Home କୋରାପୁଟ ଚଳିତ ନିର୍ବାଚନରେ ଜିଲ୍ଲାରେ ସମୁଦାୟ ୨୧ ୭୯୨ ଜଣ ଦିବ୍ୟାଙ୍ଗ ଭୋଟର

ଚଳିତ ନିର୍ବାଚନରେ ଜିଲ୍ଲାରେ ସମୁଦାୟ ୨୧ ୭୯୨ ଜଣ ଦିବ୍ୟାଙ୍ଗ ଭୋଟର

184

କୋରାପୁଟ ୦୮-୦୪ (ଓଡିଆ ପୁଅ/ରଂଜନ କୁମାର ଦାସ) ଚଳିତ ସାଧାରଣ ନିର୍ବାଚନ ଆସନ୍ତା ୧୧ ତାରିଖରେ ହେବାକୁ ଥିବା ବେଳେ ଜିଲ୍ଲା ପ୍ରଶାସନ ତରଫରୁ ଦିବ୍ୟାଙ୍ଗଙ୍କ ନିମନ୍ତେ ବୁଥରେ ସମସ୍ତ ବ୍ୟବସ୍ଥା କରାଯାଇଥିବା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସିମାଞ୍ଚଳ ମହାପାତ୍ର ସୂଚନା ଦେଇଛନ୍ତି। ୨୧ ୭୮୨ ଜଣ ଭୋଟ ଦେବେ ବୋଲି ସେ ପ୍ରକାଶ କରିଥିଲେ। ପ୍ରତ୍ୟେକ ବୁଥରେ ର୍ୟାମ୍ପ ନିର୍ମାଣ କରାଯାଇଥିବା ବେଳେ ଚେୟାରର ବ୍ୟବସ୍ଥା ମଧ୍ୟ କରାଯାଇଥିବା ସେ ପ୍ରକାଶ କରିଥିଲେ। ଲକ୍ଷ୍ମିପୁର ନିର୍ବାଚନ ମଣ୍ଡଳୀରେ ୩୩୦୧, କୋଟପାଡ ନିର୍ବାଚନମଣ୍ଡଳୀରେ ୫୪୪୬, ଜୟପୁର ନିର୍ବାଚନ ମଣ୍ଡଲୀରେ ୩୮୫୧, କୋରାପସ୍ୱଙ୍କ ନିର୍ବାଚନ ମଣ୍ଡଳୀରେ ୩୯୮୫ ଓ ପଟ୍ଟାଙ୍ଗୀ ନିର୍ବାଚନ ମଣ୍ଡଳୀରେ ୫୨୦୯ ଜଣ ଭୋଟର ମତଦାନ କରିବେ ବୋଲି ସେ କହିବା ସହ ଯିବା ଆସିବା କରିବା ନିମନ୍ତେ ଗାଡିର ବ୍ୟବସ୍ଥା କରାଯାଇଥିବା ସେ ସୂଚନା ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.