Home କଳାହାଣ୍ଡି କଳାହାଣ୍ଡି ଜିଲ୍ଲାରେ ଆଗାମୀ ନିର୍ବାଚନରେ ମହିଳା ଭୋଟ ଉପରେ ସବୁ ଦଳର ନଜର

କଳାହାଣ୍ଡି ଜିଲ୍ଲାରେ ଆଗାମୀ ନିର୍ବାଚନରେ ମହିଳା ଭୋଟ ଉପରେ ସବୁ ଦଳର ନଜର

688

କଳାହାଣ୍ଡି,୧୮.୦୩.୨୦୧୯(ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ଆଗାମୀ ସାଧାରଣ ନିର୍ବାଚନରେ ମହିଳା ଭୋଟର ନିର୍ଣ୍ଣାୟକ ଭୂମିକା ନେବେ ବୋଲି ଆକଳନରୁ ଜଣାପଡିଛି । ସମସ୍ତ ରାଜନୈତିକ ଦଳ ମାନଙ୍କ ମଧ୍ୟରେ କଳାହାଣ୍ଡି ଜିଲ୍ଲାର ମହିଳା ମାନଙ୍କ ଭୋଟ ଉପରେ ଲକ୍ଷ୍ୟ ରଖାଯାଇ ବିଭିନ୍ନ ଯୋଜନା ସାଙ୍ଗକୁ ବିଭିନ୍ନ ପ୍ରତିଶୃତି ଦିଆଯାଇ ମହିଳା ଭୋଟ ହାତେଇବା ପାଇଁ ଉଦ୍ୟମ କରାଯାଉଥିବା ଜଣାପଡିଛି । ସମଗ୍ର ଜିଲ୍ଲାରେ ୧୦ ହଜାର ୫୨୩ ଜଣ ନୂଆ ମହିଳା ଭୋଟରଙ୍କୁ ମିଶାଇ ୫ ଲକ୍ଷ ୫୬ ହଜାର ୧୩୨ ଜଣ ମହିଳା ମତ ଦାନ ସାବ୍ୟସ୍ତ କରିବେ । କଳାହାଣ୍ଡି ଜିଲ୍ଲାରେ ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଥିବା ବେଳେ ଲାଂଜିଗଡ ନିର୍ବାଚନ ମଣ୍ଡଳୀ ରେ ୧ ଲକ୍ଷ ୭ ହଜାର ୮୯୬ ମହିଳା ଭୋଟର ଥିବା ବେଳେ ୧୯୧୨ ଜଣ ନୂଆ ମହିଳା ଭୋଟର ଆଗାମୀ ନିର୍ବାଚନରେ ମତଦାନ ସାବ୍ୟସ୍ତ କରିବେ ବୋଲି ଜଣାପଡିଛି । ସେହିପରି ନର୍ଲା ନିର୍ବାଚନ ମଣ୍ଡଳୀ ରେ ୧ ଲକ୍ଷ ୪ ହଜାର ୬୭୫ ମହିଳା ଭୋଟର ଥିବା ବେଳେ ୩୪୫୭ ଜଣ ନୂଆ ମହିଳା ଭୋଟର, ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ରେ ୧ ଲକ୍ଷ ୧୦ ହଜାର ୧୫୯ ମହିଳା ଭୋଟର ଥିବା ବେଳେ ୧୬୬୩ ଜଣ ନୂଆ ମହିଳା ଭୋଟର, ଜୁନାଗଡ ନିର୍ବାଚନ ମଣ୍ଡଳୀ ରେ ୧ ଲକ୍ଷ ୧୨ ହଜାର ୨୨୮ ମହିଳା ଭୋଟର ଥିବା ବେଳେ ୧୫୪୩ ଜଣ ନୂଆ ମହିଳା ଭୋଟର, ଧର୍ମଗଡ ନିର୍ବାଚନ ମଣ୍ଡଳୀ ରେ ୧ ଲକ୍ଷ ୨୧ ହଜାର ୧୭୪ ମହିଳା ଭୋଟର ଥିବା ବେଳେ ୧୯୪୮ ଜଣ ନୂଆ ମହିଳା ଭୋଟର ଆଗାମୀ ନିର୍ବାଚନରେ ନିଜ ମତଦାନ ସାବ୍ୟସ୍ତ କରିବେ । ଗ୍ରାମାଂଚଳରେ ପ୍ରତି ଗ୍ରାମ, ୱାର୍ଡରେ ତଥା ସହରାଂଚଳରେ ପ୍ରତି ସାହି ବସ୍ତିରେ ଅନେକ ମହିଳା ସ୍ୱୟଂ ସହାୟକ ଦଳ ଏବଂ ମହିଲା ମଣ୍ଡଳ ଗୁଡିକ ସଂଗଠିତ ହୋଇରହିଛି । ବର୍ତମାନ ସବୁ ରାଜନୈତିକ ଦଳ ଗୁଡିକ ମହିଳା ମାନଙ୍କୁ ନିଜ ଦଳ ପକ୍ଷକୁ ନେବାପାଇଁ ବିଭିନ୍ନ ଯୋଜନା ମାନ ଘୋଷଣା କରୁଥିବା ସହିତ ଅନେକ ପ୍ରତିଶୃତି ଦେଉଥିବା ଦେଖାଯାଉଛି । ଅନ୍ୟ ପକ୍ଷରେ କେଉଁ ଦଳରୁ ମହିଳାଙ୍କୁ ପ୍ରାର୍ଥô କରାଯିବ ସେ ନେଇ ମଧ୍ୟ ଉତ୍ସୁକତା ପ୍ରକାଶ ପାଇବାରେ ଲାଗିଛି । ଜିଲ୍ଲାରେ ମହିଳା ମାନେ ସ୍ୱାବଲମ୍ବୀ ହୋଇଥିବା ବେଳେ ଅନେକ ମହିଳା ଦାଦନ ଜିଲ୍ଲା ଓ ରାଜ୍ୟ ବାହାରକୁ ରୋଜଗାର ପାଇଁ ଚାଲିଯାଇଥିବା ଜଣାପଡିଛି । ସେମାନଙ୍କ ପାଇଁ ସବୁ ଯୋଜନା ଅପହଂଚ ହୋଇପଡିଥିବା ବେଳେ ସେସବୁ ପ୍ରତିଶୃତି କେବଳ ପାଣିର ଗାର ବୋଲି ସାଧାରଣରେ ମତ ପ୍ରକାଶ ପାଇବାରେ ଲାଗିଛି । ଅନେକାଂଶରେ ଦାଦନ ଯାଇଥିବା ମହିଳାମାନେ ଶୋଷିତ ହେଉଥିବା ଘଟଣା ମଧ୍ୟ ସାମନାକୁ ଆସୁଥିବା ବେଳେ ସେଥିପ୍ରତି ଗୁରିତ୍ୱ ଦିଆଯାଉନଥିବା ଅଭରେଯାଗ ହେଉଛି । ଅନ୍ୟପକ୍ଷରେ ଅନେକ ଶିକ୍ଷିତ ମହିଳା ବେରୋଜଗାର ହୋଇଥିବା ବେଳେ ସେମାନଙ୍କ ପାଇଁ ସାମାନ୍ୟ ରୋଜଗାରର ସୁବିଧା ମଧ୍ୟ ନାହିଁ । ଦୁର୍ଗମ ଅଂଚଳର ଶିୁଶୁଙ୍କୁ ଉକ୍ରୃଷ୍ଟ ପୁଷ୍ଟିକର ଖାଦ୍ୟ ମିଳିପାରୁନଥିବା ବେଳେ ଗର୍ଭବତୀ ମହିଳା ଆଜି ମଧ୍ୟ ଖଟିଆରେ ବୁହା ହୋଇ ଡାକ୍ତରଖାନାକୁ ଆସିବାକୁ ପଡୁଛି । କେଉଁଠି ରାସ୍ତାରେ ପ୍ରସବ ହୋଇଯାଉଛି ତ ଆଉ କେଉଁଠି ପ୍ରସୂତି ଉପଯୁକ୍ତ ଚିକିତ୍ସା ଅଭାବରୁ ମୃତୁ୍ୟ ମୁଖରେ ପଡିଯାଉଛି । ଗ୍ରାମାଂଚଳରେ ମହଗିଳାମାନେ କ୍ୱାକ ଭରସାରେ ଚିକିତ୍ସିତ ହେଉଥିବା ଦେଖାଯାଉଛି । ଅନେକ ମହିଲା ବିଭିନ୍ନ ଭତା ଡାଇବାରୁ ବଂଚିତ । ଏଭଲି ପରିସ୍ଥିତିରେ ରାଜନେତାମାନଙ୍କ ମହିଳା ମାନଙ୍କ ପ୍ରତି ସମବେଦନା କେବଳ କୁମ୍ଭୀର କାନ୍ଦଣା ଭଲି ମନେ ହେଉଥିବା ମହିଳା ମାନଙ୍କ ସୂତ୍ରରୁ ପ୍ରକାଶ । ସେହିପରି ଅନେକ ମହିଳା ଶ୍ରମିକ ସେମାନଙ୍କ ପ୍ରାପ୍ୟ ମଜୁରୀ ପାଇପାରୁନଥିବା ବେଳେ ଅନେକେ ଦୁ;ଖ ଦୁର୍ଦ୍ଦଶାରେ କାଳାତିପାତ କରୁଥିବା ଜଣାପଡିଛି । ଏଭଲି ପରିସ୍ଥିତିରେ ବିଭିନ୍ନ ରାଜନୈତିକ ଦଳ ଗୁଡିକ ମହିଳା ମାନଙ୍କ ଭୋଟବେଙ୍କ ହାତେଇବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ କିପରି ସେହି ଭୋଟ ବେଙ୍କ କୁ ନିଜ ସପକ୍ଷରେ ନେବେ ସେଥିପାଇଁ ପ୍ରତ୍ୟେକ କ୍ଷେତ୍ରରେ ଉତ୍ସୁକତା ଦେଖାଦେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.