Home କୋରାପୁଟ କୋରାପୁଟ ଜିଲ୍ଲାପରିଷଦର ସ୍ୱତନ୍ତ୍ର ବୈଠକ ; ପ୍ରାଧାନମନ୍ତ୍ରୀ ଗ୍ରାମୀଣ ସଡକ ଯୋଜନା-୨ ପ୍ରସ୍ତାବ ଉପରେ ଆଲୋଚନା

କୋରାପୁଟ ଜିଲ୍ଲାପରିଷଦର ସ୍ୱତନ୍ତ୍ର ବୈଠକ ; ପ୍ରାଧାନମନ୍ତ୍ରୀ ଗ୍ରାମୀଣ ସଡକ ଯୋଜନା-୨ ପ୍ରସ୍ତାବ ଉପରେ ଆଲୋଚନା

132

କୋରାପୁଟ ; ତା୨୩-୧୦-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)ସ୍ଥାନୀୟ ସଦଭାବନା ସଭାଗୃହଠାରେ ଜିଲ୍ଲାପରିଷଦର ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପରିଷଦ ସଭାପତି ପ୍ରଭୁ ଜାନିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡକ ଯୋଜନା-୨ ପ୍ରସ୍ତାବ ଉପରେ ବିସ୍ତ୍ରୁତଭାବେ ଆଲୋଚନା କରାଯାଇଥିଲା।ଜିଲ୍ଲାର ୧୪ ଗୋଟି ପଂଚାୟତ ସମିତିରୁ ଆସିଥିବା ପ୍ରସ୍ତାବଗୁଡିକ ସୁନାବେଡା, ଜୟପୁର ଓ କୋରାପୁଟ ଡିଭିଜନର ନିର୍ବାହୀଯନ୍ତ୍ରୀମାନେ ଉପସ୍ଥାପନା କରିଥିଲେ।ଜିଲ୍ଲା ଗ୍ରାମୀଣ ରାସ୍ତା ଯୋଜନାରେ ବନ୍ଧୁଗାଁ ବ୍ଲକରେ ସମୁଦାୟ ୫୨ ଟି ପ୍ରକଳ୍ପର ୪୩୭.୩୪ କିମି ରାସ୍ତା, ଲମତାପୁଟ ବ୍ଲକରେ ସମୁଦାୟ ୧୩୩ ଟି ପ୍ରକଳ୍ପରେ ୭୦୨.୮୭ କିମି, ଲକ୍ଷ୍ମିପୁର ବ୍ଲକରେ ସମୁଦାୟ ୮୨ ଟି ପ୍ରକଳ୍ପର ୭୭୫.୮୦ କିମି, ନାରାୟଣପାଟଣା ବ୍ଲକରେ ସମୁଦାୟ ୫୭ ଟି ପ୍ରକଳ୍ପର ୬୦୭.୩୦ କିମି, ନନ୍ଦପୁର ବ୍ଲକର ସମୁଦାୟ ୧୫୫ ଟି ପ୍ରକଳ୍ପର ୯୧୫.୭୨କିମି, ପଟ୍ଟାଙ୍ଗୀ ବ୍ଲକର ସମୁଦାୟ ୧୩୪ ଟି ପ୍ରକଳ୍ପର ୫୯୪.୩୮କିମି, ସେମିଲିଗୁଡା ବ୍ଲକର ସମୁଦାୟ ୧୨୭ ଟି ପ୍ରକଳ୍ପର ୪୬୭.୦୮କିମି, କୁନ୍ଦ୍ରା ବ୍ଲକର ସମୁଦାୟ ୭୯ ପ୍ରକଳ୍ପର ୩୩୭.୭୬୩କିମି, ବୋରଗୁିମ୍ମ୍ା ବ୍ଲକର ସମୁଦାୟ ୧୨୭ ଟି ପ୍ରକଳ୍ପର ୭୩୯.୦୮୯ କିମି, କୋଟପାଡ ବ୍ଲକର ସମୁଦାୟ ୧୧୨ ଟି ପ୍ରକଳ୍ପର ୧୩୩୦.୮୨୨ କିମି, ଜୟପୁର ବ୍ଲକର ସମୁଦାୟ ୧୨୩ ଟି ପ୍ରକଳ୍ପର ୪୭୬.୨୩୩କିମି, କୁନ୍ଦ୍ରା ବ୍ଲକର ସମୁଦାୟ ୭୯ ଟି ପ୍ରକଳ୍ପର ୩୩୭.୭୬୩ କିମି, ଦଶମନ୍ତପୁର ବ୍ଲକର ସମୁଦାୟ ୧୮୫ ଟି ପ୍ରକଳ୍ପର ୮୯୨ କିମି, କୋରାପୁଟ ବ୍ଲକର ସମୁଦାୟ ୧୪୧ ଟି ପ୍ରକଳ୍ପର ୫୪୧ କିମି ରାସ୍ତା ନିର୍ମାଣ ନିମନ୍ତେ ପ୍ରସ୍ତାବ ଆସିଥିଲା ଓ ଆଲୋଚନା କରାଯିବା ପରେ ପ୍ରସ୍ତାବଗୁଡିକ ଗୃହୀତ କରାଯାଇଥିବା ଜଣାପଡିଛି।ଏହି ବୈଠକରେ କୋରାପୁଟ ସାଂସଦ ଝିନ୍ନ ହିକକା, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି, କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି, ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି, କୋଟପାଡ ବିଧାୟକ ଚନ୍ଦ୍ରଶେଖର ମାଝି, ପଟ୍ଟାଙ୍ଗୀ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ, ଲକ୍ଷ୍ମିପୁର ବିଧାୟକ କୈଳାସ କୁଲେସିକା, ଜିଲ୍ଲାପରିଷଦ ଉପସଭାପତି ତୁଲସି କିରସାନି, କୋରାପୁଟ ବିଧାୟକଙ୍କ ପ୍ରତିନିଧି ବାବୁଲା ବେନିଆ ପ୍ରମୁଖଙ୍କ ସହ ଜିଲ୍ଲାପରିଷଦର ସଭ୍ୟ/ସଭ୍ୟା ୧୪ ଟି ବ୍ଲକର ଅଧ୍ୟକ୍ଷ /ଅଧ୍ୟକ୍ଷାମାନେ ଉପସ୍ଥିତ ଥିଲେ।କୋରାପୁଟ ଗ୍ରାମୀଣ ଡି ନିର୍ବାହୀ ଯନ୍ତ୍ରୀ ଇଂ କିଶୋର ଚନ୍ଦ୍ର ନାୟକ, ସୁନାବେଡା ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ ଅରୁଣ କୁମାର ପଟନାୟକ, ଜୟପୁର ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ ପ୍ରଦୀପ ତ୍ରୀପାଠୀ, ଇଂ ଆର.ଭି.ଆର.ପଟନାୟକ, ଇଂ ସୁଜାତା ଦିଶାରୀ, ଇଂ ଗଣେଶ ଚନ୍ଦ୍ର ହେମ୍ରମ, ଇଂ ପି.ବଳରାମ ସ୍ୱାମୀ, ଇଂ ପ୍ରଦୀପ କୁମାର ମହାନ୍ତି, ଇଂ ମନୋରଂଜନ ପରିଡା, ଇଂ ରିଙ୍ଗୁ ନାହାକ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦେବେନ କୁମାର ପ୍ରଧାନ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.