Home କୋରାପୁଟ ପରବ ନିମନ୍ତେ ସ୍ଥାନ ନିରୂପଣ ହୋଇପାରିଲା ନାହିଁ ;ଗଠିତ କମିଟି ପ୍ରସ୍ତାବିତ ସ୍ଥାନ ତଦାରଖ କଲାପରେ...

ପରବ ନିମନ୍ତେ ସ୍ଥାନ ନିରୂପଣ ହୋଇପାରିଲା ନାହିଁ ;ଗଠିତ କମିଟି ପ୍ରସ୍ତାବିତ ସ୍ଥାନ ତଦାରଖ କଲାପରେ ନିଷ୍ପତି ନିଆଯିବ

103

କୋରାପୁଟ ; ତା୧୭-୧୦-୧୮(ଓଡିଆପୁଅ /ରଂଜନ କୁମାର ଦାସ)ରାଜ୍ୟସ୍ତରୀୟ ଆଦିବାସୀ ମହୋସôବ ପରବ-୨୦୧୮ର ମୁଖ୍ୟ ଉସôବ ପାଳନ ନିମନ୍ତେ ସ୍ଥାନ ନିରୂପଣ ନିମନ୍ତେ ଆୟୋଜିତ ବୈଠକରେ ସ୍ଥାନ ନିରୂପଣ ହୋଇପାରି ନ ଥିଲା ।କୋରାପୁଟ ଜିଲ୍ଲାପାଳ କେ .ସୁଦର୍ଶନ ଚକ୍ରବର୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ , ଲକ୍ଷ୍ମିପୁର ବିଧାୟକ କୈଳାସ କୁଲେସିକା ଓ ଉପସ୍ଥିତି ସାମ୍ବାଦିକମାନେ ଯୋଗଦେଇ ଷ୍ଟାଡିୟମରେ ପରବର ମୁଖ୍ୟ ଉସôବ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ନେଇଥିବା ନିଷ୍ପତିକୁ ବିରୋଧ କରି ଅନ୍ୟ ସ୍ଥାନରେ କରିବାକୁ ପ୍ରସ୍ତାବ ଦେଇଥିଲେ ।ବରିଷ୍ଠ ସାମ୍ବାଦିକ ସି.ଏଚ.ସାନ୍ତାକାର ଷ୍ଟାଡିୟମରେ ପରବ ପାଳନ କଲେ ଲଗାଯାଇଥିବା ଘାସଗୁଡିକ ନଷ୍ଟ ହୋଇଯିବ ତେଣୁ କୋରାପୁଟ ସରକାରୀ କଲେଜ ରେ ପରବ ପାଳନ କରିବାକୁ ସେ ପ୍ରସ୍ତାବ ଦେଇଥିଲେ ।କ୍ରୀଡାବିତ ଜେ.ହେମା ରାଓ ଓଏସଏପି ପଡିଆରେ କରିବାକୁ ପ୍ରସ୍ତାବ ଦେଇଥିବା ବେଳେ ବରିଷ୍ଠ ସାମ୍ବାଦିକ ରଞନ କୁମାର ଦାସ ଛପର ଯିବାକୁ ରାସ୍ତାକଡରେ ଡାହାଣ ପାଶ୍ୱରେ ଥିବା ପର୍ଯ୍ୟାପ୍ତ ଜମରେ କରିବାକୁ ପ୍ରସ୍ତାବ ଦେଇଥିଲେ ।କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ଅଧ୍ୟକ୍ଷତାରେ ସ୍ଥାନ ନିରୂପଣ ନିମନ୍ତେ ଏକ କମିଟି ଗଠନ କରାଯାଇଥିଲା ।ଏହି କମିଟିରେ କୋରାପୁଟ ବିଧାୟକ ଶ୍ରୀ ସଗରିଆ , ବରିଷ୍ଠ ନାଗରିକ ନାରାୟଣ ପଣ୍ଡା , ସାମ୍ବାଦିକ ସି .ଏଚ.ସାନ୍ତାକାର , ଜିଲ୍ଲା କ୍ରୀଡା ଅଧିକାରୀ ରାଜ କିଶୋର ଜେନା , ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ,କୋରାପୁଟ ଏସପିଡିଓ ଟି .ଜେ.ରେଡ୍ଡି ଓକୋରାପୁଟ ଟାଉନଥାନା ଭାରପ୍ରାପ୍ତ ନିରୀକ୍ଷକ କ୍ଷିରେଶ୍ୱର ସାହୁ ପ୍ରମୁଖ ସଦସ୍ୟ ରହିଥିଲେ ।କମିଟିର ସମସ୍ତ ସଦସ୍ୟମାନେ ଆସନ୍ତକାଲି ପ୍ରସ୍ତାବିତ ସ୍ଥାନ ତଦାରଖ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବା ପରେ ପରବ ମୁଖ୍ୟ ଉସôବର ସ୍ଥାନ ଚୟନ କରାଯିବ ବୋଲି ଜଣାପଡିଛି ।ଏହି ବୈଠକରେ କୋରାପୁଟ ଏସପି ଡାକ୍ତର କେ.ବିଶାଳ ସିଂ , ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦର ଅଧ୍ୟକ୍ଷ କମୁଲୁ ଜାନି ,ଜିଲ୍ଲାପରିଷଦ ସଭାପତି ପ୍ରଭୁ ଜାନି , ଜଳବିଭାଜିକା ପ୍ରକଳ୍ପ ନିଦେ୍ର୍ଦଶକ ଭବାନୀ ଶଙ୍କର କାଲୋ , ସର୍ବଶିକ୍ଷା ଅଭିଯାନର ପକଳ୍ପ ସଂଯୋଜକ ମହେଶ୍ୱର ଚନ୍ଦ୍ର ନାୟକ ,କୋରାପୁଟ ପ୍ରେସ କ୍ଲବ ସଭାପତି ଭବାନୀ ଶଙ୍କର ମିଶ୍ର ,ଜିଲ୍ଲା ଅବକାରୀ ଅଧିକ୍ଷକ ସୁବାସ ଚନ୍ଦ୍ର ପ୍ରଧାନ ,ସାଉଥକୋର ନିର୍ବାହୀ ଯନ୍ତ୍ରୀ ଚମନ ଲାକ୍ରା , ସାଉଥକୋର ଏସଡିଓ ହିମାଂଶୁ ପ୍ରଧାନ , ଜିଲ୍ଲା ପଂଚାୟତ ଅଧିକାରୀ ସୁଦେଶ ପଟନାୟକ ,କୋରାପୁଟ ମ୍ୟୁନସିପାଲଟିର ନିର୍ବାହୀ ଅଧିକାରୀ ଗୈାରଚନ୍ଦ୍ର ପଟନାୟକ , କୋଟସର ନିଦେ୍ର୍ଦଶକ ଡ.ପି.ସି.ମହାପାତ୍ର , ଡ.ଜଗବନ୍ଧୁ ସାମଲ , ଉମାକାନ୍ତ ଦାଶ , ଜିଲ୍ଲା କ୍ରୀଡା ସଂଘର ସଂପାଦକ ଅନୁପ ପାତ୍ର ,ସହକାରୀ ଜିଲ୍ଲାପାଳ ଆଲୋକ କୁମାର ଅନୁଗୁଲିଆ ,କୋରାପୁଟ ସାଂସ୍କୃତିକ ପରିଷଦର ଦୁର୍ଗା ପ୍ରସାଦ ରଥ ,କବି ଜଳଧର ସ୍ୱାଇଁ , କବିୟତ୍ରୀ ପ୍ରତିଧାରା ସାମଲ ,କଫିବୋର୍ଡର ଏପିଡି ଡ.ଦୟାନିଧି ବାଘ , ପିଡବ୍ଲୁଡିର ସହକାରୀ ଯନ୍ତ୍ରୀ ଶରତ ପାତ୍ର ଓ ଜିଲ୍ଲାର ସମସ୍ତ ବିଡିଓମାନେ ଯୋଗଦେଇଥିଲେ ।କୋରାପୁଟ ଜିଲ୍ଲାପାଳ ପରବ ଉସôବକୁ ଆଡମ୍ବର ସହକାରେ ପାଳନ କରିବା ନିମନ୍ତେ ସମସ୍ତଙ୍କ ସହଯୋଗ ଲୋଡିଥିଲେ ।କୋଟିଆଠାରେ ପରବର ଶୁଭାରମ୍ଭ କରାଯିବ ତେଣୁ ଏହାର ପ୍ରଚାର ଓ ପ୍ରସାର କରିବା ଉଦେ୍ଦଶ୍ୟରେ କୋରାପୁଟଠାରୁ କୋଟିଆ ପର୍ଯ୍ୟନ୍ତ ହୋଡିଂ କରିବାକୁ ଉପସ୍ଥିତ ପଟ୍ଟାଙ୍ଗୀ ବିଡିଓ କେ.କେ.ପ୍ରଧାନଙ୍କୁ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତି ନିଦେ୍ର୍ଦଶ ଦେଇଥିଲେ ।ପରବ ମୁଖ୍ୟ ଉସôବରେ ଜିଲ୍ଲାର କଳାକାରମାନେ ଯେପରି ସ୍ଥାନ ପାଇପାରିବେ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ ।
ସୂଚନାଯୋଗ୍ୟ ଯେ ଜିଲ୍ଲା ପ୍ରଶାସନ ପରବର ମୁଖ୍ୟ ଉସôବ ଷ୍ଟାଡିୟମରେ କରିବାକୁ ନିଷ୍ପତି ନେଲା ପରେ ଜିଲ୍ଲାର କ୍ରୀଡାବିତ ଓ ସହର ବାସିନ୍ଦା ଏହାର ତୀବ୍ର ବିରୋଧ କରି ଶାନ୍ତିପୂର୍ଣ୍ଣ ଭାବେ ଏକ ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।ଗତକାଲି ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତି ଷ୍ଟାଡିୟମ ଯାଇ ପରିଦର୍ଶନ କରିଥିଲେ ।ଷ୍ଟାଡିୟମର ଉନ୍ନତି ନିମନ୍ତେ ରାଜ୍ୟ ସରକାର ୮୦ ଲକ୍ଷ ଟଙ୍କା ପ୍ରଦାନ କରିଥିବା ବେଳେ ଟ୍ରାକ ଓ ଫିଲ୍ଡରେ ଘାସ ଲଗା କାମ ଶେଷ ହୋଇଯାଇଥିବାରୁ ପରବ ପାଳନ କଲେ ଘାସ ନଷ୍ଟ ହୋଇଯିବ ବୋଲି କ୍ରୀଡାବିତମାନେ ସୂଚନା ଦେଇ ବିରୋଧ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.