Home କୋରାପୁଟ ଇଭିଏମ-ଭିଭିପାଟ ବ୍ୟବହାର ସମ୍ପର୍କରେ ସ୍ୱତନ୍ତ୍ର ତାଲିମ

ଇଭିଏମ-ଭିଭିପାଟ ବ୍ୟବହାର ସମ୍ପର୍କରେ ସ୍ୱତନ୍ତ୍ର ତାଲିମ

335

କୋରାପୁଟ; ତା୧୦-୦୩-୧୯(ଓଡିଆ ପୁଅ/ରଂଜନ କୁମାର ଦାସ) ଭାରତୀୟ ନିର୍ବାଚନ ଆୟୋଗର ନିର୍ଦ୍ଦେଶ କ୍ରମେ ଜିଲା ପ୍ରଶାସନ ଦ୍ୱାରା ବିଭିନ୍ନ ରାଜନୈତିକ ଦଳର କର୍ମକର୍ତା, ପଂଚାୟତ ପ୍ରତିନିଧି ଏବଂ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଇଭିଏମ-ଭିଭିପାଟ ବ୍ୟବହାର ସମ୍ପର୍କରେ ସ୍ୱତନ୍ତ୍ର ତାଲିମ୍ ପ୍ରଦାନ କରା ଯାଇଛି। ଜିଲାପାଳ କାର୍ଯ୍ୟାଳୟ ସମିଳନୀ କକ୍ଷରେ କୋରାପୁଟ ଉପ-ଜିଲାପାଳ ଲଳିତ କୁମାର କହଁରଙ୍କ ତତ୍ୱାବଧାନରେ ଆୟୋଜିତ ତାଲିମ ଶିବିରକୁ ଅତିରିକ୍ତ ଜିଲାପାଳ ଦେବେନ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ସ୍ୱଚ୍ଛ ମତଦାନ ନିମନ୍ତେ ଆସନ୍ତା ସାଧାରଣ ନିର୍ବାଚନରେ ଇଭିଏମଏବଂ ଭିଭିପାଟ ଏକକାଳୀନ ବ୍ୟବହାର କରାଯିବାକୁ ଥିବାରୁ ଏଅହି ମେସିନ ବ୍ୟବହାର ଓ ନିଜେ ମତଦାନ କରିଥିବା ସଠିକ ସୂଚନା କିପରି ପାଇବା ତାହା ମକପୋଲିଂ ମାଧ୍ୟମରେ ପ୍ରଦର୍ଶିତ କରା ଯାଇଥିଲା। ବିଭିନ୍ନ ବର୍ଗରୁ ଆସିଥିବା ପ୍ରତିନିଧି ସେମାନଙ୍କ ପସନ୍ଦ ମୂତାବକ ବଟମ୍ ଦବାଇ ମତଦାନର ଫଳାଫଳ ଦେଖି ସନ୍ତୋଷବ୍ୟକ୍ତ କରିଥିଲେ। ସହକାରୀ ଜିଲାପାଳ ଆଲୋକ କୁମାର ଅନୁଗୁଳିଆ, ସଦର ବିଡିଓ ନରେନ୍ଦ୍ର କୁମାର ନାୟକ, ଲକ୍ଷ୍ମୀପୁର ଅତିରିକ୍ତ ତହସିଲଦାର କୁଶଳ ନାୟକ ତାଲିମ ଶିବିର ପରିଚାଳନା କରିଥିବା ବେଳେ ସେକ୍ଟର ଅଧିକାରୀ ଦୁର୍ଗା ମାଧବ ସାହୁ ଓ ଦିଲିପ କୁମାର ସାହୁ, ପଞାନନ ମହାନ୍ତି, ମଦନ ମୋହନ ଡୋଲିଆ, ତ୍ରୀନାଥ ଗୁରୁ, ରମାକାନ୍ତ ମହାନ୍ତି ପ୍ରମୁଖ ଯୋଗ ଦେଇ ପରିଚାଳନାରେ ସହଯୋଗ କରିଥିଲେ। ସଦର ବ୍ଲକ ଅଧ୍ୟକ୍ଷା ନମିତା ମାଝି, କଂଗ୍ରେସ୍ ନେତା ବାବୁଲା ବେନ୍ୟା, ବିଜେଡି ନେତା ସୀମାଂଚଳ ମିଶ୍ର, ବିଦ୍ୟାଧର ସାହୁ, ମହାଦେଇପୁଟ ସମିତି ସଭ୍ୟା ସୁନୀତା ମୁଦୁଲି, ପଦପୁର ସରପଂଚ ଲକ୍ଷ୍ମୀ ହଂଜରିଆ, ୱାର୍ଡ ସଭ୍ୟା ବୈଦେହି ହନ୍ତାଳ, ସାମ୍ବାଦିକ ରଂଜନ କୁମାର ଦାସ, ସିଏଚ୍.ସାନ୍ତାକାର, ସୁବୋଧ କୁମାର ଚେଟ୍ଟୀ, ପତିତ ତପାବନ ସାହୁ, ପ୍ରଶାନ୍ତ କୁମାର ସାମନ୍ତରାୟ, ଘନଶ୍ୟାମ ରଥ, ଅମିତାଭ ବେହେରା, ଭୂଷିତ ବିଡିକା, ସୂର୍ଯ୍ୟ ନାରାୟଣ ପଣ୍ଡା, ମନୋଜ ନାୟକ, ଶଶାଙ୍କ ମୋହନ ଗୁରୁ ପ୍ରମୁଖ ଇଭିଏମ-ଭିଭିପାଟରେ ଭୋଟ ଦେଇ ପରୀକ୍ଷା କରିଥିଲେ। କୋରାପୁଟ ଜିଲାର ଜୟପୁର ଉପଖଣ୍ଡ ସମେତ ସମସ୍ତ ବ୍ଲକଏବଂ ସହରାଂଚଳରେ ରାଜନେତା, ପଂଚାୟତ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ପୃକ୍ତ ବିଡିଓ ଓ ଉପ-ଜିଲାପାଳ ତାଲିମ ପ୍ରଦାନ କରିଛନ୍ତି। ଶତ ପ୍ରତିଶତ ନିର୍ଭୁଲତା ଉପରେ ଗୁରୁତ୍ୱ ଦିଆଯାଇ ସାମ୍ବାଦିକ ଓ ପଂଚାୟତରାଜ ପ୍ରତିନିଧିଙ୍କୁ ନେଇ ମକ ପୋଲିଂ କରାଯାଇଥିଲା ବୋଲି ଏଡିଏମ ଦେବେନ କୁମାର ପ୍ରଧାନ ସୂଚନା ଦେଇଥିଲେ।ମକପୋଲିଂ ପରେ ସମୁଦାୟ ଭୋଟ ଓ କିଏ କେତେ ଭୋଟ ପାଇଥିଲେ ତାହା ଗଣତି କରାଯାଇ ପ୍ରଦର୍ଶିତ କରାଯାଇଥିଲା ବୋଲି ସେ ସୂଚନା ଦେଇଥିଲେ।ନୂତନ ଭିଭିପାଟ ମେସିନ ଠିକ ଥିବା ବୋଲି କୋରାପୁଟ ବ୍ଲକ ଅଧ୍ୟକ୍ଷା ନମିତା ମାଝି ପ୍ରକାଶ କରିଥିଲେ।ଏହି ନୂତନ ମେସିନ ସଂପର୍କରେ କୋରାପୁଟ ବ୍ଲକର ପ୍ରତ୍ୟେକ ଭୋଟରଙ୍କୁ ସେ ସଚେତନତା କରାଇବେ ବୋଲି ସେ ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.