ତହସିଲ-କୋକୁଲୁଵା ପୋଲିସ ଷ୍ଟେସନ୍-ତାରସିଙ୍ଗି ଜିଲ୍ଳା-ଗଞ୍ଜାମ ବାପ- ରାମ ଚନ୍ଦ୍ର ନାଇକ (ଦିନ ମଜୁରିଆ) ମାତା-ମମତା ନାଇକ (ଗୃହିଣୀ)। କାହ୍ନୁ ନାଇକ ଯାହାର ବୟସ କେବଳ ୬ ବର୍ଷ ! ଯେଉଁ ବୟସରେ କାହ୍ନୁ ହସିବୁଲି ଖେଳିବା କଥା ସେହି ବୟସରେ ତାଙ୍କର ବଦଳୁଛି ଚେହେରାର ରଙ୍ଗ। ତାଙ୍କର ଶରୀରରେ କେଶ ବଢ଼ିବାରେ ଲାଗିଛି। ଟାହି ଟାପରାର ଶିକାର ହେବାକୁ ପଡୁଛି ପରିବାରକୁ। ଏହାର କାରଣ, ତାଙ୍କୁ ହୋଇଛି ଏକ ଗୁରୁତ୍ୱର ରୋଗ! ଯେଉଁ ରୋଗରେ ଯୋଗୁଁ ତାଙ୍କ ଦେହସାର ବଢୁଛି ଲୋମ। ଏମିତି କି ସତେ ଯେମିତି…

"ବଦଳୁଛି ଚେହେରା ଓ ରଙ୍ଗ; ବଢ଼ୁଛି ଲୋମ : ୬ ବର୍ଷରେ ଏପରି ଦେଖାଯାଉଛନ୍ତି କାହ୍ନୁ : ସହାୟତା ଲୋଡୁଛି ପରିବାର"

ବଜ୍ରାଘାତରେ ଦୁଇ ମହିଳା ମୃତ – ୧୨ ମହିଳା ଆହତ

ବ୍ରହ୍ମପୁର: ୧୫/୦୭ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ଭଞ୍ଜନଗର ବ୍ଲକର ମହାଗୁଡା ଗ୍ରାମରେ ଆଜି ଅପରାହ୍ନରେ ବର୍ଷା ସହ ବଜ୍ରାଘାତ ହେବା ଫଳରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି ଏବଂ ୧୨ ଜଣ ମହିଳା ଗୁରୁତର ଭାବେ ଆହତ ହୋଇଛନ୍ତି। ଵିଲରେ ଧାନ ରୁଆ ଚାଲିଥିବାରୁ ମହିଳା ମାନେ ସେଥିରେ ନିୟୋଜିତ ଥିଲେ। ଆହତ ମହିଳାମାନଙ୍କୁ ଭଞ୍ଜନଗର ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଉଛି। ଏହି ଘଟଣା ନେଇ ପ୍ରଶାସନିକ ଅଧିକାରୀ ଓ ପୋଲିସ ଅନୁଧ୍ୟାନ ଚଳାଇଛନ୍ତି। ବଜ୍ରାଘାତରେ ଦୁଇ ମହିଳା ମୃତ – ୧୨ ମହିଳା ଆହତ Posted by ODIA PUA on Sunday, 15 July 2018

"ବଜ୍ରାଘାତରେ ଦୁଇ ମହିଳା ମୃତ – ୧୨ ମହିଳା ଆହତ"

ଇଣ୍ଡିଆନ୍ ବ୍ୟାଙ୍କର ଏଟିଏମ୍ ଲୁଟ୍ ଉଦ୍ୟମ

ଆସ୍କା ୧୫-୭ (ଓଡ଼ିଆ ପୁଅ/ଲଡ଼ୁକିଶୋର ଦାଶ) ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗି ଗ୍ରାମରେ ଥିବା ଇଣ୍ଡିଆନ୍ ବ୍ୟାଙ୍କର ଏଟିଏମ୍ ଲୁଟ୍ ଉଦ୍ୟମ। ଦୁର୍ବୃତମାନେ ବିଳମ୍ବିତ ରାତିରେ ସଟର୍ ତାଡ଼ି ଏଟିଏମ୍ ରୁ ଟଙ୍କା ଲୁଟିବା ପାଇଁ ଉଦ୍ୟମ କରୁଥିଲେ। ତେବେ ପେଟ୍ରୋଲିଂରେ ବୁଲୁଥିବା ପୁଲିସ ଗାଡ଼ିର ସାଇରନ୍ ଶୁଣି ଦୁର୍ବୃତମାନେ ଛତ୍ରଭଙ୍ଗ କରିଥିବାର ଅନୁମାନ କରାଯାଉଛି। ଘଟଣା ସଂପର୍କରେ ଖବର ପାଇବା ପରେ ପାଟପୁର ଥାନା ଅଧିକାରୀ ଓ ବ୍ୟାଙ୍କ ଅଧିକାରୀମାନେ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିଥିଲେ। କୌଣସି ପ୍ରକାର ଲୁଟ୍ ହୋଇନଥିବା ସ୍ପଷ୍ଟ କରିଥିଲେ।

"ଇଣ୍ଡିଆନ୍ ବ୍ୟାଙ୍କର ଏଟିଏମ୍ ଲୁଟ୍ ଉଦ୍ୟମ"

ହିଞ୍ଜିଳିକାଟୁର ବିଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣା

ହିଞ୍ଜିଳିକାଟୁ ୧୫-୭ (ଓଡ଼ିଆ ପୁଅ/ପବିତ୍ର ପାତ୍ର) ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁରେ ଶନିବାର ହିଂଜିଳି ଥାନା ଚୈତନପଡା ଛକ ଓ ସ୍ଥାନୀୟ ସହରର ଚନ୍ଦ୍ରକଳ୍ପେଶର ମନ୍ଦିର ନିକଟରେ ପୃଥକ ଦୁର୍ଘଟଣା ଘଟି ୪ ଜଣ ଆହତ ହୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଛି। ପ୍ରଥମ ଦୁର୍ଘଟଣାରେ ବାଇକ୍ ଚାଳକ ନିଜ ଗାଡିର ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ବସ୍ ର ଭିତରକୁ ପଶିଯାଇ ଥିଲେ। ସେ ହେଲମେଟ ପିନ୍ଧଥିବା ହେତୁ ମୁତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ। ଅନ୍ୟ ଏକ ଦୁର୍ଘଟଣାଟି ଗୋଟିଏ ଅଟୋ ସ୍କୁଟିକୁ ଧକ୍କା ଦେବା ଫଳରେ ବସିଥିବା ୩ ଜଣ ଗୁରୁତର ଆହତ ହୋଇଛନ୍ତି। ବାଇକ୍ ଚାଳକ ଛତ୍ରପୁର ସହରର…

"ହିଞ୍ଜିଳିକାଟୁର ବିଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣା"