Home ଜିଲ୍ଲା ପରିକ୍ରମା ଗଞ୍ଜେଇ କାରବାରରେ ସଂପୃକ୍ତ ଅଭିଯୁକ୍ତକୁ ଗିରଫ କଲା ପୁଲିସ

ଗଞ୍ଜେଇ କାରବାରରେ ସଂପୃକ୍ତ ଅଭିଯୁକ୍ତକୁ ଗିରଫ କଲା ପୁଲିସ

95

କୋଲାବିରା, ୧୨।୧୨ (ନିଶିତ କୁମାର ବହିଦାର) କୋଲାବିରା ବ୍ଲକ ଅନ୍ତର୍ଗତ ପୋଖରାସାହ୍ଲେ ଗ୍ରାମର ସିତାରାମ ସାହୁ(୩୫)କୁ ଗଞ୍ଜେଇ କାରବାର ଲିପ୍ତ ଥିବା ଅଭିଯୋଗରେ ପୁଲିସ ରବିବାର ରାତିରେ ଘରୁ ଗିରଫ କରିଛି। ବୈାଦ୍ଧ ଜିଲ୍ଲା କଁଟାମାଲ ଥାନାରୁ ପୁଲିସ କର୍ମଚାରୀ ଆସି କୋଲାବିରା ଥାନାର ସହାୟତାରେ ଅଭିଯୁକ୍ତ ସିତାରାମକୁ ଧରିବାରେ ସକ୍ଷମ ହୋଇଥିଲେ। ଅଭିଯୁକ୍ତ ସିତାରାମଙ୍କ ନାମରେ ଗଞ୍ଜେଇ କାରବାରର ମୁଖ୍ୟ କାପରଦାର ବୋଲି ବୌଦ୍ଧ ପୁଲିସ କହୁଥିବା ବେଳେ। ଉକ୍ତ ଅଂଚଳରେ କାରବାର କରି ସୁରକ୍ଷିତ ଭାବରେ ସେଠରୁ ଖସି ଆସି ଘରେ ଲୁଚିରହୁଥିଲା। ଏପରି ଭାବରେ ତାର କାୟା ବିସ୍ଥାର କରିଥରବା ବେଳେ ପୁଲିସ ସିତାରାମ କୁ ଖୋଜିବାରେ ନାକେଦମ ହୋଇପଡିଥିଲେ। ତେବେ କୌଣସି ବିସ୍ୱସ୍ଥ ସୂତ୍ରରୁ ଖବର ପାଇ କୋଲାବିରା ପୁଲିସର ସହାୟତା ନେଇ ସିତାରାମକୁ ଘରେ ଥିବା ଅବସ୍ଥାରେ ଗିରଫ କରି କଂଟାମାଲ ଥାନାକୁ ନେଇଯାଇଛି। କଂଟାମାଲ ଥାନାରେ ସିତାରମ ସାହୁଙ୍କ ବିରୁଦ୍ଧରେ ଅପରାଧିକ ମାମଲା ଥାନା କେସ ସଂଖ୍ୟା ୧୮୩/୧୮ରେ ମମାଲା ଋଜ୍ଜୁ ହୋଇଥିବା ପୁଲିସ ସୁତ୍ରରୁ ପ୍ରକାଶ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.