ଓଡ଼ିଶା

୦୨ ସେପ୍ଟେମ୍ବର ରବିବାର: ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ : ଆପଣଙ୍କ ପାଇଁ ଆଜି ଦିନ ଆଧ୍ୟାତ୍ମିକ ଦୃଷ୍ଟିରୁ ଅଦ୍ୱିତୀୟ ଅନୁଭୂତି ପ୍ରମାଣିତ ହୋଇପାରେ। ଆପଣ ରହସ୍ୟମୟ ବିଦ୍ୟା ଶିଖିବାରେ ବିଶେଷ ରୁଚି ରଖିପାରନ୍ତି। ଆଧ୍ୟାତ୍ମିକ ସିଦ୍ଧି ମିଳିବାର ଯୋଗ ଅଛି। ନୂଆ କାର୍ଯ୍ୟର ପ୍ରାରମ୍ଭ ପାଇଁ ଶୁଭ ସମୟ ନୁହେଁ। ଯାତ୍ରାରେ ଆକସ୍ମିକ କଠିନତା ଆସିପାରେ। କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ଶତ୍ରୁ ଆପଣଙ୍କୁ ଯେପରି ହାନି ନ ପହଁଚାଇ ପାରିବ, ଏହାର ଧ୍ୟାନ ରଖିବେ।

ବୃଷ : ଆଜି ଆପଣଙ୍କୁ ଦାମ୍ପତ୍ୟଜୀବନର ବିଶେଷ ଆନନ୍ଦ ମିଳିବ। ଆପଣ ପରିବାର ସହିତ କୌଣସି ସାମାଜିକ ସ୍ଥାନକୁ ବୁଲିବାକୁ ଅଥବା ଲଘୁ ଯାତ୍ରାରେ ଯାଇ ଆନନ୍ଦରେ ଦିନ କଟାଇ କରିପାରନ୍ତି। ସ୍ନେହୀଜନମାନଙ୍କ ଏବଂ ମିତ୍ରମାନଙ୍କ ସହିତ ଉତ୍ତମ ଭୋଜନ କରିବାର ଅବସର ଆସିବ। ବିଦେଶରେ ବସିଥିବା ପ୍ରିୟଜନମାନଙ୍କଠାରୁ ଭଲ ସମାଚାର ମିଳିବ। ଆକସ୍ମିକ ଧନ ଲାଭର ଯୋଗ ଅଛି। ବ୍ୟାପାରିମାନଙ୍କ ବ୍ୟାପାରରେ ବୃଦ୍ଧି ହେବ। ସାମାଜିକ ଏବଂ ସାର୍ବଜନିକ କ୍ଷେତ୍ରରେ ଯଶ ଏବଂ ପ୍ରତିଷ୍ଠା ପ୍ରାପ୍ତି ହେବ।

ମିଥୁନ : କାର୍ଯ୍ୟରେ ସଫଳତା ଏବଂ ଯଶ ଏବଂ କୀର୍ତ୍ତି ପ୍ରାପ୍ତ କରିବା ପାଇଁ ଆଜିର ଦିନ ଶୁଭ ଅଟେ। ଘରେ ସୁଖ-ଶାନ୍ତିର ବାତାବରଣ ରହିବ। ଶାରୀରିକ ଏବଂ ମାନସିକ ରୂପରେ ସୁସ୍ଥ ରହିବେ। ଆର୍ଥିକ ଲାଭର ସମ୍ଭାବନା ଅଛି। ଆଜି ଖର୍ଚ୍ଚ ବଢ଼ିବ ପରନ୍ତୁ ଆପଣଙ୍କୁ ଅନାବଶ୍ୟକ ଲାଗିବନାହିଁ। ରୋକିଥିବା କାର୍ଯ୍ୟଗୁଡ଼ିକର ପୂର୍ଣ୍ଣତା ପାଇଁ ମାର୍ଗ ସରଳ ବନିବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସମକ୍ଷରେ ସଫଳତା ପ୍ରାପ୍ତି କରିବେ। ସ୍ଵଭାବରେ କ୍ରୋଧ ଉପରେ ଅଂକୁଶ ଲଗାଇବାର ଆବଶ୍ୟକତା ଅଛି।

କର୍କଟ : ଆଜିର ଦିନ ଶାନ୍ତିରେ ରହିବାକୁ ଉପଦେଶ। ଶାରୀରିକ ଏବଂ ମାନସିକ ଅସୁସ୍ଥତା ଆପଣଙ୍କୁ ହଇରାଣ କରିପାରେ। ସ୍ୱାସ୍ଥ୍ୟ ପ୍ରତି ସାବଧାନ ରୁହନ୍ତୁ। ଆଜି ଆକସ୍ମିକ ଖର୍ଚ୍ଚ ହୋଇପାରେ। ପରିବାରରେ କଲହ ହୋଇପାରେ। ବିପରୀତ ଲିଙ୍ଗ ବ୍ୟକ୍ତି ପ୍ରତି ଆକର୍ଷଣ ଆପଣଙ୍କପାଇଁ ସଂକଟ ହୋଇପାରେ। ଆଜି ଯାତ୍ରା, ପ୍ରବାସ ଏବଂ ନୂଆ କାର୍ଯ୍ୟର ପ୍ରାରମ୍ଭ ନ କରିବା ହିତକାରୀ ରହିବ।

ସିଂହ : ଆଜି ପରିବାରରେ ମନମାଳିନ୍ୟର ବାତାବରଣ ହେଇପାରେ। ମା’ ଙ୍କର ସ୍ୱାସ୍ଥ୍ୟକୁ ନେଇକରି ସାବଧାନ ରହିବେ। ମନରେ ନକାରାତ୍ମକ ବିଚାର ଆସିବାରୁ ଉଦାସ ହୋଇପାରନ୍ତି। ଜମି, ଘର, ବାହନ ଆଦିର କାଗଜପତ୍ରରେ ହସ୍ତାକ୍ଷର କରିବା ପାଇଁ ଦିନ ଭଲ ନୁହେଁ। ଚାକିରିପେଶାଲୋକଙ୍କୁ ଚାକିରିରେ କୌଣସି କଥାର ଚିନ୍ତା ହୋଇପାରେ। ମହିଳାବର୍ଗ ତଥା ପାଣିକୁ ସମ୍ଭାଳି କରି ରହିବାକୁ ଉପଦେଶ।

କନ୍ୟା : ଶାରୀରିକ-ମାନସିକ ସ୍ଵାସ୍ଥ୍ୟ ଭଲ ରହିବା ସହିତ ହିଁ ଆପଣ ପ୍ରେମପୂର୍ଣ୍ଣ ସମ୍ବନ୍ଧରେ ଅଭିଭୂତ ରହିବେ। ଭାଇ-ଭଉଣୀମାନଙ୍କ ସହିତ ଭଲ ଭାବରେ ସମୟ କାଟିବେ ଏବଂ ତାଙ୍କର ଦ୍ଵାରା ଲାଭ ମଧ୍ୟ ମିଳିବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଚାଲ ନିଷ୍ଫଲ ରହିବ। ଭାଗ୍ୟବୃଦ୍ଧିର ଯୋଗଥାଇ ମଧ୍ୟ କୌଣସି କାର୍ଯ୍ୟରେ ଅବିଚାରୀ ପଦକ୍ଷେପରୁ ହାନି ହୋଇପାରେ। ଆଧ୍ୟାତ୍ମିକ ମାମଲାରେ ସିଦ୍ଧି ମିଳିବ।

ତୁଳା : ଆଜିର ଦିନ ଆପଣଙ୍କ ମାନସିକ ସ୍ଥିତି ଦ୍ୱନ୍ଦ୍ୱପୂର୍ଣ୍ଣ ରହିପାରେ, ଯାହାଫଳରେ ମହତ୍ତ୍ଵପୂର୍ଣ୍ଣ ନିର୍ଣ୍ଣୟ ନ ନେବାକୁ ଉପଦେଶ। ନୂଆ କାର୍ଯ୍ୟର ପ୍ରାରମ୍ଭ କରନ୍ତୁ ନାହିଁ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ପରିଜନମାନଙ୍କ ସହିତ ବାଦ-ବିବାଦ କରିବେ ନାହିଁ। ନିଜର ଜିଦ ଛାଡ଼ିକରି ଆପଣଙ୍କୁ ସମାଧାନ ରହିବାକୁ ହେବ। ଆର୍ଥିକ ଲାଭର ସମ୍ଭାବନା ଅଛି। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ।

ବିଚ୍ଛା : ପରିଜନମାନଙ୍କ ସହିତ ଆଜିର ଦିନ ଆମୋଦ-ପ୍ରମୋଦରେ ବ୍ୟତୀତ ହେବ। ଶାରୀରିକ ଏବଂ ମାନସିକ ପ୍ରସନ୍ନତା ରହିବ। ପ୍ରିୟ ବ୍ୟକ୍ତିମାନଙ୍କ ସହିତ ସାକ୍ଷାତକରି ସଫଳ ଏବଂ ଆନନ୍ଦଦାୟକ ରହିବ। କୌଣସି ଶୁଭ ସମାଚାର ମିଳିବ। ମିତ୍ର ତଥା ସ୍ନେହୀଜନମାନଙ୍କ ତରଫରୁ ଉପହାର ମିଳିବାରୁ ଆନନ୍ଦ ଅନୁଭବ କରିବେ। ଆନନ୍ଦଦାୟକ ଯାତ୍ରା ହେବ। ଦାମ୍ପତ୍ୟଜୀବନରେ ମଧୁରତା ଆସିବ। ସାମାନ୍ୟ ରୂପରେ ସମ୍ପୂର୍ଣ୍ଣ ଦିନ ଖୁସିରେ କାଟିବେ।

ଧନୁ : ଆଜିର ଦିନ କଷ୍ଟଦାୟକ ହୋଇପାରେ। ପାରିବାରିକ ସଦସ୍ୟମାନଙ୍କ ସହିତ ମନମାଳିନ୍ୟର ସଂକେତ ଅଛି। ସ୍ଵଭାବରେ କ୍ରୋଧ ଏବଂ ଆବେଶ ରହିପାରେ, କୌଣସି ଭାବରେ ଝଗଡ଼ାକୁ ଅଣଦେଖା କରନ୍ତୁ। ସ୍ଵାସ୍ଥ୍ୟ କିଛି ନରମ ରହିପାରେ। ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖିବାକୁ ଉପଦେଶ। ବାହନ ଚଲାଇବା ସମୟରେ ସାବଧାନ ରହିବେ। ଆଜି ଖର୍ଚ୍ଚ ବଢ଼ି ପାରେ। ନ୍ୟାୟାଳୟ କିମ୍ବା କୋର୍ଟ ସମ୍ବନ୍ଧୀତ କାମ-କାର୍ଯ୍ୟରେ ସାବଧାନପୂର୍ବକ ପଦକ୍ଷେପ ଉଠାଇବେ।

ମକର : ଆଜିର ଲାଭଦାୟକ ଦିନରେ ଆପଣଙ୍କ ଘରେ କୌଣସି ଶୁଭ ପ୍ରସଂଗର ଆୟୋଜନର ସମ୍ଭାବନା ଅଛି। କୌଣସି ବସ୍ତୁର କ୍ରୟ ପାଇଁ ଆଜି ଶୁଭ ଦିନ ଅଟେ। ଶେୟାର – ସଟ୍ଟାରେ ଧନ ଲାଭର ସମ୍ଭାବନା ଅଛି। ମିତ୍ରମାନଙ୍କ ତଥା ସମ୍ବନ୍ଧିମାନଙ୍କ ସହିତ ସାକ୍ଷାତକରି ଆନନ୍ଦିତ ହେବେ। ସାମାଜିକ କ୍ଷେତ୍ରରେ ଏବଂ ଚାକିରି ବ୍ୟବସାୟରେ ଲାଭ ମିଳିବ।

କୁମ୍ଭ : ଜଗନ୍ନାଥଙ୍କର ଆଶୀର୍ବାଦ ସହିତ ଆଜି ଆପଣଙ୍କ ଉପରେ ଉଚ୍ଚ ପଦାଧିକାରୀ ଏବଂ ବୃଦ୍ଧ ବର୍ଗଙ୍କର ମଧ୍ୟ କୃପାଦୃଷ୍ଟି ରହିବ। ଆପଣଙ୍କ ସମସ୍ତ କାମ ସରଳତାରେ ସଂପନ୍ନ ହେବାପରି ପ୍ରତୀତ ହେବ। ଚାକିରି-ବ୍ୟବସାୟ କ୍ଷେତ୍ରରେ ପରିସ୍ଥିତି ଅନୁକୂଳ ରହିବ। ଆପଣ ମାନସିକ ରୂପରେ ଆଶ୍ୱସ୍ତି ଅନୁଭବ କରିବେ। ସ୍ଵାସ୍ଥ୍ୟ ଭଲ ରହିବ। ମାନ-ସମ୍ମାନ ବଢ଼ିବ। ଗୃହସ୍ଥ ଜୀବନରେ ଆନନ୍ଦର ଅନୁଭୂତି ମିଳିବ।

ମୀନ : ଆଜି ଆପଣ ମନରେ ଆଳସ୍ୟ ଅନୁଭବ କରିପାରନ୍ତି। ସନ୍ତାନଙ୍କ ତରଫରୁ ମଧ୍ୟ କିଛି ଚିନ୍ତା ରହିପାରେ। ଚାକିରିରେ ଉଚ୍ଚ ପଦାଧିକାରିମାନଙ୍କ ସହିତ ବାଦ-ବିବାଦ ହେବାରୁ ତାଙ୍କ ଅସନ୍ତୋଷ ରହିବ। ଶତ୍ରୁ ମୁଣ୍ଡଟେକି ପାରନ୍ତି। ନକାରାତ୍ମକ ବିଚାରକୁ ମନରେ ଭାରି ନ ହେବାପାଇଁ ଚେଷ୍ଟା କରିବେ। ସରକାରୀ କାମରେ ଅସୁବିଧା ଆସିପାରେ, କିନ୍ତୁ ପରେ ସବୁ ଠିକ ହୋଇଯିବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top