Home କୋରାପୁଟ ଦଶମନ୍ତପୁରର ଦୁର୍ଗମ ଅଂଚଳରେ ଡାକ୍ତର ଚିତ ରଞନ ଜେନାଙ୍କ ସ୍ୱେଛାକୃତ ସ୍ୱାସ୍ଥ୍ୟ ସେବା ; ମ୍ୟାଲେରିଅ...

ଦଶମନ୍ତପୁରର ଦୁର୍ଗମ ଅଂଚଳରେ ଡାକ୍ତର ଚିତ ରଞନ ଜେନାଙ୍କ ସ୍ୱେଛାକୃତ ସ୍ୱାସ୍ଥ୍ୟ ସେବା ; ମ୍ୟାଲେରିଅ ରୋଗ ହ୍ରାସ ; ଅନ୍ୟ ପାଇଁ ଉଦାହରଣ ପାଲଟିଛନ୍ତି ଡାକ୍ତର ଜେନା

267

କୋରାପୁଟ ; ତା୧୮-୦୧-୧୯(ଓଡିଆପୁଅ /ରଂଜନ କୁମାର ଦାସ) କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ମ୍ୟାଲେରିଆ ପ୍ରବଣ ଭାବେ ଚର୍ଚ୍ଚାରେ ରହିଥିବା ବେଳେ ଦୁର୍ଗମ ଅଂଚଳରେ ଡାକ୍ତର ଚିତ ରଞନ ଜେନା ଓ କିଛି ସ୍ୱାସ୍ଥ୍ୟ କର୍ମିମାନଙ୍କ ସ୍ୱେଛାକୃତ ସ୍ୱାସ୍ଥ୍ୟ ସେବା ଯୋଗୁଁ ଦଶମନ୍ତପୁର ବ୍ଲକରେ ମ୍ୟାଲେରିଆ ଜ୍ୱର ହ୍ରାସ ପାଉଥିବା ଜଣାପଡିଛି ।
ଦଶମନ୍ତପୁର ବ୍ଲକର ଦୁର୍ଗମ ଅଂଚଳ ଲୋରେଶ ଗ୍ରାମକୁ ଯିବାପାଇଁ ରାସ୍ତା ନାହିଁ ଘଂଚ ପାହାଡିଆ ଓ ନଦୀ ଦେଇ ଉକ୍ତ ଗ୍ରାମକୁ ଯିବାକୁ ଚାଲି ଚାଲି ପଡିଥାଏ ।ଉକ୍ତ ଗ୍ରାମରେ ୩୫ ପରିବାର ବାସ କରନ୍ତି ଓ ସମସ୍ତେ କନ୍ଧ ସଂପ୍ରଦାୟର ବୋଲି ଜଣାପଡିଛି ।ଉକ୍ତ ଗ୍ରାମକୁ ଡାକ୍ତର ଜେନା , କିଛି ସାମ୍ବାଦିକ , ଗନ୍ଧ ମାର୍ଦ୍ଧନ ଟ୍ରଷ୍ଟର ସଂପାଦକ ତୁଷାର ମହାପାତ୍ର ,ଫର୍ମାସିଷ୍ଟ ସଂଜିତ ତ୍ରୀପାଠୀ ଓ ତ୍ରିଲୋଚନ ଜେନା , ସ୍ୱାସ୍ଥ୍ୟକର୍ମି ରାଜେଶ ରଂଜନ ଶତପଥି , ବାସୁଦେବ ଜାନି ଓ ରୁଷିପାତ୍ର ମାଡିଙ୍ଗୀ ପ୍ରମୁଖ ଉକ୍ତ ଗ୍ରାମରେ ଚାଲି ଚାଲି ପହଂଚିଥିଲେ ।ଗ୍ରାମରେ ସ୍କୁଲ ନ ଥିବା ବେଳେ ପାନୀୟ ଜଳ ପାଇଁ ଗୋଟିଏ ପାଇପ ପାନୀୟ ପଏଂଟ ରହିଥିବା ଦେଖିବାକୁ ମିଳିଥିଲା ।ବିଦ୍ୟୁତ ଦେଖିବା ସ୍ୱପ୍ନ ।ବଡ ଦୁଃଖ କଷ୍ଟରେ ଲୋକମାନେ ରହୁଥିବା ଦେଖିବାକୁ ମିଲିଥିଲା ।ସେଠାରେ ଡାକ୍ତର ଜେନା ଲୋକମାନଙ୍କୁ ହାତ ଧୋଇବାଠାରୁ ଆରମ୍ଭ କରି , ଗର୍ଭବତୀମହିଲାମାନଙ୍କୁ ସଚେତନ କରାଉଥିବା ନଜର କରାଯାଇଥିଲା ।ବାଲ୍ୟ ବିବାହ କଲେ କଣ କଣ ଅସୁବିଧା ହୁଏ ତାହା ସ୍ୱାସ୍ଥ୍ୟକର୍ମି ଶ୍ରୀ ଶତପଥି ପ୍ରାଂଚଳଭାବେ ମହିଲାମାନଙ୍କୁ ବୁଝାଇଥିଲା ।ସେ ନିଜ ଅର୍ଥରୁ ସାବୁନ ଦେଉଥିବା ଦେଖାଯାଇଥିଲା ।ମେଡିସିନ ମିଶା ମଶାରୀ ପ୍ରଦାନ କରାଯିବା ସହ ସେମାନେ ବ୍ୟବହାର କରୁଛନ୍ତି କି ନାହିଁ ତାହା ଦୁର୍ଗମ ଅଚଂଳରେ ରାତ୍ରୀରେ ପହଂଚି ତଦାରଖ କରାଯାଇଥାଏ ବୋଲି ଜଣାପଡିଛି ।ଗ୍ରାମରେ ସ୍କୁଲ ନ ଥିବାରୁ ପିଲାମାନେ ଶିକ୍ଷା ନିମନ୍ତେ ଆଶ୍ରମ ସ୍କୁଲରେ ପଢିବା ପାଇଁ ଯାଉଥିବା ଗ୍ରାମର ଧନୁର୍ଜୟ କମାର ସୂଚନା ଦେଇଥିଲେ ।ଏଏନଏମ ବାସନ୍ତୀ ସେଠୀ ଗ୍ରାମକୁ ଆସୁଥିବା ବେଲେ ଗ୍ରାମରେ ଅଗଂନବାଡି କର୍ମି ପ୍ରମଶୀଳା ସାଉନ୍ତା ଓ ଆଶାକର୍ମି ବୃନ୍ଦାବତୀ କମାର ରହୁଥିବା ଧନୁର୍ଜୟ ପ୍ରକାଶ କରିଥିଲେ ।ମେଡିକାଲ ତରଫରୁ ଏକ ଷ୍ଟ୍ରେଚର ଦିଆଯାଇଥିବା ସେ ସେ ସୂଚନା ଦେଇଥିଲେ ।ଗ୍ରାମରେ ଏକମାତ୍ର ଶିକ୍ଷିତା ଯୁବତୀ ସଂଜିତା ସାଉନ୍ତା ଯିଏ କି କୋରାପୁଟ ସରକାରୀ କଲେଜରେ ପାଠ ପଢୁଛନ୍ତି ସେ କହିବାନୁସାରେ ଗ୍ରାମର ରହିଥିବା ସମସ୍୍ୟା ସମାଧାନ ନିମନ୍ତେ ଜିଲ୍ଲା ପ୍ରଶାସନକୁ ଗୁହାରୀ କରିଥିଲୁ କିନ୍ତୁ ଏ ପର୍ଯ୍ୟନ୍ତ ସମାଧାନ ହେଉ ନ ଥିବାରୁ ଆମ୍ଭେମାନେ ବହୁତ କଷ୍ଟରେ ଜିବଯାପନ କରୁଛୁ ବୋଲି ପ୍ରକାଶ କରିଥିଲେ ।ଗ୍ରାମରେ ଡାକ୍ତର ଜେନା ସାର ଆସି ସ୍ୱାସ୍ଥ୍ୟ ସଂପର୍କରେ ବହୁତ ଶିକ୍ଷୟଣୀ ତଥ୍ୟ ଦେଇ ସଚେତନତା କରାଉଥିବାରୁ ଓ ଗ୍ରାମରେ ଲୋକେ ମଶାରୀ ବ୍ୟବହାର କରୁଥିବାରୁ ମ୍ୟାଲେରିଆ ଜ୍ୱର ଗ୍ରାମରେ ହେଉ ନ ଥିବା ସେ ସୂଚନା ଦେଇଥିଲେ ।
ଦଶମନ୍ତପୁରରେ କଲେରାରେ ଅନେକ ଜିବନ ଯାଇଥିବା ଶୁଣିବାକୁ ପାଇଥିଲି ଓ ଏହା ଏକ ମ୍ୟାଲେରିଆ ପ୍ରବଣ ବ୍ଲକ ଭାବେ ଜାଣିଥିଲି ଓ ଏଠାରେ ଜଏନ କଲାପରେ ୨୦୧୭ ମସିହା ଅଗଷ୍ଟମାସରୁ ଦଶମନ୍ତପୁରର ଲରେଶ , ଗଦଳିଗୁମା ,ଘାଟମୁନ୍ଦାର , ଆମ୍ବଗୁଡା ,ବାଘଲେମତି ,ବେନ୍ଦଳା ,ନାରେଙ୍ଗା ,ଜନେ୍ଦଇପଦର ,କୋରାଗୁଡା ,ହଳଦିଶୀଲ ପ୍ରମୁଖ ୧୨ ଟି ଦୁର୍ଗମ ଅଂଚଳରେ ପ୍ରାଥମକିଭାବେ ସଚେତନତା କରାଇ ନିଜେ ଆତ୍ମ ସନ୍ତୋଷ ପାଉଥିବା ଡାକ୍ତର ଚିତ ରଞନ ଜେନା ପ୍ରକାଶ କରିଥିଲେ ।ଲୋକେ ମଶାରୀ ବ୍ୟବହାର କରୁଥିବାରୁ ଏବେ ମ୍ୟାଲେରିଆ ରୋଗୀ ସଂଖ୍ୟା ଯଥେଷ୍ଟ ପରିମାଣରେ ହ୍ରାସ ପାଇଥିବା ସେ ସୂଚନା ଦେଇଥିଲେ ।ଅବସର ସମୟରେ ଏହି ଗ୍ରାମମାନଙ୍କୁ ପରିଦର୍ଶନ କରନ୍ତି ଓ ଦଶମନ୍ତପୁର ସ୍ୱାସ୍ଥ୍ୟ କେନ୍ଦ୍ରର ସହକର୍ମିମାନେ ସହଯୋଗ କରୁଥିବା ସେ ସୂଚନା ଦେଇଥିଲେ ।ମେଡିକାଲ ଅଫିସର ଡାକ୍ତର ଜିବନଜୈ୍ୟାତି ଜେନା ମତେ ସହ ଯୋଗ କରୁଥିବାରୁ ସେ ତାଙ୍କୁ ଧନ୍ୟବାଦ ଜଣେଇଥିଲେ । ଉକ୍ତ ଗ୍ରାମକୁ ରକ୍ତ ପୈାଷ ଗ୍ରାମ ଭାବେ ଗନ୍ଧ ମାର୍ଦ୍ଧନ ଟ୍ରଷ୍ଟର ସଂପାଦକ ତୁଷାର ମହାପାତ୍ର ସୂଚନା ଦେଇଥିଲେ ।ଡାକ୍ତର ଚିତ ରଂଜନ ଜେନା ଦୁର୍ଗମ ଅଂଚଳକୁ ଯାଇ ଯେପରି ଭାବେ ସ୍ୱେଛାକୃତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି ସେ ଧନ୍ୟବାଦର ପାତ୍ର ବୋଲି ଦଶମନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ଜିବନଜୈ୍ୟାତି ଜେନା ପ୍ରକାଶ କରିଥିଲେ ।ଡାକ୍ତର ଜେନା ଅନ୍ୟ ଅଂଚଳର ଡାକ୍ତରମାନଙ୍କ ପାଇଁ ନିଶ୍ଚିତ ବାବେ ଉଦାହରଣ ହୋଇ ରହିବେ ବୋଲି ଭାରପ୍ରାପ୍ତ ଅଧିକାରୀ ଡାକ୍ତର ଜେନା ପ୍ରକାସ କରିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.