Home ଓଡ଼ିଶା କୋରାପୁଟଠାରେ ୯ମ ଜାତୀୟ ମତଦାତା ଦିବସ ପାଳିତ ; ନିଜର ଭବିଷ୍ୟତ ଓ ଦେଶର ବିକାଶ...

କୋରାପୁଟଠାରେ ୯ମ ଜାତୀୟ ମତଦାତା ଦିବସ ପାଳିତ ; ନିଜର ଭବିଷ୍ୟତ ଓ ଦେଶର ବିକାଶ ନିମନ୍ତେ ଯୁବକମାନେ ଭୋଟଦାନରେ ଅଂଶଗ୍ରହଣ କରନ୍ତୁ-ଜିଲ୍ଲାପାଳ

295

କୋରାପୁଟ ; ତା୨୫-୦୧-୧୯(ଓଡିଆ ପୁଅ /ରଂଜନ କୁମାର ଦାସ)ସ୍ଥାନୀୟ ସାଂସ୍କୃତିକ ଭବନଠାରେ ୯ମ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି।କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଟାନିକ ଭାବେ ଉଦଘାଟନ କରିଥିଲେ।ନିଜର ଭବିଷ୍ୟତ ଓ ଦେଶର ବିକାଶ ନିମନ୍ତେ ଯୁବକମାନେ ଭୋଟଦାନରେ ନିଶ୍ଚିତଭାବରେ ଅଂଶ୍ରଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ।ସ୍କୁଲ ଛାତ୍ରଛାତ୍ରୀମାନେ ନିଜ ପରିବାରଙ୍କୁ ଭୋଟଦାନ କରିବାକୁ ଉପସ୍ଥିତ ଶିକ୍ଷକ /ଶିକ୍ଷୟତ୍ରୀମାନେ ସଚେତନ କରାଇବାକୁ ସେ ନିର୍ଦ୍ଦେଶ ଦେଇଥିଲେ।କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇ କୋରାପୁଟ ଜିଲ୍ଲାରେ ନୂତନଭାବେ ୪୪ ହଜାର ୧୦୯ ଜଣ ଭୋଟର ରହିଥିବା ପ୍ରକାଶ କରିଥିଲେ।ଭୋଟରମାନେ ସଚେତନ ହୋଇ ଅଧିକା ସଂଖ୍ୟାରେ ଭୋଟଦାନ କରିବାକୁ ସେ ନିବେଦନ କରିଥିଲେ ଓ ଜାତୀୟ ମତଦାତା ଦିବସ ସଂପର୍କରେ ଆଲୋକପାତ କରିଥିଲେ।କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର ଅନ୍ୟତମ ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇ ଗତ ୭ ତାରିଖରୁ ଆରମ୍ଭ ହୋଇଥିବା ଇଭିଏମ-ଭିଭିପାଟ ସଂପର୍କରେ କୋରାପୁଟ ଉପଖଣ୍ଡର ବିଭିନ୍ନ ରାଜସ୍ୱ ଗ୍ରାମରେ ଚାଲିଥିବା ସଚେତନତା କାର୍ଯ୍ୟକ୍ରମ ମକ ପୋଲିଂ ଉପରେ ଆଲୋକପାତ କରିଥିଲେ।ଡେପୁଟି କଲେକ୍ଟର(ନିର୍ବାଚନ) ସବ୍ୟସାଚୀ ବେହେରା ପ୍ରାରମ୍ଭିକ ଭାଷଣ ଦେଇଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ ଓ ସହକାରୀ ଜିଲ୍ଲାପାଳ ପ୍ରଭାତୀ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ନୂତନ ଭୋଟରମାନଙ୍କୁ ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅତିଥିମାନେ ପରିଚୟପତ୍ର ପ୍ରଦାନ କରିଥିଲେ।ଉନ୍ନତ କାର୍ଯ୍ୟନିମନ୍ତେ ବିଏଲଓମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ନନ୍ଦପୁର କଲେଜ ଅଧ୍ୟାପକ ରବି ଶତପଥି ଓ କିଶୋର ଚନ୍ଦ୍ର ବେହେରା ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ।ଏଥିପୂର୍ବରୁ କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଏକ ସଚେତନତା ଶୋଭାଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ରାୟଗୁରୁ, କୋରାପୁଟ ଟାଉନଥାନା ଭାରପ୍ରାପ୍ତ ନିରୀକ୍ଷକ କ୍ଷିରେଶ୍ୱର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.