Home କୋରାପୁଟ କୋଡିଙ୍ଗା ଖଣି ଖନନକୁ କୁନେ୍ଦଶ ଗ୍ରାମବାସୀଙ୍କ ବିରୋଧ

କୋଡିଙ୍ଗା ଖଣି ଖନନକୁ କୁନେ୍ଦଶ ଗ୍ରାମବାସୀଙ୍କ ବିରୋଧ

476

କୋରାପୁଟ ;ତା୦୪-୦୨-୧୯(ଓଡିଆପୁଅ/ରଂଜନ କୁମାର ଦାସ)କୋଡିଙ୍ଗା ଖଣିରେ ବକ୍ସସାଇଟ ଖନନକୁ କୁନେ୍ଦଶ ଗ୍ରମାବାସୀମାନେ ବିରୋଧ କରି କୋରାପୁଟ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଇଥିଲେ ।ବିନା ପଲ୍ଲିସଭାରେ ୮ ମାସ ହେଲା ଖଣି ଖନନ କରାଯାଉଥିବାରୁ ଗ୍ରାମର ପରିବେଶ ଦୂଷିତ ହୋଇଯାଉଥିବା ସେମାନେ ଅଭିଯୋଗ କରିଥିଲେ ।ତୁରନ୍ତ ଏହାକୁ ବନ୍ଦ କରିବାକୁ ସେମାନେ ଦାବି କରିଛନ୍ତି । ଖଣି ଅଂଚଳରେ କାରଖାନା ପ୍ରତିଷ୍ଠାକୁ ଯିଏ ସମର୍ଥନ କରିବ ସେହି ଦଳକୁ ଗ୍ରାମବାସୀ ସମର୍ଥନ କରିବ ବୋଲି ମାରିବାଇଗୁଡା ଗ୍ରାମର କାହ୍ନୁଚରଣ କନ୍ଧପାଣ ସୂଚନା ଦେଇଛନ୍ତି ।ଖଣି ଅଂଚଳରେ କିମ୍ବା ଲାଞିଗଡ ବେଦାନ୍ତ କଂପାନୀରେ କୁନେ୍ଦଶ ଗ୍ରାମର ବେକାର ଯୁବକ /ଯୁବତୀମାନଙ୍କୁ ଚାକିରୀ ଦେବା , ପାରିପାର୍ଶିକ ଅନୁଦାନ ଏସଏଚଜି ମାନଙ୍କ ସହାୟତାରେ ବିକାଶ କାର୍ଯ୍ୟ କରିବା ଓ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପ୍ରଭୃତି ଦାବି ଅନ୍ତଭୁକ୍ତ ଥିବା ଜଣାପଡିଛି । ଖଣି ଖନନ ବନ୍ଦ କର ନଚେତ ଆନେ୍ଦାଳନ କରିବୁ ବୋଲି କୁନେ୍ଦଶର ଦୁଃଖି ମୁଦୁଲି ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.