Home କୋରାପୁଟ ମାନବାରଠାରେ ଆମ ଶିଶୁଗୃହ ଉଦଘାଟିତ

ମାନବାରଠାରେ ଆମ ଶିଶୁଗୃହ ଉଦଘାଟିତ

87

କୋରାପୁଟ ; ତା୧୮-୧୧-୧୮(ଓଡିଆପୁଅ /ରଂଜନ କୁମାର ଦାସ)ଓଡିଶା ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ,ଏପିପିଆଇ ଓ ପିଏଚଆରଏସର ମିଳିତ ସହାୟତାରେ ଆରମ୍ଭ ହୋଇଥିବା କ୍ରେସ କୋରାପୁଟ ବ୍ଲକ ଅନ୍ତର୍ଗତ ମାନବାରଠାରେ ଉଦଘାଟିତ ହୋଇଯାଇଛି ।୭ ମାସରୁ ୩ ବର୍ଷର ଶିଶୁମାନଙ୍କୁ ଦିନକୁ ୭ ରୁ ୮ ଘ. ପର୍ଯ୍ୟନ୍ତ ରଖାଯାଇ ସେମାନଙ୍କର ଖାଦ୍ୟପେୟର ଯତ୍ନ ନିଆଯିବା ସହ ଶାରୀରିକ ଓ ମାନସିକ ବିକାଶ ଏବଂ ବିଭିନ୍ନ ରୋଗରୁ ଦୂରେଇ ରଖିବା ପାଇଁ ଅଧିକା ଧ୍ୟାନ ଦିଆଯିବ ବୋଲି ଜଣାପଡିଛି ।ପରୀକ୍ଷାମୂଳକ ଭାବେ କୋରାପୁଟ ସଦରବ୍ଲକରେ ୧୫ ଟି ଓ ଦଶମନ୍ତପୁର ବ୍ଲକରେ ୧୫ ଟି ଶିଶୁଗୃହ ଖୋଲାଯିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଉର୍ମିଳା ସିଂ ପ୍ରକାଶ କରିଛନ୍ତି ।ମାନବାରଠାରେ ଆମ ଶିଶୁଗୃହକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଉର୍ମିଳା ସିଂ ଆନୁଷ୍ଟାନିକଭାବେ ଉଦଗାଟନ କରିଥିଲେ ।ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ଓ କାର୍ଯ୍ୟକାରୀତା ପାଇଁ ସେ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ ।ଏହି କାର୍ଯ୍ୟକ୍ରମରେ କୋରାପୁଟ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସୁଷମା ମହାପାତ୍ର , ଜିଲ୍ଲା ପୋଷଣ ପରିଚାଳିକା ମମତା ମହାନ୍ତି , ମିଶନଶକ୍ତି ଜିଲ୍ଲା ସଂଯୋଜିକା ବିନୋଦିନୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ପିଏଚଆରଏସର କର୍ମକର୍ତାମାନେ ଯୋଗଦେଇ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.