Home କୋରାପୁଟ ଚୁଡାନ୍ତ ଭୋଟ ତାଲିକା ପ୍ରକାଶିତ; ଜୟପୁର ଉପଖଣ୍ଡର ୨ ଟି ନିର୍ବାଚନ ମଣ୍ଡଳୀରେ ୩ ଲକ୍ଷ...

ଚୁଡାନ୍ତ ଭୋଟ ତାଲିକା ପ୍ରକାଶିତ; ଜୟପୁର ଉପଖଣ୍ଡର ୨ ଟି ନିର୍ବାଚନ ମଣ୍ଡଳୀରେ ୩ ଲକ୍ଷ ୯୫ ହଜାର ୨୯୧ ଭୋଟର

304

କୋରାପୁଟ ; ତା୨୧-୦୧-୧୯(ଓଡିଆ ପୁଅ /ରଂଜନ କୁମାର ଦାସ) କୋରାପୁଟ ଜିଲ୍ଲାରେ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି।ଜୟପୁର ଉପଖଣ୍ଡର ଜୟପୁର ଓ କୋଟପାଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୩ ଲକ୍ଷ ୯୫ ହଜାର ୨୯୧ ଜଣ ଭୋଟର ରହିଥିବା ଜଣାପଡିଛି।ଜୟପୁର ବିଧାନସଭା ନିର୍ବାଚନ ମଣ୍ଡଲୀରେ ୨ ଲକ୍ଷ ୯୩୦ ଜଣ ଭୋଟର ରହିଥିବା ବେଳେ ପୁରୁଷ ୯୮ ହଜାର ୨୫୭,  ମହିଳା ୧ ଲକ୍ଷ ୨ ହଜାର ୬୪୩ ଓ ଅନ୍ୟାନ୍ୟ ୩୦ ଜଣ ଭୋଟର ରହିଥିବା ଜଣାପଡିଛି।ସେହିପରି କୋଟପାଡ ବିଧାନସଭା ନିର୍ବାଚନମଣ୍ଡଳୀରେ ୧ ଲକ୍ଷ ୯୪ ହଜାର ୩୬୧ ଜଣ ଭୋଟର ରହିଥିବା ବେଳେ ପୁରୁଷ ୯୪ ହଜାର ୭୨୩,  ମହିଳା ୯୯ ହଜାର ୬୨୯ ଓ ଅନ୍ୟାନ୍ୟ ୯ ଜଣ ରହିଥିବା ଜଣାପଡିଛି।କୋରାପୁଟ ଜିଲ୍ଲାର,  କୋରାପୁଟ,  ଲକ୍ଷ୍ମିପୁର,  ପଟ୍ଟାଙ୍ଗୀ,  ଜୟପୁର ଓ କୋଟପାଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୯ ଲକ୍ଷ ୩୮ ହଜାର ୫୩ ଜଣ ଭୋଟର ରହିଥିବା ପ୍ରକାଶିତ ଚୁଡାନ୍ତ ତାଲିକାରୁ ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.