Home କଳାହାଣ୍ଡି କଳାହାଣ୍ଡି ସିଟିଜେନ ଫୋରମର ବୈଠକ ଏବଂ ସମ୍ବର୍ଦ୍ଧନା ସମାରୋହ

କଳାହାଣ୍ଡି ସିଟିଜେନ ଫୋରମର ବୈଠକ ଏବଂ ସମ୍ବର୍ଦ୍ଧନା ସମାରୋହ

278

କଳାହାଣ୍ଡି, ୧୭.୦୩.୨୦୧୯ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲା ସିଟିଜେନ ଫୋରମ ର ଏକ ବୈଠକ କଲମପୁର ଠାରେ ଶ୍ରୀରାମ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡିର ନାଗରିକ ମାନଙ୍କର ସ୍ୱାଭିମାନ, ସୌହାର୍ଯ୍ୟ ଓ ସମୃଦ୍ଧି ର ବିକାଶ ପାଇଁ ସଂଗଠିତ ହୋଇଥିବା ଏହି କଳାହାଣ୍ଡି ସିଟିଜେନ ଫୋରମ ବା କଳାହାଣ୍ଡି ନାଗରିକ ମଂଚ ଉତ୍ସର୍ଗୀକୃତ ଭାବେ କଳାହାଣ୍ଡିର ବିକାଶ ପାଇଁ ସର୍ବଦା କାର୍ଯ୍ୟରତ ବୋଲି ଏହାର ସଭାପତି ଶ୍ରୀଯୁକ୍ତ ମହାପାତ୍ର ବର୍ଣ୍ଣନା କରିଥିଲେ। କଲମପୁର ବ୍ଲକ ସମ୍ପାଦକ ସତ୍ୟନାରାୟଣ ରାଜପୁତ ଅତିଥି ମାନଙ୍କୁ ସ୍ୱାଗତ କରିଥିବା ବେଳେ ଆଜୀବନ ସଭ୍ୟ ଶ୍ରୀ ସୁମନ ରଥ ଉପସ୍ଥିତ ନାଗରିକ ମାନଙ୍କୁ ସ୍ୱାଗତ ଜଣାଇଥିଲେ। ଜିଲ୍ଲା ସମ୍ପାଦକ ଶ୍ରୀ ସୀମାଂଚଳ ମିଶ୍ର ବିବରଣୀ ପାଠ କରିଥିବା ବେଳେ କୋକସରା ବ୍ଲକ ସଭାପତି ଶ୍ରୀ ବ୍ୟୋମକେଶ ପଣ୍ଡା ନିଜ ଅନୁଭୂତି ବର୍ଣ୍ଣନା କରିବା ସହିତ କୋକସରା ବ୍ଲକରେ ସଂଗଠନର ସ୍ଥିତି ସଂପର୍କରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ପରିବେଶବିତ ତଥା ଗବେଷକ ଡଃ ତ୍ରୀଭୂବନ ପଣ୍ଡା କଳାହାଣ୍ଡି ର ବିକାଶରେ ସିଟିଜେନ ଫୋରମର ଆବଶ୍ୟକତା ସଂପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥୁଆମୂଲ ରାମପୁର ମାଣିକେଶ୍ୱରୀ ମହାବିଦ୍ୟାଲୟର ଅଧ୍ୟକ୍ଷ ଶ୍ରୀ ସତ୍ୟନାରାୟଣ ମୁଣ୍ଡଛିନା ନିଜ ବକ୍ତବ୍ୟରେ କଳାହାଣ୍ଡିର ଇତିହାସ, ଆଜିର ସ୍ଥିତି ତଥା କଳାହାଣ୍ଡିର ବିକାଶ ଦିଗରେ ନାଗରିକଙ୍କ ଭୂମିକା ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। କଳାହାଣ୍ଡି ଭୋକର ଭୂଗୋଳ ନୁହେଁ, କଳାହାଣ୍ଡି ପ୍ରାଚୁର୍ଯ୍ୟଭରା ଏବଂ ସେଦିନର କଳାହାଣ୍ଡି ଆଜି ଉନ୍ନତି ଦିଗରେ ଆଗେଇ ଚାଲିଥିବା ବେଳେ ଆମକୁ ସଜାଗ ହୋଇ ସାମୁହିକ ଭାବେ କାର୍ଯ୍ୟ କରିବାକୁ ପଡିବ ବୋଲି ଆହ୍ୱାନ ଜଣାଇଥିଲେ। ଶେଷରେ କଲମପୁର ଅଂଚଳର ସ୍ୱନାମଧନ୍ୟ ବ୍ୟକ୍ତିତ୍ୱ ତଥା ଏହି ଅଂଚଳ ପ୍ରତି ସେମାନଙ୍କ ଅତୁଳନୀୟ ଅବଦାନ ପାଇଁ ରମାକାନ୍ତ ଧଙ୍ଗଡାମାଝୀ, ପରମାନନ୍ଦ ପଣ୍ଡା, ପ୍ରହଲ୍ଲାଦ ପଣ୍ଡା, ଭାସ୍କର ପଣ୍ଡା ଏବଂ କୈଳାସ ପଣ୍ଡାଙ୍କୁ ମାନପତ୍ର ଓ ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.