Home ଜିଲ୍ଲା ପରିକ୍ରମା ସଚେତନ ଖାଉଟି ମଂଚ ପକ୍ଷରୁ କଳାପତାକା ଶୋଭାଯାତ୍ରା

ସଚେତନ ଖାଉଟି ମଂଚ ପକ୍ଷରୁ କଳାପତାକା ଶୋଭାଯାତ୍ରା

185

ନୟାଗଡ଼, ୧୭/୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ଜିଲ୍ଲାର ଖାଉଟିମାନଙ୍କୁ ଶୋଷଣ କରାଯିବ ସହ ସେମାନଙ୍କୁ ସୁରକ୍ଷା ଦିଅନଯିବା ପ୍ରତିବାଦରେ ନୟାଗଡ଼ ଜିଲ୍ଲା ସଚେତନ ଖାଉଟି ମଂଚ ପକ୍ଷରୁ କଳାପତାକା ଶୋଭାଯାତ୍ରା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲ୍ଲା ଖାଉଟି ମଂଚର ସଭାପତି ଶୂନ୍ୟଜୟୀ ମିଶ୍ରଙ୍କ ନେତୃତ୍ୱରେ ଆନ୍ଦୋଳନକାରୀମାନେ କଳାପତାକା ଧରି ଏକ ଶୋଭାଯାତ୍ରା ବାଳିକା ଉଚ୍ଚବିଦ୍ୟାଳୟ ଠାରୁ ବାହାରି ଅତିରିକ୍ତ ଜିଲ୍ଳାପାଳ ଓ ଜିଲା ଖାଉଟି ଅଧିକାରୀଙ୍କ ବିରୁଦ୍ଧରେ ନାରାବାଜି ଦେଇ ସହର ପରିକ୍ରମା କରିବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଖାଉଟିମାନଙ୍କ ଉପରେ ବିଭିନ୍ନ ସାମଗ୍ରୀର ଚଢା ଦର ମନଇଛା କଷିବା, ବିକ୍ରି ହେଉଥିବା ବିଭିନ୍ନ ଖାଦ୍ୟପଦାର୍ଥ ର ମାନ ନିର୍ଦ୍ଧାରଣ ନକରିବା, ମନିଟରିଂ ମିଟିଙ୍ଗ୍ ନଡାକି ସ୍ୱେଚ୍ଛାଚାରିତା ବୃଦ୍ଧିକରିବା ଆଦି ଦାବି ଉପରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଘଟଣାସ୍ଥଳରେ ଏସଡିପିଓ ସୁଧାକର ସାହୁ, ନୟାଗଡ଼ ତହସିଲଦାର ଉପସ୍ଥିତ ହୋଇ ବିକ୍ଷୋଭକାରୀଙ୍କ ଠାରୁ ଦାବିପତ୍ର ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.