Home କୋରାପୁଟ ଆଦର୍ଶ ବିଦ୍ୟାଳୟ, ମାଛରାରେ ନୂତନ ବାଳିକା ହଷ୍ଟେଲ ଗୃହ ଉଦଘାଟିତ

ଆଦର୍ଶ ବିଦ୍ୟାଳୟ, ମାଛରାରେ ନୂତନ ବାଳିକା ହଷ୍ଟେଲ ଗୃହ ଉଦଘାଟିତ

286

କୋରାପୁଟ ; ତା୧୯-୦୧-୧୯(ଓଡିଆପୁଅ/ରଂଜନ କୁମାର ଦାସ) ଆଦର୍ଶ ବିଦ୍ୟାଳୟ ମାଛରାରେ ନବ ନିର୍ମିତ ୧୦୦ ଶର୍ଯ୍ୟାବିଶିଷ୍ଟ ବାଳିକା ହଷ୍ଟେଲ ଗୃହ ଉଦଘାଟିତ ହୋଇଯାଇଛି।କୋରାପୁଟ ସାଂସଦ ଝିନ୍ନ ହିକକା ମୁଖ୍ୟ ଅତିଥିଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଏହି ଅବସରରରେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଇଶ୍ୱର ପାଣିଗ୍ରାହୀ,  ପଟ୍ଟାଙ୍ଗୀ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ,  ଜିଲ୍ଲାପରିଷଦ ସଭାପତି ପ୍ରଭୁ ଜାନି,  ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ପଣ୍ଡା,  କୋରାପୁଟ ଗ୍ରାମ୍ୟ ଉନ୍ନୟନଡିଭିଜନର ନିର୍ବାହୀ ଯନ୍ତ୍ୀ କିଶୋର ଚନ୍ଦ୍ର ନାୟକ, ପିଟିଏ ସଭାପତି ରମଣୀ ରଂଜନ ଶତପଥି,  ବିଜେଡି ଜିଲ୍ଲା ଉପସଭାପତି ଉତ୍କଳ ରଂଜନ ନାୟକ ପ୍ରମୁଖ ସମ୍ମାନ୍ନିତ ଅତିଥି ଭାବେ ଯୋଗଦେଇଥିଲେ।କାର୍ଯ୍ୟକ୍ରମକୁ ଅଧ୍ୟକ୍ଷା ବନ୍ଦନା ସାହୁ ପରିଚାଳନା କରିଥିଲେ।ସମୁଦାୟ ୨ କୋଟି ୧୫ ଲକ୍ଷ ଟଙ୍କା ବ୍ୟୟରେ ବାଳିକା ହ ଷ୍ଟେଲ ନିର୍ମାଣ କରାଯାଇଥିବା ସହକାରୀ ନିର୍ବାହୀ ôଯନ୍ତ୍ରୀ ସୁଜାତା ଦିଶାରୀ ସୂଚନା ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ସହକାରୀ ଯନ୍ତ୍ରୀ ଦେବ ନାରାୟଣ ସେଠୀ ଓ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟତ୍ରୀମାନେ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ। କୋରାପୁଟ ଜିଲ୍ଲାର ୧୨ ଟି ଆଦର୍ଶ ବିଦ୍ୟାଳୟରେ ବାଳିକା ହଷ୍ଟେଲ ରହିବାକୁ ବ୍ୟବସ୍ଥା କରାଯାଇଥିବା ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ପଣ୍ଡା ସୂଚନା ଦେଇଥିଲେ। ହଷ୍ଟେଲର ସୁରକ୍ଷା ଓ ଅନ୍ୟାନ୍ୟ ଆନୁସାଙ୍ଗିକ ବ୍ୟବସ୍ଥା କରାଯାଇଥିବା କୋରାପୁଟ ସାଂସଦ ଝିନ୍ନ ହିକକା ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.