୨୦ ଜୁଲାଇ ଶୁକ୍ରବାର: ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ : ଆଜି ଆପଣଙ୍କୁ ସାମାଜିକ ଏବଂ ସାର୍ବଜନିକ କ୍ଷେତ୍ରରେ ପ୍ରସିଦ୍ଧି ମିଳିବ। ପରିବାର ଏବଂ ଦାମ୍ପତ୍ୟଜୀବନରେ ସୁଖ-ସନ୍ତୋଷ ଅନୁଭବ କରିବେ। ମୌଜ-ମସ୍ତୀ ଏବଂ ମନୋରଞ୍ଜନରେ ଏବଂ ଭାଗିଦାରୀରେ ଲାଭ ହେବ। ଜୀବନସାଥୀ ସହିତ ଭଲ ମିଳାମିଶା ରହିବ।

ବୃଷ : ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖିବାକୁ ଉପଦେଶ। ଆଜି ସନ୍ତାନ ଏବଂ ଜୀବନସାଥୀର ସ୍ଵାସ୍ଥ୍ୟ ସମ୍ବନ୍ଧରେ ଚିନ୍ତା ହୋଇପାରେ। ମଉଜ-ସଉକ ତଥା ମନୋରଞ୍ଜନ ପଛରେ ଖର୍ଚ୍ଚ ହୋଇପାରେ। ବାଦ-ବିବାଦରେ ପଡ଼ନ୍ତୁ ନାହିଁ। ଖାଇବା ପିଇବା ପ୍ରତି ଧ୍ୟାନ ରଖିବେ।

ମିଥୁନ : ଆଜିର ଦିନରେ ଲାଭ ମିଳିବ। ପାରିବାରିକ ସୁଖ-ଶାନ୍ତି ରହିବ। ଜୀବନସାଥୀ ପଛରେ ଖର୍ଚ୍ଚ ହୋଇପାରେ। ଅବିବାହିତ ଲୋକମାନଙ୍କର ବିବାହର ସମ୍ଭାବନା ଅଛି। ବ୍ୟାପାର ଏବଂ ଚାକିରିରେ ଆୟ ବଢ଼ିବ। ଘରେ ଶୁଭ-ପ୍ରସଙ୍ଗର ଆୟୋଜନ ହେବ। ପ୍ରିୟଜନମାନଙ୍କ ମିଳନ ଆନନ୍ଦଦାୟକ ହେବ।

କର୍କଟ : ସ୍ଵାସ୍ଥ୍ୟ ନରମ ରହିପାରେ। ଛାତୀରେ ଯନ୍ତ୍ରଣା କିମ୍ବା ଅନ୍ୟ କୌଣସି ଅସୁବିଧା ଅନୁଭବ କରିପାରନ୍ତି। ପରିବାରରେ ସଦସ୍ୟମାନଙ୍କ ସହିତ ବାଦ-ବିବାଦ ନ ହେଉ, ଏହାର ଧ୍ୟାନ ରଖିବେ। ଅର୍ଥ ଖର୍ଚ୍ଚ ହେବ। ସମୟରେ ଭୋଜନ ନ ମିଳିବା ଉପରେ କ୍ରୋଧ ଆସିପାରେ।

ସିଂହ : ଭାଇ-ବନ୍ଧୁମାନଙ୍କ ସହିତ ସମ୍ବନ୍ଧ ସୌହାର୍ଦପୂର୍ଣ୍ଣ ରହିବ। ନିର୍ଦ୍ଧାରିତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଛୋଟ ଯାତ୍ରା କରିପାରନ୍ତି। ଭାଗ୍ୟବୃଦ୍ଧି ପାଇଁ ସୁଯୋଗ ଆସିବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଉପରେ ବିଜୟ ପ୍ରାପ୍ତ କରି ପାରିବେ। ପ୍ରିୟ ବ୍ୟକ୍ତିଙ୍କର ନିକଟତା ଆପଣଙ୍କୁ ଖୁସି ଦେବ। ଆର୍ଥିକ ଲାଭ ହେବ।

କନ୍ୟା : ନକାରାତ୍ମକ ବିଚାରରେ ମନ ଚିନ୍ତିତ ରହିବ। ପାରିବାରିକ ସଦସ୍ୟମାନଙ୍କ ସହିତ ଭୁଲ ବୁଝାବଣା ହୋଇପାରେ। ଅନାବଶ୍ୟକ ଖର୍ଚ୍ଚ ହୋଇପାରେ। ବିଦ୍ୟାର୍ଥିମାନଙ୍କପାଇଁ ସମୟ ଅନୁକୂଳ ଅଟେ, ପାଠପଢ଼ାରେ ମନ ଲାଗିବ। ଯାତ୍ରାର ସମ୍ଭାବନା ଅଛି। କିଣାକିଣିରେ ସଫଳତା ମିଳିବ।

ତୁଳା : ବର୍ତ୍ତମାନ ସମୟରେ ଆପଣ ଭଲ ଭାବରେ ଆର୍ଥିକ ଯୋଜନା ସମ୍ପୂର୍ଣ୍ଣ କରି ପାରିବେ। ଆପଣଙ୍କ କଳାତ୍ମକ ଏବଂ ସୃଜନାତ୍ମକ ଶକ୍ତି ଶ୍ରେଷ୍ଠତମ ରହିବ। ଶାରୀରିକ ଏବଂ ମାନସିକ ରୂପରେ ଫୂର୍ତ୍ତି ରହିବ। ଦୃଢ଼ ବିଚାର ଏବଂ ଆତ୍ମବିଶ୍ଵାସରେ କାର୍ଯ୍ୟ ସମ୍ପୂର୍ଣ୍ଣ କରି ପାରିବେ। ଭାଗିଦାରୀ ସହିତ ମେଳ-ମିଳାପ ରହିବ।

ବିଚ୍ଛା : ମିତ୍ରମାନଙ୍କ ତରଫରୁ ଶୁଭ ସମାଚାର ମିଳିବାର ସମ୍ଭାବନା ଅଛି, ଲାଭ ହେବ। ଆମୋଦ-ପ୍ରମୋଦରେ ଅର୍ଥ ଖର୍ଚ୍ଚ ହୋଇପାରେ। ଦାମ୍ପତ୍ୟଜୀବନ ଭଲ ରହିବ। କୋର୍ଟ-କଚେରୀ ମାମଲାରେ ସମ୍ଭାଳିକରି କାର୍ଯ୍ୟ କରିବାକୁ ଉଚିତ ରହିବ। ଅଫିସ୍ ରେ ମହିଳାବର୍ଗଙ୍କଠାରୁ ଲାଭ ମିଳିବ।

ଧନୁ : ପ୍ରେମର ସୁଖଦ ଅନୁଭବ ହେବ। ସୌଭାଗ୍ୟ ପ୍ରାପ୍ତ କରିବେ। ଆର୍ଥିକ ଏବଂ ସାମାଜିକ ଦୃଷ୍ଟିରେ ଆଜି ଲାଭର ଦିନ। ଗୃହସ୍ଥ ଜୀବନରେ ଆନନ୍ଦ ଭରି ରହିବ। ମହିଳା ମିତ୍ରମାନଙ୍କଠାରୁ ଲାଭ ତଥା ତାଙ୍କ ସହିତ ଯାତ୍ରାର ଆୟୋଜନ ହେବ। ଆୟର ସାଧନରେ ବୃଦ୍ଧି ହେବ। ମାଙ୍ଗଳିକ କାର୍ଯ୍ୟ ହେବ।

ମକର : ବ୍ୟବସାୟ କ୍ଷେତ୍ରରେ ଧନ, ମାନ ଏବଂ ପ୍ରତିଷ୍ଠାରେ ବୃଦ୍ଧି ହେବ। ଚାକିରିରେ ମଧ୍ୟ ଆପଣଙ୍କ ପରିଶ୍ରମ ଯୋଗୁ ସଫଳତା ମିଳିବ। ଘର, ପରିବାର ଏବଂ ସନ୍ତାନ ମାମଲାରେ ଆନନ୍ଦ ଅନୁଭବ କରିବେ। ବ୍ୟବସାୟ କାର୍ଯ୍ୟ ସମ୍ବନ୍ଧରେ ବ୍ୟସ୍ତତା ବଢ଼ିବ। ଚାକିରିରେ ପ୍ରମୋଶନ ହେବ। କାର୍ଯ୍ୟଗୁଡ଼ିକରେ ସଫଳତା ମିଳିବ।

କୁମ୍ଭ : କାମ କରିବାରେ ଉତ୍ସାହର ଅଭାବ ହୋଇପାରେ। ଅଫିସ୍ ରେ ପଦାଧିକାରିମାନଙ୍କଠାରୁ ଦୂରତା ରଖନ୍ତୁ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସହିତ ତର୍କରେ ଆସିବା ଆଜି ଉଚିତ ନୁହେଁ। ମଉଜ-ସଉକ ପଛରେ ବିଶେଷ ଧନ ଖର୍ଚ୍ଚ ହୋଇପାରେ। ଯାତ୍ରାର ଯୋଗ ଅଛି।

ମୀନ : ଆକସ୍ମିକ ଧନ ଲାଭର ଯୋଗ ଅଛି। ବ୍ୟାପାରୀବର୍ଗଙ୍କୁ ରୋକିଯାଇଥିବା ଅର୍ଥ ମିଳିବ। ଆଜି ଆପଣଙ୍କୁ ଶାରୀରିକ ଏବଂ ମାନସିକ ରୂପରେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ସ୍ଵାସ୍ଥ୍ୟ ମାମଲାରେ ଧ୍ୟାନ ରଖିବାକୁ ଉପଦେଶ। ମନ ନିୟନ୍ତ୍ରିତ ରଖିବେ।

Leave a Reply

Your email address will not be published. Required fields are marked *