Home ଓଡ଼ିଶା ପଦଯାତ୍ରାରେ ବାହାରିବେ ଅପରାଜିତା:ଲୋକଙ୍କ ସହ ମିଶିବେ,ଲୋକଙ୍କଠାରୁ ଶୁଣିବେ

ପଦଯାତ୍ରାରେ ବାହାରିବେ ଅପରାଜିତା:ଲୋକଙ୍କ ସହ ମିଶିବେ,ଲୋକଙ୍କଠାରୁ ଶୁଣିବେ

897

ଭୁବନେଶ୍ୱର:ବିଜେପି ପକ୍ଷରୁ ଚାଲିଥିବା “ଜନ ପରାମର୍ଶ ପଦଯାତ୍ରା”ରେ ନିଜକୁ ସାମିଲ କରିବେ ଅପରାଜିତା ଷଡ଼ଙ୍ଗୀ।ରାଜନୀତିରେ ପାଦ ଥାପୁ ଥାପୁ ଅପରାଜିତା ଆରମ୍ଭରୁ ହିଁ ସକ୍ରିୟ ହୋଇ ଉଠିଛନ୍ତି।ଏଥିରେ କାର୍ଯ୍ୟକର୍ତ୍ତା ମଧ୍ୟ ଖୁବ୍ ଉତ୍ସାହିତ ହୋଇ ଯାଇଛନ୍ତି।ଭୁବନେଶ୍ୱରରେ ଆସି ପହଁଚିବା ପରେ ପରେ ଅପରାଜିତା ଲିଙ୍ଗରାଜ ମନ୍ଦିର ଦର୍ଶନ କରିବା ସହ ଭୁବନେଶ୍ୱର ସହରର ଏକ ପ୍ରମୁଖ ସ୍ଥଳ ବିନ୍ଦୁ ସାଗର ପରିଦର୍ଶନରେ ଯାଇ ସ୍ଥିତି ପରଖିବା ସହ ବିଶେଷତଃ ସ୍ଵଛତା ନେଇ ଉଦବେଗ ପ୍ରକାଶ କରିଥିଲେ।ଏବେ ସେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ସମସ୍ତ ବିଧାନସଭା କ୍ଷେତ୍ରରେ କାର୍ଯ୍ୟକର୍ତ୍ତାଙ୍କ ସହ ମିଶି “ଜନ ପରାମର୍ଶ ପଦଯାତ୍ରା” କରିବେ।ଜନତାଙ୍କ ସହ ମିଶିବେ ଏବଂ ଜନତାଙ୍କ ସମସ୍ୟା ଶୁଣିବେ।ସେମାନଙ୍କ ଠାରୁ ଓଡ଼ିଶାର ବିକାଶ ସମ୍ବଦ୍ଧିୟ ପରାମର୍ଶ ଗ୍ରହଣ କରିବେ।ତେବେ ପଦ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଅପରାଜିତା ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ସମସ୍ତ ବିଧାନସଭା କ୍ଷେତ୍ର କାର୍ଯ୍ୟକର୍ତ୍ତାଙ୍କର ବୈଠକ ରାଜ୍ୟ କାର୍ଯ୍ୟାଳୟରେ ପର୍ଯ୍ୟାୟ କ୍ରମେ ନେଉଛନ୍ତି।ଅପରାଜିତାଙ୍କ କାର୍ଯ୍ୟଶୈଳୀରେ କାର୍ଯ୍ୟକର୍ତ୍ତା ଖୁବ୍ ଉତ୍ସାହିତ ଥିବା ଜଣାପଡ଼ୁଛି।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.