Home କୋରାପୁଟ ପୁଙ୍ଗାର ବିଦ୍ୟାଳୟରେ ଶିଶୁ ଦିବସ ପାଳିଲେ ରାଜ୍ୟପାଳ; ଶିଶୁମାନେ ଭଗବାନଙ୍କ ଚଳନ୍ତି ପ୍ରତିମା-ରାଜ୍ୟପାଳ

ପୁଙ୍ଗାର ବିଦ୍ୟାଳୟରେ ଶିଶୁ ଦିବସ ପାଳିଲେ ରାଜ୍ୟପାଳ; ଶିଶୁମାନେ ଭଗବାନଙ୍କ ଚଳନ୍ତି ପ୍ରତିମା-ରାଜ୍ୟପାଳ

114

 

କୋରାପୁଟ,୧୪/୧୧(ଓଡିଆପୁଅ/ରଂଜନ କୁମାର ଦାସ) ଶିଶୁମାନେ ଭଗବାନଙ୍କ ଚଳନ୍ତି ପ୍ରତିମା ସଦୃଶ,ସେମାନଙ୍କ ମନ ଭଗାବନଙ୍କ ଭଳି ପବିତ୍ର ଓ ନିଷ୍କପଟ,ତେଣୁ ସେମାନଙ୍କୁ କୌଣସି ବାର୍ତା ଦିଆ ଯାଏ ନାହିଁ ବରଂ ସେମାନଙ୍କ ମୁହଁରୁ ତାଙ୍କ ଭାଷା ବୁଝି ହୁଏ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କହିଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କୋରାପୁଟ ଜିଲା ଗସ୍ତର ଆଜି ତୃତୀୟ ଦିନରେ ସେମିଲିଗୁଡା ବ୍ଲକ ପୁଙ୍ଗାର ସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଦ୍ଧନ ଦେଇଥିଲେ । ରାଜ୍ୟପାଳ ପୂର୍ବାନ୍ନ ୯-୫୦ରେ ସ୍ୱତନ୍ତ୍ର ର୍କିଟ ହାଉସରୁ ବାହାରି ସଡକ ପଥରେ ସେମିଲିଗୁଡା ବ୍ଲକର ପୁଙ୍ଗାର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ପହଂଚିଥିଲେ । ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷ ଗୋଲକ ବିହାରୀ ମଲ୍ଲିକ ବିଦ୍ୟାଳୟର ବିବରଣୀ ପାଠ କରିବା ପରେ ମହା ମହିମ ରାଜ୍ୟପାଳ ଛାତ୍ରଛାତ୍ରୀ ମାନଙ୍କ ସହ ବାର୍ତାଳାପ କରି ସମୟର ସଦ ଉପଯୋଗ କରିବାକୁ ପରାମର୍ଶ ଦେଇଥିଲେ । ବାର୍ତାଳାପ ମଧ୍ୟରେ ରାଜ୍ୟପାଳ ଆଇନଷ୍ଟାଇନଙ୍କ ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ କୋରାପୁଟ ସାଂସଦ ଝିନ୍ନ ହିକକା,ସ୍ଥାନୀୟ ବିଧାୟକ ପ୍ରଫୁଲ କୁମାର ପାଙ୍ଗି, ରାଜ୍ୟପାଳଙ୍କ ପ୍ରମୁଖ ସଚିବ ମଧୁ ସୂଦନ ପାଢି,ଜିଲାପାଳ କେ.ସୂଦର୍ଶନ ଚକ୍ରବର୍ତି, ଅତିରିକ୍ତ ଜିଲାପାଳ ଦେବେନ କୁମାର ପ୍ରଧାନ,ଏସପି ଡା.କେ.ଭି.ସିଂହ୍ ପ୍ରମୁଖ ଉପସ୍ଥ୍ିତ ଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଆଦର୍ଶ ବିଦ୍ୟାଳୟରୁ ରାଜ୍ୟପାଳ ବାହାରି ସେମିଲିଗୁଡା ବ୍ଲକ ଦଳେଇଗୁଡା ପଂଚାୟତର କୁତୁଗାଁ ଅଭିମୁକ୍ଷେ ଯାଇଥିଲେ । କୁତୁଗାଁରେ ସ୍ୱତନ୍ତ୍ର ବିଜୁ ପକ୍କା ଘର ଯୋଜନାରେ ନିର୍ମାଣ ଚାଲିଥିବା ୩୦ଟି ବାସଗୃହ ରାଜ୍ୟପାଳ ଦେଖିବା ପରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ପଂଚାୟତ ପ୍ରତିନିଧି ମାନଙ୍କୁ ଭେଟି ଆଲୋଚନା କରିବା ସହ ଅଙ୍ଗନୱାଡି କେନ୍ଦ୍ର ବୁଲି ଦେଖିଥିଲେ । ବିଭିନ୍ନ ବିଭାଗ ଦ୍ୱାରା କୁତୁଗାଁରେ କରା ଯାଇଥିବା ପ୍ରଦର୍ଶନୀ ଷ୍ଟଲ ବୁଲିବା ସହ ରାଜ୍ୟପାଳ ଏସଏଚଜି ସଦସ୍ୟା ମାନଙ୍କ ଦ୍ୱାରା ପ୍ରସ୍ତୁତ ଏକ ଗଣେଶ ମୂର୍ତି ଉପହାର ଗ୍ରହଣ କରିଥିଲେ । ମହିଳା ଏସଏଚଜିଙ୍କ ବିଭିନ୍ନ କାର୍ଯ୍ୟ ଦେଖି ରାଜ୍ୟପାଳ ସନ୍ତୋଷବ୍ୟକ୍ତ କରିବା ସହ ମହିଳାଙ୍କୁ ରୋଜଗାରକ୍ଷମ କରିବାରେ ଏସଏଚଜିର ଭୂମିକାକୁ ପ୍ରଶଂସା କରିଥିଲେ । କୁତୁଗାଁ କାର୍ଯ୍ୟକ୍ରମ ଶେଷ ପରେ ରାଜ୍ୟପାଳ ସୁନାବେଡା ସ୍ଥିତ ହାଲକୁ ଯାଇଥିଲେ । ହାଲର ବିଭିନ୍ନ ବିଭାଗ ବୁଲି ଦେଖିବା ସହ ନିର୍ବାହି ନିଦେ୍ର୍ଦଶକ ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହ ମିଗ୍ ଓ ସୁଖୋଇ ପ୍ରକଲ୍ପ ଉପରେ ଆଲୋଚନା କରିଥିଲେ । ହାଲ ପରିଦର୍ଶନ ପରେ ରାଜ୍ୟପାଳ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସୁନାବେଡା ମୁଖ୍ୟ କ୍ୟାମ୍ପସକୁ ଯାଇଥିଲେ । ବିଶ୍ୱବିଦ୍ୟାଳୟରେ କୁଳପତି ପ୍ରଫେସର ସଚିଦାନନ୍ଦ ମହାନ୍ତି ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଥିବାବେଳେ ଆଦିବାସୀ ବହୁଳ ଅଂଚଳରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ନେଇଥିବା ପଦକ୍ଷେପ ଗୁଡିକୁ ଉଚ ପ୍ରଶଂସା କରିଥିଲେ । କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିଦର୍ଶନ ପରେ ରାଜ୍ୟପାଳ କୋରାପୁଟ ସ୍ୱତନ୍ତ୍ର ର୍କିଟ ହାଉସକୁ ଫେରିଥିଲେ । ମଧ୍ୟାନ୍ନ ଭୋଜନ ଓ ବିଶ୍ରାମ ପରେ ରାଜ୍ୟପାଳ ପ୍ରଫସେର ଗଣେଶୀ ଲାଲ ସ୍ଥାନୀୟ କଫି ବୋର୍ଡ ପରିଦର୍ଶନ କରିବା ପରେ କୋରାପୁଟ ଏସଏଲଏନ ମେଡିକାଲ କଲେଜ ଓ ହସ୍ପିଟାଲକୁ ଯାଇଥିଲେ । ମେଡିକାଲ କଲେଜରେ ରହଣି ସମୟ ମଧ୍ୟରେ ସେ କଲେଜ କର୍ତୂପକ୍ଷଙ୍କ ସହ ଆଲୋଚନା କରିଥିଲେ । ଡାକ୍ତରମାନେ ଭଗବାନ ବୋଲି ରୋଗୀମାନେ ମାନିଥାନ୍ତି ତେଣୁ ରୋଗୀମାନଙ୍କର ସ୍ୱାସ୍ଥ୍ୟସେବା ଉପରେ ସେଗୁରୁତ୍ୱାରୋପ କରିଥିଲେ ।କଲେଜ ଅଧ୍ୟକ୍ଷ ପ୍ରଫେସର କୃଷ୍ଣଚନ୍ଦ୍ର ବିଶ୍ୱାଲ , ଅଧିକ୍ଷକ ପ୍ରଫେସର କ୍ଷେତ୍ରବାସୀ ସୁବୁଦ୍ଧି ଓ ବିଭାଗୀୟମୁଖ୍ୟମାନଙ୍କ ସହ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତି , କୋରାପୁଟ ସାଂସଦ ଝିନ୍ନ ହିକକା ଓ ପଟ୍ଟାଙ୍ଗୀ ବିଦାୟକ ପ୍ରଫୁଲ୍ଲା ପାଙ୍ଗୀ ଉପସ୍ଥିତ ଥିଲେ । ଅପରାନ୍ନ ୫-୩୦ରେ ରାଜ୍ୟପାଳ ସ୍ଥାନୀୟ ସଦଭାବନା ସଭାଗୃହରେ ସମସ୍ତ ଜିଲା ସ୍ତରୀୟ ଅଧିକାରୀ ମାନଙ୍କୁ ନେଇ ଏକ ବୈଠକ କରିଥିଲେ । ଜିଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନା କିପରି ଲୋକଙ୍କ ନିକଟରେ ପହଂଚିବ ସେଥିପ୍ରତି ଗୁରୂତ୍ୱ ଦେବାକୁ ରାଜ୍ୟପାଳ ଅଧିକାରୀ ମାନଙ୍କୁ ନିଦେ୍ର୍ଦଶ ଦେବା ସହ ଜନ ସାଧାରଣଙ୍କ ପ୍ରତି ସରକାରୀ କର୍ମଚାରୀଙ୍କ ଦାୟିତ୍ୱ ବଦ୍ଧତା ସମ୍ପର୍କରେ ସୂଚାଇ ଥିଲେ । ମାତୃମୃତ୍ୟୁହାର ଓ ଶିଶୁମୃତ୍ୟୁହାର ଉପରେ ସେ ଜାଣିବାକୁ ଚାହିିଁଥିଲେ ।ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତି ଜିଲ୍ଲାରେ ଚାଲିଥିବା ବିକାଶ ଉପରେ ଟିକିନିଖି ଆଲୋକପାତ କରିଥିଲେ ।ଏହି ବୈଠକରେ ପ୍ରମୁଖ ସଚିବ ଶ୍ରୀ ପାଢୀ , କୋରାପୁଟଏସପି ଡାକ୍ତର ସିଂ ଓ ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।ଗୁରୁବାର ସକାଳ ୮-୩୦ରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କୋରାପୁଟ ଛାଡି ରାୟଗୁଡା ଯିବା କାର୍ଯ୍ୟକ୍ରମ ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.