ଭାଲୁ ଆକ୍ରମଣରେ ଜଣେ ଗୁରୁତର

ପାଟଣା, ୨୬/୫ (ଓଡ଼ିଆ ପୁଅ/ଅଭିମନ୍ୟୁ) : ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତ ରୋହିଣୀଦୁମା ଗ୍ରାମର କାହ୍ନୁଚରଣ ମାଝୀ (୪୨) ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ତେବେ ଗୁରୁତର ହେବା ପୂର୍ବରୁ ଭାଲୁ ସହ କାହ୍ନୁଚରଣ ଖଣ୍ଡଯୁଦ୍ଧ କରି ଜୀବନରକ୍ଷା କରିପାରୁଛନ୍ତି। ଗତକାଲି ଅପରାହ୍ନ ୫ଟା ସମୟରେ କାହ୍ନୁଚରଣ ମାଝୀ ଶୌଚ ପାଇଁ ଭୀମକୁଣ୍ଡ ଜଙ୍ଗଲକୁ ଯାଇଥିବା ସମୟରେ ଜଙ୍ଗଲରେ ଥିବା ଏକ ପୋଖରୀକୁ ପାଣି ପିଇବାକୁ ଆସିଥିବା ଏକ ବଡ ମାଈଭାଲୁ ଓ ତାହାର ଦୁଇ ଶାବକଙ୍କ ହାବୁଡରେ ପଡି ଯାଇଥିଲେ। କାହ୍ନୁଚରଣଙ୍କୁ ଦେଖି ହଠାତ୍ ମାଈ ଭାଲୁଟି ଆକ୍ରମଣ କରି ଦେଇଥିଲା। ଗୁରୁତର କାହ୍ନୁଚରଣଙ୍କୁ ପ୍ରଥମେ ପାଟଣା ଓ ପରେ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Leave a Reply

Your email address will not be published. Required fields are marked *