Home Top News ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ +୨ ପରୀକ୍ଷାର ମୂଲ୍ୟାଙ୍କନ ପାଇଁ ଗଠିତ ହେଲା କମିଟି...

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ +୨ ପରୀକ୍ଷାର ମୂଲ୍ୟାଙ୍କନ ପାଇଁ ଗଠିତ ହେଲା କମିଟି – ୧୦ ଦିନ ଭିତରେ ରିପୋର୍ଟ ଦେବ ଏହି କମିଟି

159

ଭୁବନେଶ୍ୱର, ୬ ଜୁନ୍, (ଓଡ଼ିଆ ପୁଅ) ସମ୍ଭାବ୍ୟ କରୋନା ସଂକ୍ରମଣ କାରଣରୁ ଓଡ଼ିଶା ସରକାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର +୨ ପରୀକ୍ଷା ବାତିଲ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ତେବେ +୨ ପରୀକ୍ଷାର ମୂଲ୍ୟାଙ୍କନ ପାଇଁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, CHSE ନିୟମିତ ଏବଂ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀମାନଙ୍କର ମୂଲ୍ୟାଙ୍କନ ପାଇଁ ଏକ ନିର୍ଦ୍ଦିଷ୍ଟ ବୈକଳ୍ପିକ ମାନଦଣ୍ଡକୁ ସୁପାରିଶ କରିବା ପାଇଁ ୧୪ ଜଣ ସଦସ୍ୟମାନଙ୍କୁ ନେଇ ଏକ ବିଶେଷଜ୍ଞ କମିଟି ଗଠନ କରିଛି।

ଏହି କମିଟି ଆସନ୍ତା ୧୦ ଦିନ ମଧ୍ୟରେ ମୂଲ୍ୟାଙ୍କନ ପାଇଁ ଏକ ନିର୍ଦ୍ଦିଷ୍ଟ ବୈକଳ୍ପିକ ମାନଦଣ୍ଡକୁ ସୁପାରିଶ କରିବ ବୋଲି ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ CHSE ପ୍ରକାଶ କରିଛି।

କମିଟିରେ ରହିଥିବା ସଦସ୍ୟମାନେ ହେଲେ ଡଃ ସୁଶାନ୍ତ କୁମାର ଦାସ, ଡଃ ସୁବାସ ଚନ୍ଦ୍ର ଦାସ, ଡଃ ସମ୍ବିତ କୁମାର ନାୟକ, ଡଃ ମିହିର କୁମାର ଦାସ, ଡଃ ପ୍ରଦୀପ କୁମାର ବେହେରା, ଡଃ ବନମାଳୀ ପଣ୍ଡା, ଡଃ ରଞ୍ଜନ କୁମାର ବଳ, ଡଃ ମମତା ପତ୍ରୀ, ଡଃ ପରୀକ୍ଷିତ ଦାଶ, ରଞ୍ଜିତା ମିଶ୍ର ରହିଥିବାବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପାଧ୍ୟକ୍ଷ ଡଃ ତୁଷାରକାନ୍ତି ତ୍ରିପାଠୀ, ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗର ଉପନିର୍ଦ୍ଦେଶକ ଡଃ ଭାଗିରଥୀ କାଣ୍ଡି, ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦର ବିଜୟ କୁମାର ସାହୁ ଓ ଶୁଭ୍ରାଂଶୁ ବେହେରା ଏହି କମିଟିରେ ସଦସ୍ୟ ଅଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.