Home କୋରାପୁଟ ପିଏଲଜିଏ ସପ୍ତାହ ଅବସରରେ କୋରାପୁଟ ଜିଲ୍ଲା ପୋଲିସ ସତର୍କ ରହିଛି-ଏସପି

ପିଏଲଜିଏ ସପ୍ତାହ ଅବସରରେ କୋରାପୁଟ ଜିଲ୍ଲା ପୋଲିସ ସତର୍କ ରହିଛି-ଏସପି

84

କୋରାପୁଟ ; ତା୦୧-୧୨-୧୮(ଓଡିଆପୁଅ /ରଂଜନ କୁମାର ଦାସ)ଆସନ୍ତାକାଲି ପିଏଲଜିଏ ସପ୍ତାହ ଆରମ୍ଭ ହେଉଥିବା ବେଳେ କୋରାପୁଟ ଜିଲ୍ଲା ପୋଲିସ ସତର୍କ ରହିଛି ବୋଲି କୋରାପୁଟ ଏସପି ଡାକ୍ତର କନଓାର ବିଶାଳ ସିଂ ସୂଚନା ଦେଇଛନ୍ତି ।ଏହି ସପ୍ତାହ ଦୃଷ୍ଟିରେ ରଖି ବିଏସଏଫ ଅଧିକାରୀମାନଙ୍କ ସହ ବୈଠକ ଶେଷ ହୋଇଯାଇଥିବା ସେ ସୂଚନା ଦେଇଥିଲେ ।କୋରାପୁଟ ଜିଲ୍ଲାର ପୋଲିସ ଥାନା ଓ ଫାଣ୍ଡି ଅଧିକାରୀମାନଙ୍କୁ ସତର୍କ ରହିବାକୁ ନିଦେ୍ର୍ଦଶ ଦିଆଯାଇଛି ।ପଡୋଶୀ ଜିଲ୍ଲା ରାୟଗଡା ଓ ମାଲକାନଗିରି ଏବଂ ପଡୋଶୀ ରାଜ୍ୟ ଛତିଶଗଡ ସୀମାନ୍ତରେ ଗାଡି ଚେକିଂ କରାଯାଉଥିବା ବେଳେ ନକ୍ସଲ ପ୍ରଭାବିତ ଅଂଚଳରେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଥିବା ସେ ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.