Home କୋରାପୁଟ ଗଂଜେଇ ଜବତ,ମହିଳାଙ୍କ ସହ ୩ଗିରଫ

ଗଂଜେଇ ଜବତ,ମହିଳାଙ୍କ ସହ ୩ଗିରଫ

91

କୋରାପୁଟ;ତା୦୧-୧୨-୧୮(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ରେଳ ଷ୍ଟେସନ ଠାରୁ ଟାଉନ ଥାନା ପୁଲିସ ଗଂଜେଇ ଜବତ କରିଥିବାବେଳେ ଚୋରା ଗଂଜେଇ ଚାଲାଣ ଅଭିଯୋଗରେ ଜଣେ ମହିଳାଙ୍କ ସମେତ ତିନିଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ବିହାରର ସନ୍ତୁ କୁମାର ଓ ଉତର ପ୍ରଦେଶର ରାଜେଶ କୁମାର ଏବଂ ମୋନିକା ତ୍ରିବେଦୀ । ଗିରଫ ତିନି ଅଭିଯୁକ୍ତ ହୀରାଖଣ୍ଡ ଟ୍ରେନରେ ଗଂଜେଇ ଯିବାକୁ ଅପେକ୍ଷା କରିଥିବାବେଲେ କୌଣସି ସୂତ୍ରରୁ ପୁଲିସ ଖବର ପାଇ ଷ୍ଟେସନରେ ପହଂଚିଥିଲା । ସେମାନେ ଟ୍ରେନରେ ଚଢିବା ସମୟରେ ପୁଲିସ ଉକ୍ତ ତିନିଜଣକୁ ଅଟକାଇ ଯାଂଚ କରିବାବେଳେ ତାଙ୍କ ବ୍ୟାଗରୁ ୨୧କିଲୋ୫୦୦ ଗ୍ରାମ ଗଂଜେଇ ମିଳିଥିଲା । ପୁଲିସ ତିନିଜଣକୁ ଗିରଫ କରିଥିବାବେଳେ ଅଧିକ ଛାନଭୀନ କରୁଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.