Home ଅପରାଧ ଡି ବ୍ରଦର୍ସ ଲିଙ୍କ:ବିଜେଡି କର୍ପୋରେଟର ଗିରଫ,ଦଳରୁ ବହିଷ୍କୃତ

ଡି ବ୍ରଦର୍ସ ଲିଙ୍କ:ବିଜେଡି କର୍ପୋରେଟର ଗିରଫ,ଦଳରୁ ବହିଷ୍କୃତ

114

ଭୁବନେଶ୍ୱର;୦୭,୦୩,୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ): ଡି ବ୍ରଦର୍ସ ଲିଙ୍କ ଅଭିଯୋଗରେ ଗିରଫ ହୋଇଛନ୍ତି ବିଜେଡି କର୍ପୋରେଟର।ଧଳ ବ୍ରଦର୍ସ ସହ ଲିଙ୍କ ଥିବା ଅଭିଯୋଗରେ କମିଶନରେଟ ପୁଲିସ୍ କଟକ ୭ ନମ୍ବର ୱାର୍ଡ କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କୁ ଗିରଫ କରିଛି।ପ୍ରଥମେ ପଚରା ଉଚରା ପାଇଁ ପୁଲିସ୍ ତାଙ୍କୁ ଅଟକ ରଖିଥିବା ବେଳେ ଏବେ ଗିରଫ କରିଥିବା ସୂଚନା ମିଳୁଛି।ତେବେ ଏ ଭିତରେ ବିଜେଡି ପକ୍ଷରୁ ରଞ୍ଜିତାଙ୍କୁ ବହିଷ୍କାର କରା ଯାଇଥିବା ସୂଚନା ମିଳିଛି।ଅସାମାଜିକ ବ୍ୟକ୍ତିଙ୍କ ସହ ସଂପର୍କ ତଥା ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଦଳ ତାଙ୍କୁ ବହିଷ୍କୃତ କରିଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.