Home ଓଡ଼ିଶା ନିର୍ବାଚନ-୨୦୧୯ ; କୋରାପୁଟ ଲୋକସଭା ଆସନ ନିମନ୍ତେ ବିଜେଡିର ମହିଳା ପ୍ରାର୍ଥିନୀ କୈାଶଳା ହିକକା !

ନିର୍ବାଚନ-୨୦୧୯ ; କୋରାପୁଟ ଲୋକସଭା ଆସନ ନିମନ୍ତେ ବିଜେଡିର ମହିଳା ପ୍ରାର୍ଥିନୀ କୈାଶଳା ହିକକା !

942

କୋରାପୁଟ ; ତା୧୨-୦୩-୧୯(ଓଡିଆ ପୁଅ/ରଂଜନ କୁମାର ଦାସ)ରାଜ୍ୟ ବିଜେଡି ସଭାପତି ନବୀନ ପଟନାୟକ ଲୋକସଭା ଆସନରେ ବିଜୁ ଜନତା ଦଳ ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ ପ୍ରଦାନ କରିବେ ବୋଲି ଘୋଷଣା କରିବା ପରେ ମହିଳା ନେତ୍ରୀମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଉଥିବା ଜଣାପଡିଛି।ଗତ ୨୦୧୪ ନିର୍ବାଚନରେ କୋରାପୁଟ ଲୋକସଭା ଆସନରେ ବିଜେଡିର ଝିନ୍ନ ହିକକା ବିଜୟୀ ହୋଇଥିବା ବେଳେ ଏଥର ନିର୍ବାଚନରେ ସେ ଲୋକସଭା ଆସନ ପାଇଁ ପ୍ରତିଦ୍ୱନ୍ଦିନ୍ଦା ନ କରିବା ପାଇଁ ମନ କରିଥିବା ଚର୍ଚ୍ଚା ହେଉଥିଲା ଏବଂ ସେ ଲକ୍ଷ୍ମିପୁର ବିଧାନସଭା ନିର୍ବାଚନମଣ୍ଡଳୀ ନିମନ୍ତେ ଆଶାୟୀ ଥିବା ସାଧାରଣରେ ଆଲୋଚ୍ୟର ବିଷୟ ହୋଇଥିଲା।କୋରାପୁଟ ଲୋକସଭା ଆସନରେ ଝିନ୍ନ ହିକକାଙ୍କ ପତ୍ନୀ କୌଶଳା ହିକକା ଟିକେଟ ପାଇବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ବିଜେଡି ସଭାପତି ଶ୍ରୀ ପଟ୍ଟନାୟକ କାହାକୁ ଟିକେଟ ଦେବେ ତାହା ଅଳ୍ପ ଦିନପରେ ଜଣାପଡିଯିବ। କଂଗ୍ରେସର ସପ୍ତଗିରି ଉଲକା ଓ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ଟିକେଟ ପାଇବେ ବୋଲି ଜଣାପଡିଥିବା ବେଳେ କେବଳ ଘୋଷଣା ବାକି ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.