Home ଓଡ଼ିଶା ନାମାଜ୍ଞନପତ୍ର ଗ୍ରହଣର ପ୍ରଥମ ଦିନ- କୋରାପୁଟ ଲୋକସଭା ଓ ୩ ଟି ବିଧାନସଭା ଆସନ ନିମନ୍ତେ...

ନାମାଜ୍ଞନପତ୍ର ଗ୍ରହଣର ପ୍ରଥମ ଦିନ- କୋରାପୁଟ ଲୋକସଭା ଓ ୩ ଟି ବିଧାନସଭା ଆସନ ନିମନ୍ତେ ନାମାଜ୍ଞନପତ୍ର ଜିରୋ

556

କୋରାପୁଟ ; ତା୧୮-୦୩-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ କୋରାପୁଟ ଲୋକସଭା ଏବଂ କୋରାପୁଟ, ଲକ୍ଷ୍ମିପୁର ଓ ପଟ୍ଟାଙ୍ଗୀ ବିଧାନସଭା ଆସନ ନିମନ୍ତେ ଆଜି ବିଜ୍ଞପ୍ତି ପ୍ରକାଶ କରାଯାଇଥିବା ବେଳେ ନାମାଜ୍ଞନପତ୍ର ଗ୍ରହଣର ପ୍ରଥମଦିନରେ କୈାଣସି ପ୍ରାର୍ଥି ନାମାଜ୍ଞନପତ୍ର ଦାଖଲ କରି ନ ଥିବା ଜଣାପଡିଛି।କୋରାପୁଟ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସର କେ .ସୁଦର୍ଶନ ଚକ୍ରବର୍ତି ଆଜି ବିଜ୍ଞପ୍ତି ଜାରି କରିଥିବା ବେଳେ କୋରାପୁଟ ଉପଜିଲ୍ଲାପାଳ ତଥା କୋରାପୁଟ, ପଟ୍ଟାଙ୍ଗୀ ଓ ଲକ୍ଷ୍ମିପୁର ବିଧାନସଭା ଆସନର ରିଟର୍ଣ୍ଣିଂ ଅପିସର ଲଲିତ କୁମାର କହଁର ବିଜ୍ଞପ୍ତି ଜାରି କରିଥିଲେ।ପୂର୍ବାହ୍ନ ୧୧ ଘ.ରୁ ୩ ଘ. ପର୍ଯ୍ୟନ୍ତ ନାମାଜ୍ଞନପତ୍ର ଦାଖଲ କରିବାର ସମୟ ରହିଥିବା ବେଳେ ୨୨, ୨୩ ଓ ୨୪ ତାରିଖ ଛୁଟି ଦିବସ ରହିଥିବା ବେଳେ ୨୫ ତାରିଖ ନାମାଜ୍ଞନପତ୍ର ଦାଖଲ କରିବାର ଶେଷଦିନ ରହିଥିବା ରିଟର୍ଣ୍ଣିଂ ଅଫିସର ତଥା ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତି ସୂଚନା ଦେଇଥିଲେ।ଲକ୍ଷ୍ମିପୁର ବିଧାନସଭା ଆସନ ନିମନ୍ତେ କୁଶଳ ଚନ୍ଦ୍ର ନାୟକ ସହକାରୀ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ ହୋଇଥିବା ଜଣାପଡିଛି।କୋରାପୁଟ ବିଧାନସଭା ଆସନ ନିମନ୍ତେ ମୂଷାପୁଟ ଗ୍ରାମର ଖଗପତି ଖୋସଲା ୨ ଟି ସେଟ ପେପର ନେଇଥିଲେ ବୋଲି ଜଣାପଡିଛି।ନାମାଜ୍ଞନପତ୍ର ଦାଖଲ ପ୍ରକ୍ରୀୟା ଶାନ୍ତଶୃଖଂଳା ସହ ଶେଷ ହେବା ନିମନ୍ତେ ପୋଲିସ ତରଫରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା କୋରାପୁଟ ଟାଉନଥାନାର ଭାରପ୍ରାପ୍ତ ନିରୀକ୍ଷକ ବାସୁଦେବ ଛତ୍ରୀ ସୂଚନା ଦେଇଛନ୍ତି।କୋରାପୁଟ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଦେଢ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଥିବା ସେ ସୂଚନା ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.