Home ଓଡ଼ିଶା ଚିକିତ୍ସିତ ଅବସ୍ଥାରେ ସ୍କୁଲ ଛାତ୍ରୀର କୋରାପୁଟ ମେଡିକାଲରେ ମୃତ୍ୟୁ

ଚିକିତ୍ସିତ ଅବସ୍ଥାରେ ସ୍କୁଲ ଛାତ୍ରୀର କୋରାପୁଟ ମେଡିକାଲରେ ମୃତ୍ୟୁ

92

କୋରାପୁଟ ; ତା୨୩-୦୯-୧୮(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓହସପିଟାଲରେ ଚିକିତ୍ସିତ ଅବସ୍ଥାରେ ଜଣେ ସ୍କୁଲଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।କୁନ୍ଦୁଲି ନିକଟ ମାରଲା ଗ୍ରାମର ଦାମ ଦିଶାରୀଙ୍କ ଝିଅ ଚନ୍ଦ୍ରମା ଦିଶାରୀ ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁରରେ ନିଜ ମାମୁଁ ଘରେ ରହି ସ୍କୁଲରେ ଷଷ୍ଠ ଶ୍ରେଣିରେ ପଢୁଥିଲା।ଗତ ସୋମବାର ଦିନ ତାକୁ ଜ୍ୱର ହେବା ସହ ପାଟି ରେ ଘା ହୋଇଯାଇଥିଲା ଖାଦ୍ୟ ଖାଇବାରେ ଅସୁବିଧା ହେଉଥିବାରୁ କୁନ୍ଦୁଲି ଡାକ୍ତରଖାନାକୁ ନେଇଥିଲୁ ବୋଲି ତାର ବାପା ଦାମ ଦିସାରୀ ସୂଚନା ଦେଇଥିଲେ।ସେଠାରୁ ସେହି ସୋମବାର ଦିନ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା।କୋରାପୁଟ ଡାକ୍ତରଖାନାରେ ସମସ୍ତ ପରିକ୍ଷା କରାଯାଇଥିଲା କିନ୍ତୁ ରୋଗ କଣ ବୋଲି ଜଣାପଡି ନ ଥିଲା ବୋଲି ଦାମ ସୂଚନା ଦେଇଥିଲେ।କୋରାପୁଟ ମେଡିକାଲରେ ରହିବା ଭିତରେ ସେ ଶେଯରୁ ଦିନେ ପଡିଯାଇ ଆଖିରେ ଆଗାତ ହୋଇଥିଲା ଓ ଗତ ରାତ୍ରୀରେ ମଧ୍ୟ ଶେଯରୁ ପଡିଯାଇ ତାର ହାତରୁ ରକ୍ତ ବାହାରି ଯାଇଥିଲା ବୋଲି ସେ ପ୍ରକାଶ କରିଥିଲେ।ଆଜି ସକାଳେ ଅକ୍ସିଜେନ ଲଗାଯାଇଥିଲା ଓ ଅପାରହ୍ନ ୨ ଘ .୧୦ ମିନିଟରେ ତାର ମୃତ୍ୟୁ ହୋଇଯାଇଥିବା ଡାକ୍ତର ଘୋଷଣା କରିଥିଲେ।ପରିବାର ଲୋକେ ମହାପ୍ରୟାଣ ଆମ୍ବୁଲାନ୍ସରେ ମୃତଦେହ ଗ୍ରାମକୁ ନେଇ ଯାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.