Home କଳାହାଣ୍ଡି  ପ୍ରଭାବଶାଳୀ ଗୋଷ୍ଠୀ ଚକ୍ରାନ୍ତରେ ଧର୍ମଗଡଠାରେ ପଶ୍ଚିମ ବିଦ୍ୟୁତ ଡିଭିଜନ କାର୍ଯ୍ୟାଳୟ ହୋଇପାରିନାହିଁ 

 ପ୍ରଭାବଶାଳୀ ଗୋଷ୍ଠୀ ଚକ୍ରାନ୍ତରେ ଧର୍ମଗଡଠାରେ ପଶ୍ଚିମ ବିଦ୍ୟୁତ ଡିଭିଜନ କାର୍ଯ୍ୟାଳୟ ହୋଇପାରିନାହିଁ 

475

କଳାହାଣ୍ଡି – ୧୩.୦୧.୨୦୧୯ (ଓଡିଆପୁଅ) କଳାହାଣ୍ଡି ଜିଲ୍ଲାର ଧର୍ମଗଡ ଉପଖଣ୍ଡ ଅଂଚଳରେ ବିଦ୍ୟୁତ ଯୋଗାଣ କାର୍ଯ୍ୟ କଳାହାଣ୍ଡି ପଶ୍ଚିମ  ବିଦୁ୍ୟତ ଡିଭିଜନ ଦ୍ୱାରା ପରିଚାଲିତ ହେଉଥିବା ବେଳେ ଏହାର କାର୍ଯ୍ୟାଳୟ ସଂପ୍ରତି ଭବାନୀପାଟଣା ଠାରେ କାର୍ଯ୍ୟ କରୁଛି । ଗତ ପ୍ରାୟ ଦେଢ ବର୍ଷ ତଳେ ଔପଚାରିକ ଭାବେ ଏହି କାର୍ଯ୍ୟାଳୟକୁ ଧର୍ମଗଡକୁ ସ୍ଥାନାନ୍ତରିତ କରିବା ପାଇଁ ବ୍ୟବସ୍ଥା କରାଯିବା ସହିତ ଧର୍ମଗଡ ଠାରେ କାର୍ଯ୍ୟାଳୟ ମଧ୍ୟ ଖୋଲାଯାଇଥିଲା । କିଛୀଦିନ ଧର୍ମଗଡ ଠାରେ କଳାହାଣ୍ଡି ପଶ୍ଚିମ ବିଦ୍ୟୁତ ଡିଭିଜନ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେବାପରେ ସମଗ୍ର ଅଂଚଳର ବିଦ୍ୟୁତ  ଉପଭୋକ୍ତା ମହଳରେ ଖୁସିର ଲହରି ଖେଲିଯାଇଥିଲା । ହେଲେ ଧର୍ମଗଡ ଉପଖଣ୍ଡବାସୀଙ୍କୁ ଲଲିପପ ଦେଖାଇବା ସଦୃଶ କିଛିଦିନ ପରେ ଏହାକୁ ପୁନର୍ବାର ଭବାନୀପାଟଣା କୁ ପୁନଃ ସ୍ଥାନାନ୍ତର କରାଯାଇଛି । ଧର୍ମଗଡ ଠାରୁ ଭବାନୀପାଟଣାକୁ ପୁନଃ ସ୍ଥାନାନ୍ତର କରାଯିବା ପରେ ଉପଭୋକ୍ତା ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଥିଲା । ହେଲେ ଶାସକ ଦଳର ଏକ ପ୍ରଭାବଶାଳୀ ଗୋଷ୍ଠୀର ଚକ୍ରାନ୍ତରେ ଏହି କାର୍ଯ୍ୟାଳୟ ଧର୍ମଗଡ ଠାରେ ଅବସ୍ଥାପିତ ହୋଇପାରିନଥିବା ଏକ ନିର୍ଭର ଯୋଗ୍ୟ ତଥ୍ୟରୁ ଜଣାପଡିଛି । ଶାସକ ଦଳର ବିଭିନ୍ନ ପଦାଧିକାରୀ  ବୋଲି ପରିଚୟ ଦେଉଥିବା କିଛି ରାଜନେତା ମାନେ ଗତ ୨୨.୦୬.୨୦୧୭ରେ ବୁର୍ଲାସ୍ଥିତ ୱେସ୍କୋ ପ୍ରାଧିକୃତ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇ ଏହି ବିଦ୍ୟୁତ ଡିଭିଜନ କାର୍ଯ୍ୟାଳୟକୁ ଧର୍ମଗଡ ପରିବର୍ତେ ଜୁନାଗଡକୁ ସ୍ଥାନାନ୍ତର କରାଯାଉ ନଚେତ ଭବାନୀପାଟଣାଠାରେ ହିଁ ରଖାଯିବାକୁ ଦାବୀ କରିଥିବା ଜଣାପଡିଛି । ଏହି ପ୍ରଭାବଶାଳୀ ଗୋଷ୍ଠୀର ଚକ୍ରାନ୍ତରେ କଳାହାଣ୍ଡି ପଶ୍ଚିମ ବିଦ୍ୟୁତ ଡିଭିଜନ କାର୍ଯ୍ୟାଳୟ ଭବାନୀପାଟଣା ଠାରେ ହିଁ ରହିଯାଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଏହି ପଶ୍ଚିମ ବିଦ୍ୟୁତ ଡିଭିଜନ ଅଧିନରେ ଧର୍ମଗଡ ଉପଖଣ୍ଡର ୬ ଗୋଟି ବ୍ଲକ ସମେତ ଥୁଆମୂଲ ରାମପୁର ବ୍ଲକର ଅଧିକାଂଶ ଅଂଚଳରେ ବିଦ୍ୟୁତ ଯୋଗାଣ ନିୟନ୍ତ୍ରଣ କରାଯାଇଥାଏ । ଜୁନାଗଡ ଠାରେ ଏହାର କାର୍ଯ୍ୟାଳୟ କରାଯାଉ ବୋଲି ଗତ ୨୭.୦୧.୨୦୧୫ ଦିନ ମଧ୍ୟ ଶାସକ ଦଳର କିଛି ପଦାଧିକାରୀ ଏହି ପଶ୍ଚିମ ବିଦ୍ୟୁତ ଡିଭିଜନ କାର୍ଯ୍ୟାଳୟ ଜୁନାଗଡଠାରେ ଖୋଲିବା ପାଇଁ ଦାବୀ ଜଣାଇ ଜୁନାଗଡ ବିଡିଓଙ୍କ ମାଧ୍ୟମରେ ମହାମହିମ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦାଖଲ କରିଥରବା ଜଣାପଡିଛି । ଧର୍ମଗଡ ଠାରେ ବିଦ୍ୟୁତ ଡିଭିଜନ କାର୍ଯ୍ୟାଳୟ ଖୋଲାଯିବା ପରେ ଜୁନାଗଡଠାରେ ଦାବୀ କରାଯିବା ଯୋଗୁଁ କର୍ତୃପକ୍ଷ ଏହି କାର୍ଯ୍ୟାଳୟକୁ ଭବାନୀପାଟଣା ଠାରେ ହିଁ ରଖାଯିବାର ନିଷ୍ପତି ନେଇଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି । ଏହା ଯଦି ସତ୍ୟ ହୋଇଥାଏ ତେବେ ରାଜନୈତିକ ଚାଲ ଯୋଗୁଁ ଧର୍ମଗଡ ଉପଖଣ୍ଡରେ କଳାହାଣ୍ଡି ପଶ୍ଚିମ  ବିଦ୍ୟୁତ ଡିଭିଜନ କାର୍ଯ୍ୟାଳୟ ଖୋଲିବାରେ ଅନ୍ତରାୟ ସୃଷ୍ଟି ହୋଇଥିବା ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.