Home କୋରାପୁଟ ୨୫ଦିନରେ ୭ଜଣଙ୍କ ମୃତ୍ୟୁ, ରାସ୍ତା ପାଇଁ ଲୋକେ ପ୍ରଶାସନର ଦ୍ୱାରସ୍ତ

୨୫ଦିନରେ ୭ଜଣଙ୍କ ମୃତ୍ୟୁ, ରାସ୍ତା ପାଇଁ ଲୋକେ ପ୍ରଶାସନର ଦ୍ୱାରସ୍ତ

124

କୋରାପୁଟ ; ତା୦୬-୧୦-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ପକ୍କା ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସତ ଦୂରର କଥା ଅଟୋଟରିକ୍ସାଟିଏ ପହଂଚି ପାରୁନି, ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି, ହସ୍ପିଟାଲ ଯାଇନପାରି ଅକାଳରେ ପ୍ରାଣ ହରାଉଛନ୍ତି। ଅନେକ ଲୋକ ପକ୍କା ରାସ୍ତା ନିର୍ମାଣ ପାଇଁ ବିଧାୟକ, ସାଂସଦ, ଜିଲା ପ୍ରଶାସନ ନିକଟରେ ଗୁହାରୀ କରି କରି ଗ୍ରାମବାସୀ ନାକେଦମ୍ ହେଲେଣି ହେଲେ କେହି ସେମାନଙ୍କ ଦଃୁଖ ବୁଝୁ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଦଶମନ୍ତପୁର ବ୍ଲକ ଏ-ମାଲକାନଗିରି ପଂଚାୟତର ରାଉତପୁଟ ଗ୍ରାମବାସୀ। ରାସ୍ତା ସମସ୍ୟା ଯୋଗୁଁ ଠିକ ସମୟରେ ହସ୍ପିଟାଲରେ ପହଂଚି ନପାରି ଗତ ୨୫ ଦିନ ମଧ୍ୟରେ ଗ୍ରାମର ୭ଜଣ ମୃତ୍ୟୁ ବରଣ କରିବା ଘଟଣା ଗ୍ରାମବାସୀଙ୍କ ମଧ୍ୟରେ ଚାଂଚଲ୍ୟ ସୃଷ୍ଟି କରିଛି। ଏ-ମାଲକାନଗିରି ସରପଂଚ ନୀୟତି ଗିରେନଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ଶନିବାର ଜିଲାପାଳ କେ.ସୂଦର୍ଶନ ଚକ୍ରବର୍ତି ଓ ଜିଲା ପରିଷଦ ସଭାପତି ପ୍ରଭୁ ଯାନୀଙ୍କୁ ଭେଟି ସେମାନଙ୍କ ଦୁଃଖ ଜଣାଇଛନ୍ତି। ରାଉତପଟ ପଂଚାୟତ ସଦର ମହକୁମା ଠାରୁ ମାତ୍ର ୩କିଲୋମିଟର ଦୂର, କିନ୍ତୁ ଗାଁକୁ ପକ୍କା ରାସ୍ତା ଓ ବାଟ ମଝିରେ ଥିବା ଶାବେରୀ ନଦୀରେ ପୋଲ ନଥିବାରୁ ଗ୍ରାମବାସୀ ନାନା ଅସୁବିଧାର ସମୁଖୀନ ହେଉଥିବା ଗ୍ରାମବାସୀ କହିଛନ୍ତି। ରାସ୍ତା ଓ ପୋଲ ନଥିବାରୁ ଛାତ୍ରଛାତ୍ରୀ ସ୍କୁଲ କଲେଜ ଯିବା ମଧୟ କଷ୍ଟକର ହୋଇ ପଡୁଛି ବୋଲି ଗ୍ରାମବାସୀ ସୂଚନା ଦେଇଛନ୍ତି। ରାସ୍ତା ନଥିବାରୁ ରୋଗୀ କିମ୍ବା ଗର୍ଭବତୀଙ୍କୁ ହସ୍ପିଟାଲ ପହଂଚାଇବାରେ ସମସ୍ୟା ରହୁଛି, ଗାଁ ଠାରୁ ପଂଚାୟତ ଯାଏ ଭାରରେ ଆଣିବା ପରେ ସେଠାରୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନିଆଯାଉଥିଛି ବୋଲି ଗ୍ରାମବାସୀ କହିଛନ୍ତି। ଠିକ ସମୟରେ ହସ୍ପିଟାଲ ପହଂଚି ନପାରିବାରୁ ଗତ ୨୫ ଦିନ ମଧ୍ୟରେ ଗ୍ରାମର ୭ଜଣ ଅକାଳରେ ପ୍ରାଣ ହରାଇଥିବା ଜଣା ପଡିଛି। ଗତମାସ ୧୦ ତାରିଖରେ ସବିତା ଗୌଡ, ୧୩ରେ ମୁରାଲି ଗୌଡ, ୧୮ରେ ହୀରା ମୁଦୁଲ, ୨୧ରେ ରସମତି ଖରା, ଅକ୍ଟବୋର ୧ରେ ହରିବନ୍ଧୁ ନାୟକ ୨ରେ ଭାସ୍କର ଖରା ଏବଂ ୫ ତାରିଖରେ ଲକ୍ଷ୍ମୀ ଗୌଡ ମୃତ୍ୟୁବରଣ କରିଥିଲେ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ତେଣୁ ପ୍ରଶାସନ ରାଉତପୁଟ ଗାଁକୁ ସ୍ଥାୟୀ ରାସ୍ତା ଓ ଛାବେରୀ ନଦୀରେ ପୋଲ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.