Home ଜିଲ୍ଲା ପରିକ୍ରମା ଭଦ୍ରକ ସାହିତ୍ୟ ସଂସ୍କୃତି ପରିଷଦର ସାମ୍ବାଦିକ ସମ୍ମିଳନୀ

ଭଦ୍ରକ ସାହିତ୍ୟ ସଂସ୍କୃତି ପରିଷଦର ସାମ୍ବାଦିକ ସମ୍ମିଳନୀ

29

ଭଦ୍ରକ, ୧୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସାହିତ୍ୟ ସଂସ୍କୃତି ପରିଷଦ ପକ୍ଷରୁ ଆଜି ସନ୍ଧ୍ୟାରେ ମହେନ୍ଦ୍ର ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଂପାଦକ ପ୍ରଫେସର ଡ. ଶଶଧର ଦାସଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇ ସାହିତ୍ୟ ଓ ସାମ୍ବାଦିକତା ବିଷୟରେ ଭାବ ବିନିମୟ କରିଥିଲେ । ଡ. ଶଶଧର ଦାସ ସମ୍ମିଳନୀର ଆୟୋଜନ ଓ ଉଦ୍ଦେଶ୍ୟ ସଂପର୍କରେ ସୂଚନା ଦେବା ପ୍ରସଙ୍ଗରେ ଦୀର୍ଘଦିନ ଧରି ଭଦ୍ରକରେ ସାହିତ୍ୟ ଓ ସାମ୍ବାଦିକତା ଗୋଟିଏ ମୁଦ୍ରାର ଦୁଇ ପାଶ୍ୱର୍ ଭଳି ହାତ ଧରାଧରି ହୋଇ ଚାଲିଆସିଛନ୍ତି ବୋଲି କହିଥିଲେ । ଏବଂ ମହାବାତ୍ୟାରେ କ୍ଷତିଗ୍ରସ୍ତ ସହୀଦ ସ୍ମୃତି ଭବନର ମରାମତି କାର୍ଯ୍ୟ ପାଇଁ ଉକ୍ତ ଭବନର ଉଭୟପାଶ୍ୱର୍ରେ ଥିବା ଭଦ୍ରକ ପ୍ରେସ୍ କ୍ଲବ୍ ଓ ସାହିତ୍ୟ ସଂସ୍କୃତି ପରିଷଦର କୋଠରୀକୁ ପୌର ପରିଷଦ ନିଜ ହାତକୁ ନେଇଯାଇଥିବାରୁ ସମଗ୍ର ଓଡ଼ିଶାରେ ନିଜର ସ୍ୱତନ୍ତ୍ର ପରିଚୟ ଓ ପରମ୍ପରା ସୃଷ୍ଟି କରିଥିବା ପରିଷଦ ପ୍ରାୟତଃ ଏକ ଦୁଃସ୍ଥିତିର ସାମ୍ନା କରି ଆସିଥିବାବେଳେ ସାମ୍ବାଦିକମାନଙ୍କ ନିଜ ପ୍ରେସ୍ କ୍ଲବ୍ ଚାଲିଯିବାରୁ ସେମାନଙ୍କର ବୈଠକ ଓ ସମ୍ମିଳନୀ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏଣୁ ଜିଲା ପ୍ରଶାସନ ଓ ପୌର ପରିଷଦ ଉଭୟ ଅନୁଷ୍ଠାନକୁ ତାଙ୍କର କୋଠରୀ ଦୁଇଟି ପୁନର୍ବାର ସଜାଇ ଦେବାକୁ ଡ. ଦାସ ଦାବି କରିଥିଲେ । ଏଥିସହ ଆସନ୍ତା ୧୫ ତାରିଖ ପୂର୍ବାହ୍ନ ୧୦.୩୦ ସମୟରେ ସଂସ୍କୃତି ଭବନ ଠାରେ ତାଙ୍କ ଦ୍ୱାରା ରଚିତ ଜୀବନାଲେଖ୍ୟ ‘ସମୟର ସୂଚୀପତ୍ର’ ସାହିତ୍ୟ ସଂସ୍କୃତି ପରିଷଦ ପକ୍ଷରୁ ଉନ୍ମୋଚିତ ହେବ ବୋଲି ସୂଚନା ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ପରିଷଦର ଅନ୍ୟତମ ଉପସଭାପତି ପ୍ରଫେସର ଡ. ସୋମା ଚାନ୍ଦ, ଭଦ୍ରକର ଗୌରବଜ୍ୱଳ ଅତୀତ ସାହିତ୍ୟିକ ବିଭବ ଓ ସାଂସ୍କୃତିକ ମହାନତା ସଂପର୍କରେ ବହୁ ଉପାଦେୟ ପ୍ରସଙ୍ଗର ଅବତାରଣା କରିଥିଲେ । ଏଥିରେ ବରିଷ୍ଠ ସାମ୍ବାଦିକ ନିହାର ଦାସ, ପ୍ରମୋଦ ରାୟ, ରିବନାରାୟଣ ଖିଲାର, ନରେନ୍ଦ୍ର ସାମଲ, ଅଶୋକ ନାୟକ, ଡ. ହରିହର ନାୟକ, ସତ୍ୟଭୂଷଣ ସ୍ୱାମୀ, ଅଜୟ କୁମାର ପଣ୍ଡା, ଶୁଭ୍ରକାନ୍ତ ରାଉତରାୟ, ଶୁଭଦୀପ ମଲ୍ଲିକ ପ୍ରମୁଖ ବହୁ ସାମ୍ବାଦିକ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.