Home ଓଡ଼ିଶା ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ୪ ଭେଷଜ ଡାକ୍ତରଙ୍କ ଇସ୍ତଫା: ସ୍ୱାସ୍ଥ୍ୟ...

ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ୪ ଭେଷଜ ଡାକ୍ତରଙ୍କ ଇସ୍ତଫା: ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ବିଗିଡିଲେ ତାରା

263

କୋରାପୁଟ; ୦୧-୧୧-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ୪ ଜଣ ଭେଷଜ ଡାକ୍ତରଙ୍କ ଇସ୍ତାଫା ଯୋଗୁଁ ରୋଗୀ ସେବା ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି। ବାୟୋମେଟ୍ରିକ ମେସିନରେ ଡାକ୍ତରମାନଙ୍କ ଅନୁପସ୍ଥିତ ନେଇ ଜଣାପଡିବା ପରେ ଅଧ୍ୟକ୍ଷ ନୋଟିସ କରିବା ପରେ ହସପିଟାଲରେ ଅଚଳାବସ୍ଥା ଦେଖାଦେଇଥିଲା। ଭେଷଜ ବିଭାଗର ଡାକ୍ତରମାନେ ଆଜି ସକାଳେ ଆଉଟଡୋର କିମ୍ବା ଇନଡୋର ଯାଇ ନ ଥିଲେ। ପରେ ଜଣାପଡିଥିଲା ଯେ ଭେଷଜ ବିଭାଗର ୪ ଜଣ ଡାକ୍ତର ଇସ୍ତାଫା ଦେଇଛନ୍ତି। ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ନିଜେ ରୋଗୀ ହୋଇ ଡାକ୍ତରଖାନାକୁ ଆସି ଏହି ଅବବ୍ୟସ୍ଥା ଦେଖି ବିଗିଡିଯାଇଥିଲେ। ଭେଷଜ ଓ ଅନ୍ୟାନ୍ୟ ବିଭାଗର ଡାକ୍ତରମାନଙ୍କ ସହ ଆଲୋଚନା କରିଥିଲେ। ହସପିଟାଲ ଅଧିକ୍ଷକ କିପରି ଜାଣିଲ ବୋଲି ପ୍ରଶ୍ନ କରିବାରୁ ତାରା ଆହୁରୀ ବିଗିଡିଯାଇଥିଲେ। ଭେଷଜ ବିଭାଗର ଆଉଟଡୋର ଓ ଇନଡୋରରେ ଡାକ୍ତର ନ ଥିବା ବେଳେ ଅଧିକ୍ଷକ ମାତୃ ଓ ଶିଶୁ ବିଭାଗକୁ ଯାଇ ପରିଦର୍ଶନ କରିବା କେତେଦୂର ଯୁକ୍ତିଯୁକ୍ତ ତାହା ସାଧାରଣରେ ପ୍ରଶ୍ନ ହେଉଛି।

କୋରାପୁଟ ହସପିଟାଲରେ ବାୟୋମେଟ୍ରିକ ମେସିନ ସ୍ଥାପନ ନ କରାଯାଇ କାହିଁକି କଲେଜରେ ସ୍ଥାପନ କରାଗଲା ବୋଲି ଜୟପୁର ବିଧାୟକ ଶ୍ରୀ ବାହିନିପତି ପ୍ରଶ୍ନ କରିଥିଲେ। ରୋଗୀମାନଙ୍କୁ ଡାକ୍ତରମାନେ ସେବା ଯୋଗାଉଥିବା ବେଳେ ସେମାନେ କେତେବେଳେ କଲେଜ ଯାଇ ମେିସନରେ ଦସ୍ତଖତ କରିବେ ବୋଲି ସେ ପ୍ରକାଶ କରିଥିଲେ। କୋରାପୁଟ ହସପିଟାଲର ଅସ୍ଥିଶଲ୍ୟ ବିଭାଗରେ ଗତ ମାସରୁ ଅପରେସନ ବନ୍ଦ ହୋଇଥିବା ବେଳେ ଏହାର ସମାଧାନ ନ କରାଯାଉଥିବାରୁ ରୋଗୀମାନେ ବାହାର ରାଜ୍ୟର ଡାକ୍ତରଖାନା ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି ବୋଲି ସେ ପ୍ରକାଶ କରିଥିଲେ। ଏ ସଂପର୍କରେ ସେ ସ୍ୱାସ୍ଥ୍ୟ ବିଭାଗ ସଚିବଙ୍କ ସହ ଫୋନରେ କଥାବାର୍ତ୍ତା ହୋଇଥିବା ସେ ସୂଚନା ଦେଇଥିଲେ।କୋରାପୁଟ ହସପିଟାଲର ଅଧିକ୍ଷକ ପ୍ରଫେସର କ୍ଷେତ୍ରବାସୀ ସୁବୁଦ୍ଧିଙ୍କ ସହ ସେ ଆଲୋଚନା କରି ସମାଧାନ କରିବାକୁ କହିବା ସମୟରେ ଆପଣ କିପରି ଜାଣିଲେ ବୋଲି ଅଧିକ୍ଷକ ପ୍ରଶ୍ନ କରିବାରୁ ବିଧାୟକ ଶ୍ରୀ ବାହିନିପତି କ୍ଷୁବ୍ଧ ହୋଇଯାଇଥିଲେ।କଲେଜର ଅଧ୍ୟକ୍ଷଙ୍କୁ ଅସ୍ଥିଶଲ୍ୟ ଅପରେସନ ହେଉ ନ ଥିବା ସଂପର୍କରେ ଚିଠି ପ୍ରେରଭ କରାଯାଇଥିବା ସେ ସୂଚନା ଦେଇଥିଲେ।କଲେଜ ଅଧ୍ୟକ୍ଷ ଓ ହସପିଟାଲ ଅଧିକ୍ଷକ ମଧ୍ୟରେ ସମନ୍ନୟ ନ ଥିବାରୁ ଏପରି ଅବବ୍ୟସ୍ଥା ହେଉଛି ବୋଲି ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଅଭିଯୋଗ କରିଥିଲେ।

କୋରାପୁଟ ହସପିଟାଲରେ ଆଉଟଡୋରରେ ୨୫୦ ରୁ ଅଧିକା ରୋଗୀ ପ୍ରତ୍ୟେକ ଦିନ ଆସୁଥିବା ବେଳେ ଇନଡୋରରେ ୧୨୦ ଜଣ ରୋଗୀ ରହୁଥିବାରୁ କାର୍ଯ୍ୟଭାର ଅଧିକା ହେଉଥିବା ଭେଷଜ ଏସଆର ଡାକ୍ତର ଏସ.ଏସ.ସାହୁ ସୂଚନା ଦେଇଥିଲେ।ଏ ସଂପର୍କରେ କଲେଜ ଅଧ୍ୟକ୍ଷଙ୍କୁ କହିଲେ ସେ ଦରମା ବନ୍ଦ କରିଦେବେ ବୋଲି ଧମକ ଦେଉଥିବା ସେ ଅଭିଯୋଗ କରିଥିଲେ।ଏମସିଆଇ ଗାଇଡଲାଇନ ଅନୁସାରେ ଏସଆର ଓ ଜିଆର ଡାକ୍ତରମାନେ ବାୟୋମେଟ୍ରିକ ମେସିନରେ ଦସ୍ତଖତ କରିବା ବାଧ୍ୟତାମୂଳକ ନ ଥିବା ବେଳେ ଏହାକୁ କଲେଜ କର୍ତ୍ତୃପକ୍ଷ ଉଲଘଂନ କରୁଥିବା ସେ ଆହୁରୀ ଅଭିଯୋଗ କରିଥିଲେ। ଏମସିଆଇ ଅନୁସାରେ ୬ ଜଣ ଜିଆର ଡାକ୍ତର ରହିବା କଥା କିନ୍ତୁ ଏଠାରେ ମାତ୍ର ଜଣେ ଜିଆର ରହିଥିବାରୁ କାର୍ଯ୍ୟରେ ଅସୁବିଧା ହେଉଥିବା ସେ ସୂଚନା ଦେଇଥିଲେ। ଭେଷଜ ବିଭାଗରେ ଖାଲିପଡିଥିବା ଜେଆର ଡାକ୍ତର ନିଯୁକ୍ତ କଲେ ଇସ୍ତାଫା ଦେଇଥିବା ଡାକ୍ତର କାର୍ଯ୍ୟରେ ଯୋଗଦେବେ ବୋଲି ଡାକ୍ତର ଏସ.ଏସ.ସାହୁ ପ୍ରକାଶ କରିଥିଲେ।

ଇସ୍ତାଫା ପତ୍ର ମୋ ପାଖକୁ ଆସିନାହିଁ ବୋଲି କଲେଜ ଅଧ୍ୟକ୍ଷ ପ୍ରଫେସର କୃଷ୍ଣଚନ୍ଦ୍ର ବିଶ୍ୱାଲ ସୂଚନା ଦେଇଥିଲେ। ବାୟୋମେଟ୍ରିକ ମେସିନ କମିଟି ଦ୍ୱାରା ଲଗାଯାଇଛି ଓ ତାହା ଅନୁସାରେ ସେମାନେ ଦରମା ପାଇବେ ବୋଲି ସେ ସୂଚନା ଦେଇଥିଲେ। ୭ ଜଣଙ୍କୁ କେବଳ ନୋଟିସ ଜାରି କରାଯାଇଥିବା ସେ ପ୍ରକାଶ କରିଥିଲେ। ଏମସିଆଇର ବାୟୋମେଟ୍ରିକ ମେସିନ ଲାଗିଲେ ଏସଆର ଓ ଜେଆର ଡାକ୍ତରଙ୍କ କ୍ଷେତ୍ରରେ କୋହଳ କରାଯିବ ବୋଲି ସେ ସୂଚନା ଦେଇଥିଲେ। ଆଉଟଡୋରରେ ଡାକ୍ତର ନ ଥିଲେ ଏବେ ଆସିଛନ୍ତି ଓ ଇନଡୋର କଥା ମୁଁ ଜାଣି ନାହିଁ ବୋଲି ଅଧିକ୍ଷକ ପ୍ରଫେସର କ୍ଷେତ୍ରବାସୀ ସୁବୁଦ୍ଧି ସୂଚନା ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.