Home କୋରାପୁଟ କୋରାପୁଟ ବ୍ଲକର ମସ୍ତିପୁଟ ପଂଚାୟତରେ ପିଠାର ଶୁଭାରମ୍ଭ କଲେ ଜିଲ୍ଲାପାଳ

କୋରାପୁଟ ବ୍ଲକର ମସ୍ତିପୁଟ ପଂଚାୟତରେ ପିଠାର ଶୁଭାରମ୍ଭ କଲେ ଜିଲ୍ଲାପାଳ

89

କୋରାପୁଟ ; ତା୧୫-୧୨-୧୮(ଓଡିଆପୁଅ /ରଂଜନ କୁମାର ଦାସ)ଲୋକମାନଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ସଚେତନ କରାଇବା ସହ ସେମାନଙ୍କ ହକ ସିଧାସଳଖ ସେମାନଙ୍କ ନିକଟରେ ପହଂଚାଇବା ନିମନ୍ତେ ଏକ ନୂତନ କାର୍ଯ୍ୟକ୍ରମ ପିଠା ଆରମ୍ଭ ହୋଇଯାଇଛି ।କୋରାପୁଟ ଜିଲ୍ଲାର ମସ୍ତିପୁଟ ପଂଚାୟତଠାରେ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତୀ ଯୋଗଦେଇ ଜିଲ୍ଲାସ୍ତରରେ ଶୁଭାରମ୍ଭ କରିଥିଲେ ।ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତୀ ହିତାଧିକାରୀମାନଙ୍କୁ ଭତା ପ୍ରଦାନ କରିଥିଲେ ।ଏହି ଅବସରରେ କୋରାପୁଟ ବ୍ଲକ ଅଧ୍ୟକ୍ଷା ନମିତା ମାଝି , ଜିଲ୍ଲାପରିଷଦ ସଭ୍ୟା ପାର୍ବତୀ ମସ୍ତି , ସରପଂଚ ଦୁର୍ଯ୍ୟ ମୁଦୁଲି , ସମିତି ସଭ୍ୟ ବାବୁଲା ବେନିଆ ପ୍ରମୁଖ ଉପସ୍ଥିତ ଥିଲେ ।କୋରାପୁଟ ଜିଲ୍ଲାର ସମସ୍ତ ପଂଚାୟତରେ ପିଠା କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ହିତାଧିକାରୀମାନଙ୍କୁ ସଚେତନତା କରାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.