Home ଓଡ଼ିଶା ସହୀଦ ଲକ୍ଷ୍ମଣ ନାୟକଙ୍କ ଗ୍ରାମର ଉନ୍ନତି ନିମନ୍ତେ ୧୦୦ କୋଟି ଟଙ୍କାର ଅର୍ଥ ଦାବିକରି ସାମାଜିକ...

ସହୀଦ ଲକ୍ଷ୍ମଣ ନାୟକଙ୍କ ଗ୍ରାମର ଉନ୍ନତି ନିମନ୍ତେ ୧୦୦ କୋଟି ଟଙ୍କାର ଅର୍ଥ ଦାବିକରି ସାମାଜିକ ଗଣମାଧ୍ୟମରେ ଅଭିଯାନ

270

କୋରାପୁଟ ; ତା୨୨-୧୦-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) କୋରାପୁଟ ଜିଲ୍ଲାର ସ୍ୱାଧିନତା ସଂଗ୍ରାମୀ ସହୀଦ ଲକ୍ଷ୍ମଣ ନାୟକଙ୍କ ନିଜ ଗ୍ରାମ ତେନ୍ତୁଲିଗୁମା ଆଜି ଅବହେଳିତ ହୋଇରହିଅଛି ଅଭିଯୋଗ କରି ଗ୍ରାମର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ୧୦୦ କୋଟି ଟଙ୍କା ଅର୍ଥ ପ୍ରଦାନ କରିବାକୁ ଫେସବୁକ ଓ ଟ୍ୱିଟର ସାମାଜିକ ଗଣମାଧ୍ୟରେ ଯୁବକମାନେ ଏକ ଅଭିଯାନ ଆରମ୍ଭ କରିଥିବା ଜଣାପଡିଛି। କାର୍ଡବୋର୍ଡ ଧରି ଅର୍ଥ ପ୍ରଦାନ କରିବାକୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଏକ ମାସ ପର୍ଯ୍ୟନ୍ତ ନିବେଦନ କରାଯିବ ବୋଲି ଅଭିମନ୍ୟୁ ରଗାଡି ଫେସବୁକରେ ପୋଷ୍ଟ କରିଥିବା ଜଣାପଡିଛି।ଖଗେଶ ବେହେରା ରାଜ୍ୟ ମୁଖ୍ୟମନ୍ତ୍ରୀ ଓ କୋରାପୁଟ ଜିଲ୍ଲାପାଳଙ୍କ ଟ୍ୟୁଟର ଆକାଉଣ୍ଡରେ ନିବେଦନ କରିଥିବା ବେଲେ ପଦ୍ମମ ଗୈାଡ ପିଏମଓ ଇଣ୍ଡିଆ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ୟୁଟର ଆକାଉଣ୍ଡରେ ପୋଷ୍ଟ କରି ନିବେଦନ କରିଥିବା ଜଣାପଡିଛି।ସାମାଜିକ ଗଣମାଧ୍ୟମ ଜରିଆରେ ଦାବି କରିବା କୋରାପୁଟ ଜିଲ୍ଲାରେ ପ୍ରଥମ ହୋଇଥିବା ବେଳେ ଏଭଳି କାର୍ଯ୍ୟକ୍ରମ କରୁଥିବା ଯୁବକମାନଙ୍କୁ ଜିଲ୍ଲାର ବୁଦ୍ଧିଜିବୀମାନେ ପ୍ରଶଂସା କରୁଥିବା ବେଲେ ରାଜ୍ୟ ତଥା କେନ୍ଦ୍ର ସରକାର ସ୍ୱାଧିନତା ସଂଗ୍ରାମୀ ଆଦିବାସୀ ନେତା ଲକ୍ଷ୍ମଣ ନାୟକଙ୍କ ଗ୍ରାମର ଉନ୍ନତି ନିମନ୍ତେ ହେଉଥିବା ଦାବିକୁ କେବେ ଶୁଣିବେ ତାହା ସମୟ ହିଁ କହିବ ବୋଲି ସାଧାରଣରେ ଆଲୋଚ୍ୟର ବିଷୟ ହୋଇପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.