Home ଜିଲ୍ଲା ପରିକ୍ରମା ‘ଆମ ପୋଲିସ’ କାର୍ଯ୍ୟକ୍ରମ

‘ଆମ ପୋଲିସ’ କାର୍ଯ୍ୟକ୍ରମ

29

ପୁରୀ, ୧୧/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ପୁରୀ ପୋଲିସ ଜନସାଧାରଣଙ୍କ ନିକଟତର ହେବା ପାଇଁ ପୁଣିଥରେ ଆମ ପୋଲିସ କାର୍ଯ୍ୟକ୍ରମ ଆରମ୍ଭ କରିଛି। ହାଜତ ମୃତ୍ୟୁ ନେଇ ଚର୍ଚ୍ଚାରେ ଥିବା ବାସେଳୀ ସାହିଥାନା ଅନ୍ତର୍ଗତ ଆଶା କଲ୍ୟାଣ ମଣ୍ଡପରେ ଆମ ପୋଲିସ କାର୍ଯ୍ୟକ୍ରମରେ ଏସପି କେ. ବିଶାଳ ସିଂ, ଅତିରିକ୍ତ ଏସପି, ସିଟିଡ଼ିଏସପି ଓ ବିଭିନ୍ନ ଥାନାର ଅଧିକାରୀ ଯୋଗ ଦେଇଥିଲେ। ସହରରେ ଅପରାଧ ଘଟାଉଥିବା ଅପରାଧି ଜେଲରେ ରୁହନ୍ତୁ, ନହେଲେ ଅପରାଧ ଛାଡ଼ି ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଏସପି ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ୫ ଜଣ ବରିଷ୍ଠ ନାଗରିକଙ୍କୁ ସିନିୟର ସିଟିଜେନ ପରିଚୟପତ୍ର ପ୍ରଦାନ କରାଯାଇଛି। ଯେଉଁ ଅଞ୍ଚଳରେ ଅପରାଧ ହେଉଛି ସେହି ସ୍ଥାନରେ ପୋଲିସ ପକ୍ଷରୁ ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ତେବେ ଅପରାଧୀଙ୍କୁ ଦୃଢ଼ ହସ୍ତରେ ଦମନ କରାଯିବା ସହ ପୋଲିସ ପକ୍ଷରୁ “ଜିରୋ ଟଲେରାନ୍ସ କ୍ରାଇମ” ନୀତି ଆପଣା ଯାଇଥିବା ଏସପି ସ୍ପଷ୍ଟ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.