Home କୋରାପୁଟ ଆନ୍ତଃରାଜ୍ୟ ପୁଲିସ ଅଧିକାରୀଙ୍କ ବୈଠକ

ଆନ୍ତଃରାଜ୍ୟ ପୁଲିସ ଅଧିକାରୀଙ୍କ ବୈଠକ

162

କୋରାପୁଟ;ତା୨୧-୦୨-୧୯(ଓଡିଆପୁଅ /ରଂଜନ କୁମାର ଦାସ) ସାଧାରଣ ନିର୍ବାଚନକୁ ଦୃଷ୍ଟିରେରଖି କୋରାପୁଟରେ ଓଡିଶା ସୀମାବର୍ତି ତିନୋଟି ରାଜ୍ୟର ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନେଇ ଏକ ଗୁରୂତ୍ୱପୂର୍ଣ ଆନ୍ତଃରାଜ୍ୟ ବୈଠକ ଅନୁଷ୍ଠିତ ହୋଇଯାଇଛି । କୋରାପୁଟ ଜିଲା ପୁଲିସ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଓଡିଶା ସମେତ ଆନ୍ଧ୍ର ପ୍ରଦେଶ,ତେଲେଙ୍ଗାନା,ଛତିଶଗଡ ପୁଲିସର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । ଦକ୍ଷିଣ-ପଶ୍ଚିମାଂଚଳ ରେଂଜ ଡିଆଇଜି ହିମାଂଶୁ କୁମାର ଲାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟତଃ ମାଓ ପ୍ରବଣ ସୀମାବର୍ତି ଅଂଚଳରେ ମିଳିତ କୁମ୍ବିଂ ଅପରେସନ,ଗୋଇନ୍ଦା ସୂଚନା ଆଦାନ ପ୍ରଦାନ,ମାଓ ଦମନ ରଣନୀତିରେ ପରସ୍ପର ମଧ୍ୟର ସମନ୍ୱୟ ରକ୍ଷା କରିବା ଉପରେ ଗୁରୂତ୍ୱ ଦିଆଯାଇଥିଲା । ଆସନ୍ତା ସାଧାରଣ ନିର୍ବାଚନ ଏହି ସବୁ ଅଂଚଳ ପାଇଁ ଚାଲେଂଜ ହୋଇଥିବାରୁ ଏବେ ଠାରୁ ସମସ୍ତ ବ୍ୟବସ୍ଥା କରା ଯିବାକୁ ସ୍ଥିର ହୋଇଥିବା ଜଣା ପଡିଛି । ସେହିପରି ସୀମାବର୍ତି ଜିଲା ଗୁଡିକର ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ମତଦାନ କେନ୍ଦ୍ର ଚିହ୍ନଟ କରି ସେହି ସବୁ କେନ୍ଦ୍ରରେ ଅବାଧ ନିର୍ବାଚନ କରାଇବାକୁ ମଧ୍ୟ ବୈଠକରେ ଆଲୋଚନା ହୋଇଥିବା କୋରାପୁଟ ଏସପି ଡା.କନୱାର ବିଶାଲ ସିଂହ ଗଣ ମାଧ୍ୟମକୁ ସୂଚନା ଦେଇଥିଲେ । ଆଜିର ଆନ୍ତରାଜ୍ୟ ବୈଠକରେ କୋରାପୁଟ ଏସପି ଡା.କେ.ବି. ସିଂହଙ୍କ ସମେତ ରାୟଗଡା,ନବରଙ୍ଗପୁର,ମାଲକାନଗିରି,କଳାହାଣ୍ଡ.ନୂଆପଡା ଏସପିଙ୍କ ସହ ଛତିଶଗଡ ରାଜ୍ୟର କୋଣ୍ଡାଗାଓଂ,ଗରିଆବନ୍ଦ,ମହାସମୁନ୍ଦ,ଦନ୍ତେୱାଡା,ବସ୍ତର୍,ସୁକମା,ଆନ୍ଧ୍ର ପ୍ରଦେଶ ବିଶାଖାପାଟଣା ରେଂଜ ଡିଆଇଜି ପି.ପାଲ୍ଲାରାଜୁ, ,ବିଶାଖାପାଟଣା,ବିଜୟନଗରମ୍,ଶ୍ରୀକାକୂଲମ.ଇଷ୍ଟ ଗୋଦାବରୀ ଏସପି ଓ ତେଲେଙ୍ଗାନାର ବରିଷ୍ଠ ପୁଲିସ ଅଧିକାରୀ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.