Home କଳାହାଣ୍ଡି କଳାହାଣ୍ଡି ଜିଲ୍ଲା ବିଜେଡି ପ୍ରଭାରୀ ମନ୍ତ୍ରୀ ନିରଞ୍ଜନ ପୂଝାରୀଙ୍କ ବିରୋଧରେ ଦଳୀୟ ଅସନ୍ତୋଷ ତେଜିବାରେ ଲାଗିଛି

କଳାହାଣ୍ଡି ଜିଲ୍ଲା ବିଜେଡି ପ୍ରଭାରୀ ମନ୍ତ୍ରୀ ନିରଞ୍ଜନ ପୂଝାରୀଙ୍କ ବିରୋଧରେ ଦଳୀୟ ଅସନ୍ତୋଷ ତେଜିବାରେ ଲାଗିଛି

691

କଳାହାଣ୍ଡି- (ଓଡିଆପୁଅ) କଳାହାଣ୍ଡି ଜିଲ୍ଲା ବିଜେଡି ପ୍ରଭାରୀ ତଥା ମନ୍ତ୍ରୀ ନିରଂଜନ ପୂଝାରୀଙ୍କ ବିରୋଧରେ ଦଳୀୟ ଅସନ୍ତୋଷ ବଢିବାରେ ଲାଗିଛି । ଖାଦ୍ୟ ଓ ଯୋଗାଣ ବିଭାଗ ମନ୍ତ୍ରୀ ଦାୟୀତ୍ୱରେ ଥିବା ସମୟରେ କଳାହାଣ୍ଡିର ଚାଷୀ ମାନଙ୍କ କୌଣସି ସମସ୍ୟା ପ୍ରତି ଅଣଦେଖା କରିବା ସହିତ ଅବହେଲା କରିଆସୁଥିବା ବେଳେ ଶ୍ରୀ ପୁଝାରୀ କେବଳ ଯୋଗାଣ ବିଭାଗ ର ପଦାଧିକାରୀ ଓ କିଛି ବିଶିଷ୍ଟ ବ୍ୟବସାୟୀ ତଥା ମିଲର୍ସ ମାନଙ୍କୁ ହିଁ ବିଶେଷ ଅନୁକମ୍ପା ଦେଖାଉଥିବା ଅଭିଯୋଗ ହୋଇଥିଲା ।
କଳାହାଣ୍ଡି ଜିଲ୍ଲାରେ ଗତ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ପ୍ରତାପ ଜେନାଙ୍କୁ ପ୍ରଭାରୀ ଦାୟିତ୍ବରୁ ହଟାଯାଇଥିଲା ।
ଗତ ୨୦୧୭ ମସିହା ଏପ୍ରିଲ ମାସରେ ସଂଗଠନକୁ ମଜବୁତ କରିବା ପାଇଁ ମନ୍ତ୍ରୀ ନିରଞ୍ଜନ ପୂଝାରୀଙ୍କୁ ଜିଲ୍ଲା ବିଜେଡିର ପ୍ରଭାରୀ ଦାୟିତ୍ବ ପ୍ରଦାନ କରାଯାଇଥିଲା ।
ଦଳୀୟ କର୍ମୀମାନେ ନୂଆ ପ୍ରଭାରୀ ନେଇ ଦଳରେ ନୂଆ କଳେବର ଓ ସଂଗଠନରେ ନୂଆ ଉତ୍ସାହ ଫେରିଆସିବ ବୋଲି ଆଶା ବାନ୍ଧିଥିଲେ।
ସେ ଦାୟିତ୍ବ ନେବା ପରେ ଜିଲ୍ଲା ବିଜେଡି କମିଟିର ପରିବର୍ଦ୍ଧିତ କମିଟି ଗଠନ କରାଯାଇଥିଲା । ସେ ଦାୟିତ୍ବ ନେବା ଠାରୁ ଏ ପର୍ୟ୍ୟନ୍ତ ଜିଲ୍ଲା କମିଟିର କୌଣସି ବୈଠକ ଡାକି ନାହାନ୍ତି ।
ଏପରିକି ଗତ ଫେବ୍ରୁଆରୀ ୧୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କିମ୍ବା ପରେ ମଧ୍ୟ ଜିଲ୍ଲା ପଦାଧିକାରୀଙ୍କୁ ନେଇ କୌଣସି ବୈଠକ ଡାକି ନଥିଲେ।
ଆଜି ପର୍ୟ୍ୟନ୍ତ ନିଜ ପକ୍ଷରୁ ଗୋଟିଏ ମଧ୍ୟ ବୈଠକ ଡାକିନଥିବା ବେଳେ ଜିଲ୍ଲା ସଭାପତିଙ୍କୁ ଦୋଷ ଦେଇ ନିଜ ଦାୟିତ୍ବକୁ ଖସାଇବାରେ ଲାଗିଛନ୍ତି ।
କେବଳ ବିଧାୟକ ମାନଙ୍କୁ ଭେଟି ସେମାନଙ୍କ ବିଭିନ୍ନ କାର୍ୟ୍ୟକ୍ରମରେ ଯାଉଥିବା ବେଳେ ଦଳୀୟ କାର୍ୟ୍ୟକ୍ରମ ପାଇଁ ସେତେଟା ଆଗ୍ରହ ପ୍ରକାଶ କରୁନଥିବା କର୍ମୀମାନେ ଅଭିଯୋଗ କରିଛନ୍ତି ।
କଳାହାଣ୍ଡି ଜିଲ୍ଲାର ପ୍ରଭାରୀ ଦାୟିତ୍ବ ନେବା ଦିନଠାରୁ ପ୍ରାୟତଃ ରାତ୍ରୀଯାପନ କରୁନାହାନ୍ତି । ଜିଲ୍ଲା ମହକୁମାରେ ଜିଲ୍ଲା ବିଜେଡି କାର୍ୟ୍ୟାଳୟ ନଥିବା ଯୋଗୁଁ ସେ ଆସିଲେ ସର୍କିଟ ହାଉସକୁ ଦଳୀୟ ଅଫିସ ଭାବରେ ବ୍ୟବହାର କରିଥାନ୍ତି ।
ଦଳର ବିଭିନ୍ନ ସମସ୍ୟା ଓ ସଂଗଠନ ସମ୍ପର୍କିତ ବିଷୟ ନେଇ ଜିଲ୍ଲା ପଦାଧିକାରୀ କିମ୍ବା ଛାମୁଆ ସଂଗଠନ କର୍ମକର୍ତ୍ତାଙ୍କ ସହିତ ଆଲୋଚନା ମଧ୍ୟ କରନ୍ତି ନାହିଁ ।
କେବଳ ବିଧାୟକ ମାନଙ୍କୁ ଭେଟି ତାଙ୍କର ଗସ୍ତ କାର୍ୟ୍ୟକ୍ରମ ଶେଷ କରନ୍ତି । ବିଧାୟକ ଓ ସାଂସଦମାନେ ଟିକେଟ କଟିବା ଭୟରେ ସଂଗଠନ ପ୍ରତି ଗୁରୁତ୍ବ ଦେଉନଥିବା ଯୋଗୁଁ ଦଳର ଗୋଷ୍ଠୀ କନ୍ଦଳ ତେଜିବାରେ ଲାଗିଛି ।
ପ୍ରଭାରୀଙ୍କ ପକ୍ଷରୁ ଏହି ଗୋଷ୍ଠୀ କନ୍ଦଳକୁ ପ୍ରଶମିତ କରିବା ପରିବର୍ତ୍ତେ ହାଲୁକା ଭାବେ ନେଉଥିବା ଯୋଗୁଁ ସଂଗଠନର ମୋଡ ଭିନ୍ନ ରୂପ ନେବାରେ ଲାଗିଛି । ଏପରିକି ଦଳୀୟ କର୍ମକର୍ତା ମାନେ ସ୍ଥାନୀୟ ବିଧାୟକ ସେମାନଙ୍କ ପ୍ରତି ଅଣଦେଖା କରୁଥିବା ଅଭିଯୋଗ ହେଉଛି ।
ଜିଲ୍ଲା ବୈଠକ ନହେବା ଯୋଗୁଁ କର୍ମା ମାନଙ୍କ ଲଗାମ ଛଡା ହେବା ଯୋଗୁଁ ବତ୍ତର୍ମାନ ବିଧାୟକ ଆଶାୟୀଙ୍କ ତାଲିକା ଲମ୍ବିବାରେ ଲାଗିଥିବା ବେଳେ ସେମାନଙ୍କ ଉପରେ ଅଙ୍କୁଶ ଲାଗିପାରୁ ନାହିଁ ିବୋଲି ଦଳର ପୁରୁଖା ନେତାମାନଙ୍କ ସୂତ୍ରରୁ ପ୍ରକାଶ ।
ଏହା ଆଗାମୀ ନିର୍ବାଚନରେ ଦଳ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହେବ ବୋଲି ଆଗଧାଡିର ନେତାମାନେ ଖୋଲାଖୋଲି ଭାବରେ ଅସନ୍ତୋଷ ଜାହିର କରୁଛନ୍ତି ।
ପ୍ରଭାରୀ ଦଳୀୟ ପଦାଧିକାରୀଙ୍କୁ ବିଶ୍ବାସରେ ନେଇ ପାରୁ ନଥିବା ଯୋଗୁଁ ଦଳର ସଂଗଠନରେ ନିଷ୍କ୍ରିୟତା ଦେଖାଦେଇଛି ।
ଗତ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟକ୍ରମ ବେଳେ ଏହା ଜଳଜଳ ହୋଇ ଦେଖାଯାଇଥିଲା । ସୋନପୁରରୁ ୨୫୦ରୁ ଅଧିକ କର୍ମୀଙ୍କୁ ଭୋଜନ ରାନ୍ଧିବା ପାଇଁ ଓ ବରଗଡ଼ରୁ ରାସନ ସାମଗ୍ରୀ ଅଣାଯାଇଥିବା ଅଭିିଯୋଗ ହୋଇଥିଲା ।
ନିଜେ ମନ୍ତ୍ରୀ ବଜାର ସଉଦା କରିବା ଓ ଜିଲ୍ଲାର କର୍ମୀଙ୍କୁ ଏଥିରୁ ଦୁରେଇ ରଖିବା ନେଇ କ୍ଷୋଭ ପ୍ରକାଶ ପାଇଥିବା ପ୍ରକାଶ ।
ତାଙ୍କୁ ତୀବ୍ର ବିରୋଧ କରିବା ଯୋଗୁଁ ପ୍ରଣବ ପ୍ରକାଶ ଦାସଙ୍କୁ ଶେଷ ମୁହୂର୍ତ୍ତରେ ଭବାନୀପାଟଣା ଆସି ସ୍ଥିତି ସମ୍ଭାଳିବାକୁ ରାଜ୍ୟ ସଂଗଠନ ପକ୍ଷରୁ ନିୟୋଜିତ କରାଯାଇଥିଲା । କିନ୍ତୁ ଏହି ବାବୁଙ୍କୁ କଳାହାଣ୍ଡିବାସୀ ଭରସା କରିପାରୁ ନାହାନ୍ତି । ବାବୁଙ୍କ ମହିଳାମାନଙ୍କ ପ୍ରତି ସମ୍ମାନ ନାହିଁ ବୋଲି ଅଭିଯୋଗ କରି ମହିଳାମାନେ ପୁରା ଘୃଣା କରୁଥିବା କୁହାଯାଉଛି ।
ଆଗାମୀ ନିର୍ବାଚନରେ ସଂଗଠନ ଦୁର୍ବଳ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି ।
ଦଳର ବହୁ ଅସନ୍ତୋଷ କର୍ମୀ ଏବେ ବିଜେପି ଓ କଂଗ୍ରେସ ମୁହାଁ ହେଉଥିବା ବେଳେ ତୁରନ୍ତ ପ୍ରଭାରୀ ପରିବର୍ତ୍ତନ କରାନଗଲେ ପରିସ୍ଥିତି ଅଣାୟତ ହେବ ବୋଲି କର୍ମୀ ମହଲରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.