କୃମି ଔଷଧ ଖାଇ ଗୁରୁତର ହେବା ଘଟଣା ଓ ଶିକ୍ଷକଙ୍କୁ ହତ୍ୟା ମାମଲାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

    94

    ବଲାଙ୍ଗୀର, ୫-୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ ଘୁନସର ଗ୍ରାମ ପ୍ରାଥମିକ ବିଦ୍ୟାଳୟରେ କୃମି ଔଷଧ ଖାଇ ଛବିଶ ଜଣ ଛାତ୍ରଛାତ୍ରୀ ଗୁରୁତର ଅସୁସ୍ଥ ହେବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ଓ ଉକ୍ତ ସମୟରେ ପ୍ରଧାନ ଶିକ୍ଷକ ଶ୍ରୀ ନନ୍ଦଙ୍କୁ ଆକ୍ରମଣ କରାଯାଇଥିଲା। ପରେ ସେ କଟକରେ ଚିକିତ୍ସାଧିନ ଅବସ୍ଥାରେ ଗତ ଅଣତିରିଶ ତାରିଖରେ ମୃତ୍ୟୁ ବରଣ କରିଥିଲେ। ଏ ନେଇ ଦଶ ଜଣଙ୍କ ନା ରେ ସଇଁତଳା ଥାନାରେ ଅଭିଯୋଗ କରାଯାଇ ଥିଲା। ତେବେ ଏ ଘଟଣାକୁ ନେଇ ଟିଟିଲାଗଡ ଉପଖଣ୍ଡ ସ୍ତରୀୟ ଶିକ୍ଷକ ସଂଘ ତରଫରୁ ବିରାଟ ଶୋଭା ଯାତ୍ରାରେ ନଗର ପରିକ୍ରମା କରି ସ୍ଥାନୀୟ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଥିଲେ। ଏକ ଦାବି ପତ୍ରରେ ଅଭିଯୁକ୍ତଙ୍କୁ ଗିରଫ ଦାବି, ଶିକ୍ଷକଙ୍କୁ ସୁରକ୍ଷା ଓ କ୍ଷତିପୂରଣ ବାବଦରେ ପରିବାର କୁ ୫ ଲକ୍ଷ ଟଙ୍କା ପ୍ରଦାନ କରିବା ନେଇ ଅତିରିକ୍ତ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

    LEAVE A REPLY

    Please enter your comment!
    Please enter your name here

    Solve this *Time limit exceeded. Please complete the captcha once again.