Home ଓଡ଼ିଶା ଗୋଦରୀ ଲୋ’ ନିଜ ଗୋଡ଼କୁ ଅନା…

ଗୋଦରୀ ଲୋ’ ନିଜ ଗୋଡ଼କୁ ଅନା…

352

ନିଜେ ଭୁଲ,ନବୀନଙ୍କୁ ଅଙ୍ଗୁଳି ଦେଖାଉଛନ୍ତି ଲେଖା!
ଭୁବନେଶ୍ୱର(ଦେବଦତ୍ତ ରଥ):ଓଡ଼ିଆରେ ଗୋଟେ ଢେଗ ଅଛି।”ଗୋଦରୀ ଲୋ’ ନିଜ ଗୋଡ଼କୁ ଅନା”।ନିଜର ପଛକେ ହଜାର ଭୁଲ ଥିବ କିନ୍ତୁ ପରକୁ ଆଙ୍ଗୁଳି ଦେଖାଉଥିବ।ଏପରି ଏକ ଘଟଣା ଦେଖିବାକୁ ମିଳିଛି ବିଜେପି ରାଜ୍ୟ ସମ୍ପାଦିକା ତଥା ବିଜେପି ସୋସିଆଲ ମିଡିଆ ଦାୟିତ୍ୱରେ ଥିବା ଡଃ:ଲେଖାଶ୍ରୀ ସାମନ୍ତସିଂହାରଙ୍କ କ୍ଷେତ୍ରରେ।
ଲେଖାଶ୍ରୀ ସୋସିଆଲ ମିଡିଆରେ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରି ଏକ ପୋଷ୍ଟ କରିଛନ୍ତି।ନବୀନ ଓଡ଼ିଆ ଜାଣି ନଥିବାକୁ ନେଇ ସେ ସମାଲୋଚନା କରିଛନ୍ତି।ନବୀନ ପଟ୍ଟନାୟକଙ୍କ ଟ୍ୱିଟର ଆକାଉଣ୍ଟର ଏକ ପୋଷ୍ଟରେ ଏକ ଓଡ଼ିଆ ଶବ୍ଦର ବନାନଗତ ତୃଟିକୁ ନେଇ ସେ ଏପରି ସମାଲୋଚନା କରିଛନ୍ତି।
ଲେଖାଶ୍ରୀ ଲେଖିଛନ୍ତି “ଆମେ ଜାଣିଛୁ ମାନ୍ୟବର ଓଡ଼ିଆ ଲେଖି, ପଢ଼ି ବା କହି ଶିଖିନାହାନ୍ତି…ହେଲେ ତାଙ୍କ social media ଚଳାଉଥିବା ଭକ୍ତଗଣ ଯେଉଁମାନେ ସବୁ ବିରୋଧିଙ୍କର ଛୋଟ ମୋଟ ଭୁଲ ଭଟକା ଉପରେ ଝାମ୍ପିବାର ଗୁରୁ ଦାୟିତ୍ୱ ନେଇଛନ୍ତି ସେମାନେ ଛାମୁଙ୍କ ଏହି ତ୍ରୁଟି ବିଷୟରେ କଣ ଭାବୁଛନ୍ତି?ଭାଷା ଆଇନ ଅନୁଯାୟୀ ଏହି ବ୍ୟତିକ୍ରମ ଦଣ୍ଡନୀୟ କି ନୁହେଁ ଜଣେଇବେ କି?”
ନବୀନ ପଟ୍ଟନାୟକଙ୍କ ଟ୍ୱିଟର ଆକାଉଣ୍ଟରେ ଲେଖା ଯାଇଥିଲା “ପବିତ୍ର ରଥଯାତ୍ରାରେ ତିନି ଠାକୁରଙ୍କୁ ମୋର ଭକ୍ତିପୁତ୍ତ ପ୍ରଣାମ।ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପାର କୃପାରୁ ରାଜ୍ୟର ପ୍ରଗତି ଓ ସମସ୍ତଙ୍କ ସୁଖ, ସମୃଦ୍ଧି କାମନା କରୁଛି।ଜୟ ଜଗନ୍ନାଥ।”ତେବେ ନବୀନଙ୍କ ଟ୍ୱିଟରରେ ଏକ ସାମାନ୍ୟ ତୃଟି ରହିଯାଇଥିଲା।ଭକ୍ତିପୂତକୁ ଭକ୍ତିପୁତ୍ତ ଲେଖା ଯାଇଥିଲା।
ତେବେ ଓଡ଼ିଆରେ ଲେଖିବା ବେଳେ ଏପରି ଅନେକଙ୍କର ତୃଟି ରହୁଥିବାର ଦେଖାଯାଉଛି।ଅପେକ୍ଷାକୃତ ଭାବରେ ଏବେ ଓଡ଼ିଆରେ ଲେଖିବା ସୁବିଧା ହେଇ ଯାଇଥିବା ବେଳେ ଏବେବି କେତକ ମୋବାଇଲ/ସିଷ୍ଟମ ତଥା ଓଡ଼ିଆ ଟାଇପ ସଫ୍ଟୱେରରେ କିଛି କିଛି ତୃଟି ରହିଛି।ଅବଶ୍ୟ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କର ଟ୍ୱିଟର ବା ଫେସବୁକ ଆକାଉଣ୍ଟରେ ଶୁଦ୍ଧ ଓଡ଼ିଆ ଲେଖାଯିବା ଉଚିତ୍।ଏହା ତ ନିଶ୍ଚିତ ନବୀନ ନିଜେ ନୁହଁ,ତାଙ୍କ ପାଇଁ କେହି ଜଣେ ଟ୍ୱିଟ କରୁଛନ୍ତି।ମୁଖ୍ୟମନ୍ତ୍ରୀଙ୍କ ପାଖରେ ନିଶ୍ଚିତ ସର୍ବୋକୃଷ୍ଟ ସିଷ୍ଟମ/ସଫ୍ଟୱେର ଏବଂ ଭଲ ଜାଣିଥିବା ବ୍ୟକ୍ତି ଜଣେ ଦାୟିତ୍ୱରେ ଥିବ।ତେଣୁ ଏଥିପାଇଁ ମଧ୍ୟ ନବୀନ ପଟ୍ଟନାୟକ ଏବଂ ଦାୟିତ୍ୱରେ ଥିବା ବ୍ୟକ୍ତି ଗୁରୁତ୍ୱ ଦେବା ଉଚିତ୍।
କିନ୍ତୁ ଏହାକୁ ନେଇ ଲେଖାଶ୍ରୀଙ୍କର ଏପରି ସମାଲୋଚନା ତାଙ୍କ ନିଜ କ୍ଷେତ୍ରରେ କେତେଦୂର ଠିକ୍?ନବୀନ ପଟ୍ଟନାୟକଙ୍କ ଏହି ଟ୍ୱିଟଟିକୁ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡଃ: ସମ୍ବିତ ପାତ୍ର ରିଟ୍ୱିଟ କରିବା ପରେ ଲେଖାଶ୍ରୀ ସମାଲୋଚନା କରି ଲେଖି ଟ୍ୱିଟଟିକୁ ପୋଷ୍ଟ କରିଛନ୍ତି।ତେବେ ସୋସିଆଲ ମିଡିଆ ଦାୟିତ୍ୱରେ ଥିବା ନିଜେ ଲେଖାଶ୍ରୀ କ’ଣ ସବୁ ଠିକ୍ ଲେଖୁଛନ୍ତି?ତାଙ୍କର କ’ଣ ନିଜର କେବେ ଏପରି ବନାନଗତ ତୃଟି ରହୁନି?”କିଏ ସେ ଜବରଦଖାଳକାରୀ କାହା ପାଇଁ ଏତେ ଅନୁକମ୍ପା?” ବୋଲି ଲେଖାଶ୍ରୀଙ୍କର ଏକ ଧାଡ଼ିକିଆ ପୋଷ୍ଟରେ ଗୋଟିଏ ଶବ୍ଦରେ ସେ ଦୁଇ ଦୁଇଟା ଭୁଲ କରିଛନ୍ତି।ଜବର ଦଖଲକାରୀକୁ ସେ ଜବରଦଖାଳକାରୀ ଲେଖିଛନ୍ତି।ଏବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍କିଲ ଇଣ୍ଡିଆ ବିଭାଗ ପକ୍ଷରୁ ଏକ କାର୍ଯ୍ୟକ୍ରମକୁ ନେଇ ହୋଇଥିବା ଟ୍ୱିଟରେ ଓଡ଼ିଆ ଲେଖା ଗୁଡ଼ିକ ଅତ୍ୟନ୍ତ ବିକୃତ ହେଇଯାଇଥିବା ନେଇ ବିରୋଧୀ ସମାଲୋଚନା କରିଥିଲେ।ତେଣୁ ଅନ୍ୟକୁ ସମାଲୋଚନା କରିବା ପୂର୍ବରୁ ନିଜର ତୃଟିକୁ ଲେଖାଶ୍ରୀ ପ୍ରଥମେ ଦେଖିବା ଉଚିତ୍।ଓଡ଼ିଆରେ ଗୋଟେ ଢେଗ ନାହଁ,,ଗୋଦରୀ ଲୋ’ ନିଜ ଗୋଡ଼କୁ ଅନା…

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.