Home ଓଡ଼ିଶା ୫ ଡକାୟତ ଗିରଫ, ୨ ଫେରାର୍

୫ ଡକାୟତ ଗିରଫ, ୨ ଫେରାର୍

112

କୋରାପୁଟ;ତା୯-୧୦-୧୮((ଓଡିଆ ପୁଅ /ରଂଜନ କୁମାର ଦାସ) ଟାଉନ ଥାନା ପୁଲିସ ପାଟ୍ରୋଲିଂ ସମୟରେ କେଚେଲା ରୋଡରୁ ୫ଜଣ ଡକାୟତଙ୍କୁ ଗିରଫ କରିଥିବାବେଳେ ୨ଜଣ ଫେରାର୍ ହୋଇଥିବା ଜଣା ପଡିଛି। ଏଏସପି ସାଗରିକା ନାଥ ଏକ ସାମ୍ବାଦିକ ସମିଳନୀରେ ପ୍ରକାଶ କରିଛନ୍ତି। ୫ଡକାୟତଙ୍କ ମଧ୍ୟରୁ ଜଣେ ଛତିଶଗଡର ନାବାଳକ ରହିଛି। ସୋମବାର ସବ-ଇନସପେକ୍ଟର ରମେଶ କୁମାର ଦେବତାଙ୍କ ନେତୃତ୍ୱରେ ପୁଲିସ ପାଟ୍ରୋଲିଂ କରୁଥିଲା। ସହର ଉପକଣ୍ଠ କେଚେଲା ରାସ୍ତାର ଏକ ନିଛାଟିଆ ସ୍ଥାନରେ ଏକ ମାରୁତି ଏଷ୍ଟିମ୍ କାର ଓ ୨ଟି ଆପାଚି ମୋଟର ସାଇକଲ ସହ ୭ଜଣ ବ୍ୟକ୍ତି ୨୬ ନଂ ଜାତୀୟ ରାଜପଥରେ ଡକାୟତି କରିବାକୁ ଯୋଜନା କରୁଥିବାବେଲେ ପାଟ୍ରୋଲିଂ ଟିମ୍ ସେମାନଙ୍କୁ କାବୁ କରି ନେଇଥିଲା, ହେଲେ ୨ଜଣ ସେଠାରୁ ଖସି ପଳାଇଥିଲେ। ଗିରଫ ଡକାୟତମାନେ ହେଲେ ବିହାର ଛାପ୍ରା ଜିଲାର ଉମେଶ କୁମାର ଯାଦବ, ଜୟପୁର ବାରିଣିପୁଟର ରତି ଖରା, ବିହାରର ବିଶାଲ ବାଗ୍, ଓ ଉତର ପ୍ରଦେଶର ଅରବିନ୍ଦ କୁମାର। ଡକାୟତଙ୍କ ନିକଟରୁ ପୁଲିସ ଖଣ୍ଡା, ଛୁରା, ଗୋଟିଏ ମାଉଜର, ୩ଟି ଜୀବନ୍ତ ଗୁଳି ସହ ସେମାନେ ବ୍ୟବହାର କରୁଥିବା ମାରୁତି ଏଷ୍ଟିମ କାର(ଓଆର-୧୪କେ ୬୯୯୬)ଓ ୨ଟି ଆପାଚି ମୋଟର ସାଇକଲକୁ ଜବତ କରିଛି। ଗିରଫ ନାବାଳକ ଏକ ମାମଲାରେ ଛତିଶଗଡର କୋଣ୍ଡାଗାଁର ଏକ ଚୋରା ନିଶା କାରବାର ମାମଲାରେ ଜଗଦଲପୁର ଜୁଭେନାଇଲ ଜେଲରେ ଥିବା ସମୟରେ ଜେଲରୁ ଫେରାର୍ ହୋଇ ଯାଇ ଡକାୟତ ଦଳରେ ସାମିଲ ହୋଇଥିବା ଏଏସପି ସୂଚନା ଦେଇଛନ୍ତି। ସେହିପରି ଉମେଶ ଯାଦବ ସମ୍ବଲପୁର ଓ ଝାରସୁଗୁଡା ଜିଲାରେ ଏକାଧିକ ଅପରାଧ କରି ପୁଲିସର ମୋଷ୍ଟ ୱାଂଟେଡ ତାଲିକାଭୁକ୍ତ ହେବା ପରେ ଉତର ପ୍ରଦେଶର କୁଶିନଗର ଚାଲି ଯାଇଥିଲା ଓ ସେଠାରେ ବିଶାଲ ବାଗ୍ ଓ ଅରବିନ୍ଦ କୁମାର ଦ୍ୱାରା ଅପରାଧ କରାଉଥିଲା। ଅନ୍ୟ ପକ୍ଷରେ ଜୟପୁର ସଦର ଥାନା ବିରିଣୀପୁଟର ରତି ଖରା ୧୯୯୧ରେ ଏକ ହତ୍ୟା ମାମଲାରେ ୧୫ବର୍ଷ ଜେଲ ଦଣ୍ଡ ଭୋଗି ଫେରିବା ପରେ ଅନ୍ୟ ଅପରାଧରେ ସାମିଲ ହୋଇଥିବା ଏଏସପି ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି।ଫେରାର୍ ହୋଇ ଯାଇଥିବା ଅନ୍ୟ ଦୁଇ ଡକାୟତ ସ୍ଥାନୀୟ ଅଂଚଳର ଦେବେନ୍ଦ୍ର ନାଗ ଓରଫ ବେଲୁକୁ ଏବଂ ଦୁଶା ଓରଫ ଚନ୍ଦ୍ର ଗାଦବା ବୋଲି ଜଣା ପଡିଛି। ଘଟଣାର ଅଧିକ ତଦନ୍ତ ଟାଉନ ଥାନା ଅଧିକାରୀ କ୍ଷୀରେଶ୍ୱର ସାହୁ କରୁଥିବା ଏଏସପି ସାଗରିକା ନାଥ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.