Home କୋରାପୁଟ ଚଳିତ ଆର୍ଥିକ ବର୍ଷରେ କୋରାପୁଟ ତହସିଲର ୧୧ କୋଟି ୯୨ ଲକ୍ଷ ଟଙ୍କା ରାଜସ୍ୱ ଆଦାୟ

ଚଳିତ ଆର୍ଥିକ ବର୍ଷରେ କୋରାପୁଟ ତହସିଲର ୧୧ କୋଟି ୯୨ ଲକ୍ଷ ଟଙ୍କା ରାଜସ୍ୱ ଆଦାୟ

372

କୋରାପୁଟ ୧୮-୦୪ (ଓଡିଆ ପୁଅ/ରଂଜନ କୁମାର ଦାସ)ଚଳିତ ୨୦୧୮ /୧୯ ଆର୍ଥିକ ବର୍ଷରେ କୋରାପୁଟ ତହସିଲ ୧୧ କୋଟି ୯୨ ଲକ୍ଷ ୩୫ ହଜାର ୧୭୩ ଟଙ୍କା ରାଜସ୍ୱ ଆଦାୟ କରିଥିବା ତହସିଲଦାର ନେହେରୁ ମାଝି ପ୍ରକାଶ କରିଛନ୍ତି।ଖଜଣା ଓ ସେସ ବାବଦରେ ୩ ଲକ୍ଷ ୧୬ ହଜାର୯୫୦ ଟଙ୍କା ଲକ୍ଷ୍ୟଧାର୍ଯ୍ୟ ଥିବା ବେଳେ କୋରାପୁଟ ତହସିଲ ୩ ଲକ୍ଷ ୮୮ ହଜାର ୧୧୯ ଟଙ୍କା ଆଦାୟ କରିଥିବା ସେ ସୂଚନା ଦେଇଥିଲେ।ଯାହାକି ୧୨୨% ଅଟେ ବୋଲି ଜଣାପଡିଛି।ରୟାରଗ୍ଧ ରୟାଲିଟି, ସଇାରତ ଓ ଅନ୍ୟାନ୍ୟ ରାଜସ୍ୱ ନିମନ୍ତେ୩ କୋଟି ୭୪ ଲକ୍ଷ ୭୨ ହଜାର୩୭୨ ଟଙ୍କା ଲକ୍ଷ୍ୟଧାର୍ଯ୍ୟ ଥିବା ବେଳେ ୧୧ କୋଟି ୮୮ ଲକ୍ଷ ୪୬ ହଜାର ୩୮୨ ଟଙ୍କା ଆଦାୟ କରିଥିବା ସେ ପ୍ରକାଶ କରିଥିଲେ।ଯାହା କି ୩୧୭% ଅଟେ ବୋଲି ଜଣାପଡିଛି।କୋରାପୁଟ ତହସିଲର ସମସ୍ତ ରାଜସ୍ୱ ନିରୀକ୍ଷକ, ସହକାରୀ ରାଜସ୍ୱ ନିରୀକ୍ଷକ, ସୁପରଭାଇଜର ଓ ଅନ୍ୟାନ୍ୟ କର୍ମଚାରୀଙ୍କ ଉଦ୍ୟମରେ କୋରାପୁଟ ତହସିଲ ଲକ୍ଷ୍ୟଧାର୍ଯ୍ୟଠାରୁ ରେକର୍ଡ ପରିମାଣର ରାଜସ୍ୱ ଆଦାୟ କରିଥିବାରୁ କୋରାପୁଟ ତହସିଲଦାର ସମସ୍ତଙ୍କୁ ଧନ୍ୟବାଦ ଜଣେଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.